ମୋ ସରକାର ଯୋଜନା ଲାଗୁ ହେବା ପରେ ଆକ୍ସନ ମୁଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ, ଆରଟିଓକୁ ଦଲାଲମୁକ୍ତ କରିବାକୁ ପ୍ରଶାସନ ଆରମ୍ଭ କରିଛି ପ୍ରୟାସ

ଯାଜପୁର(କେନ୍ୟୁଜ୍):  ଗତକାଲି ଠାରୁ ମୋ ସରକାର ଯୋଜନା ଲାଗୁ ହେବା ପରେ ଆକ୍ସନ ମୁଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ। ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ପ୍ରଶାସନ ଆରମ୍ଭ କରିଛି ପ୍ରୟାସ। ଆଜି ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲମାନଙ୍କ ଆଡ୍ଡାସ୍ଥଳୀକୁ ଉଛେଦ କରିଛି ପ୍ରଶାସନ। ଦଲାଲ ମାନେ ବସୁଥିବା ୨୫ରୁ ଅଧିକ ବାସସ୍ଥଳୀକୁ ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଫଳରେ ମାଟିରେ ମିଶିଛି ସେମାନଙ୍କ ସାମ୍ରାଜ୍ୟ।

distict adminstration

ଏହି ଉଛେଦ ସମୟରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏସପି ଚରଣ ସିଂ ମୀନା, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବଡ଼ଚଣା ଥାନା ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଦୁଇ ଦିନ ପୂର୍ବରୁ ପୋଲିସ ଏହି କାର୍ଯ୍ୟାଳୟରେ ଦଲାଲ ଭାବେ କାମ କରିଥିବା ୯ ଜଣଙ୍କୁ ଗିରଫ କରିଥିଲା। ମୋ ସରକାର ଯୋଜନା ଲାଗୁ ହେବା ପରେ କୌଣସି ପରିସ୍ଥିତିରେ ଦଲାଲମାନଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। କେବଳ ଆରଟିଓ କାର୍ଯ୍ୟାଳୟ ନୁହେଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରକୁ ଦଲାଲମୁକ୍ତ କରିବାକୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.