ଆଜି ବସିବ ଛତିଶାନିଯୋଗ ବୈଠକ, ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଭକ୍ତ ଦର୍ଶନ କରିପାରିବେ କି ନାହିଁ, ସେନେଇ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଛତିଶାନିଯୋଗ ବୈଠକ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବାକୁ ଯାଉଛି ଛତିଶା ନିଯୋଗ ବୈଠକ । ଅପରାହ୍ନ ସାଢ଼େ ୩ଟାରେ ନିଳାଦ୍ରୀ ଭକ୍ତ ନିବାସରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଭକ୍ତ ଦର୍ଶନ କରିପାରିବେ କି ନାହିଁ, ସେନେଇ ଆଲୋଚନା ହେବ । ଶୃଙ୍ଖଳିତ ନିତିକାନ୍ତି ନେଇ ସେବାୟତ ନିଯୋଗକୁ ପରାମର୍ଶ ଦିଆଯିବ । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ ପ୍ରମାଣପତ୍ର ଦର୍ଶନ ବ୍ୟବସ୍ଥାରୁ ହଟିବ କି ନାହିଁ, ସେନେଇ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.