Below header

ମେହେନ୍ଦିରେ ଏହି ଜିନିଷ ମିଶାଇ ଲଗାନ୍ତୁ, କେବେ ବି ଧଳା ହେବନି କେଶ

କେଶ ଧଳା ହେବା ଏବେ ଏକ ସାଧାରଣ କଥା। ଆଜିକାଲି ଛୋଟ ଛୋଟ ପିଲାଙ୍କ କେଶ ମଧ୍ୟ ଧଳା ହୋଇଯାଉଥିବା ଦେଖିବାକୁ ମିଳୁଛି। ବୟସ୍କଙ୍କ କଥା ତ ନ କରିବା ଭଲ। ଯାବତୀୟ ଶାରୀରିକ ସମସ୍ୟା ଦେଖାଦେଉଥିବାରୁ ଖୁବ୍‌ କମ୍‌ ବୟସରୁ ପ୍ରାୟ ସମସ୍ତଙ୍କ ଠାରେ ଏହି କେଶଜନିତ ସମସ୍ୟା ଦେଖାଯାଉଛି। ଏଣୁ କେଶକୁ କଳା କରିବା ପାଇଁ ଲୋକେ ମେହେନ୍ଦି କିମ୍ବା ହେୟାର ଡାଏ ବ୍ୟବହାର କରୁଛନ୍ତି। କିନ୍ତୁ ଏଥିରେ ମିଶୁଥିବା କେମିକାଲ ଯୋଗୁ କେଶ କଳା ହେବା ପରିବର୍ତ୍ତେ ପ୍ରବଳ ମାତ୍ରାରେ ଝଡ଼ିବାରେ ଲାଗୁଛି। ତେବେ ଆସନ୍ତୁ ଜାଣିବା ମେହେନ୍ଦିରେ କେଉଁ ଜିନିଷ ମିଶାଇ ଲଗାଇବା କେଶ ପାଇଁ ଉତ୍ତମ ହୋଇଥାଏ।

ଏହାସହ ପଢ଼ନ୍ତୁ: ଶୀଘ୍ର କେଶ ବୃଦ୍ଧି କରିବାକୁ ଚାହୁଁଥିଲେ, ନିଶ୍ଚୟ ଆପଣାନ୍ତୁ ଏହି ଉପାୟ

ମେହେନ୍ଦିରୁ ମିଶାନ୍ତୁ ବାଦାମ ତେଲ:

ବାଦାମ ତେଲରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ। ଖାସ୍‌ କରି ବାଦାମ ତେଲକୁ ଭିଟାମିନ୍‌-ଇର ସ୍ରୋତ କୁହାଯାଏ। ମେହେନ୍ଦି ଲଗାଇବା ବେଳେ ସେଥିରେ ବାଦାମ ତେଲ ମିଶାଇ ଲଗାଇବା ଦ୍ୱାରା ଅସମୟରେ ଧଳା ହୋଇଥିବା କେଶ ସମସ୍ୟାରୁ ମୁକ୍ତି ମିଳିଥାଏ।

କିଭଳି ବ୍ୟବହାର କରିବେ:

ମେହେନ୍ଦି, ବାଦାମ ତେଲ ଓ ପାଣି ନିଅନ୍ତୁ। ଏବେ ଏକ ପ୍ୟାନ୍‌ରେ ପାଣି ନେଇ ସେଥିରେ ବାଦାମ ତେଲ ଓ ମେହେନ୍ଦି ପାଉଡର ମିଶାଇ ହାଲ୍‌କା ଆଞ୍ଚରେ ବସାନ୍ତୁ। ଏହା ଭଲ ଭାବେ ମିକ୍ସ ହେବା ପରେ ଗ୍ୟାସ୍‌ରୁ ଓହ୍ଲାଇ ଥଣ୍ଡା କରିନିଅନ୍ତୁ।

କେଶରେ ଲଗାଇବା ଉପାୟ:

ଏହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ ୩୫ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହା ଶୁଖିଯିବା ପରେ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଦୁଇ ସପ୍ତାହ ପରେ ପୁଣିଥରେ ଏଭଳି କରନ୍ତୁ। ଏହି ଉପାୟରେ କେଶ ମଜଭୁତ୍‌, ମୋଟା ଓ କଳା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.