ଏହି ୨ଟି ଉପାୟରେ ବ୍ୟବହାର କରନ୍ତୁ ଆଲୋଭେରା, କେଶର ଅନ୍ୟାନ୍ୟ ସମସ୍ୟା ହେବ ଦୂର

ଆପଣ ନିଜ କେଶ ଝଡିବା ସମସ୍ୟା ପାଇଁ ଆଲୋଭେରା ମଧ୍ୟ ବ୍ୟବହାର କରିପାରିବେ । ଆପଣ ନିଶ୍ଚୟ ଜାଣିଥିବେ ଯେ ଆଲୋଭେରାର ଅନେକ ଔଷଧୀୟ ଗୁଣ ଅଛି ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । କିନ୍ତୁ ଏହି ଯାଦୁକାରୀ ଉଦ୍ଭିଦ ଆପଣଙ୍କ ସ୍କିନ୍‌ ଏବଂ କେଶକୁ ହେଲଦି ରଖିବାରେ ସାହାଯ୍ୟ କରେ । ଏହାକୁ ବ୍ୟବହାର କରି ଆପଣ କେଶକୁ ସୁନ୍ଦର ଏବଂ ନରମ କରିପାରିବେ ।

ଆଜିକାଲି ଲୋକମାନେ କେଶ ଝଡ଼ିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କେଶ ଝଡ଼ିବା କାରଣରୁ କେଶ ଡ୍ରାଏ ହେବା ସହ ଅନେକ ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତିରେ ଆପଣ ନିଜ କେଶ ପାଇଁ କିଛି ଘରୋଇ ଉପଚାର ଗ୍ରହଣ କରିବା ଜରୁରୀ । ଆପଣ ନିଜ କେଶ ଝଡିବା ସମସ୍ୟା ପାଇଁ ଆଲୋଭେରା ମଧ୍ୟ ବ୍ୟବହାର କରିପାରିବେ । ଆପଣ ନିଶ୍ଚୟ ଜାଣିଥିବେ ଯେ ଆଲୋଭେରାର ଅନେକ ଔଷଧୀୟ ଗୁଣ ଅଛି ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । କିନ୍ତୁ ଏହି ଯାଦୁକାରୀ ଉଦ୍ଭିଦ ଆପଣଙ୍କ ସ୍କିନ୍‌ ଏବଂ କେଶକୁ ହେଲଦି ରଖିବାରେ ସାହାଯ୍ୟ କରେ । ଏହାକୁ ବ୍ୟବହାର କରି ଆପଣ କେଶକୁ ସୁନ୍ଦର ଏବଂ ନରମ କରିପାରିବେ । ଏହିପରି ଗୁଣଗୁଡିକ ଆଲୋଭେରାରେ ମିଳିଥାଏ ଯାହା କେଶର ଶୁଷ୍କତା, କେଶ ଝଡ଼ିବା ଭଳି ଅନେକ ସମସ୍ୟାକୁ ତୁରନ୍ତ ଦୂର କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ କେଶରେ ଆଲୋଭେରା ଜେଲ୍‌ କିପରି ବ୍ୟବହାର କରିବେ ।

ଏପରି କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିବ :
ଭିଟାମିନ୍ B12 C, A, E ସହିତ ଫୋଲିକ୍ ଏସିଡ୍ ଆଲୋଭେରାରେ ମିଳିଥାଏ ଯାହା କେଶ ପାଇଁ ବହୁତ ଭଲ ବିବେଚନା କରାଯାଏ । ଏହି କାରଣରୁ କେଶ ପୁଣି ବଢିବାକୁ ଲାଗେ । ଫ୍ୟାଟି ଏସିଡ୍ ସହିତ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଆଲୋଭେରାରେ ମିଳିଥାଏ ଯାହା ରୁପିକୁ ଦୂର କରିଥାଏ ଏବଂ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଜାଣନ୍ତୁ କିପରି କେଶରେ ଆଲୋଭେରାର ବ୍ୟବହାର କରିବେ :
ମୋଟା କେଶ ପାଇଁ : ଯଦି ଆପଣ ଲମ୍ବା, ମୋଟା ଏବଂ କଳା କେଶ ଚାହୁଁଝନ୍ତି, ତେବେ ଅଧା କପ୍ ଆଲୋଭେରାରେ ମେଥି, ତୁଳସୀ ପାଉଡର ଏବଂ ୨ ଚାମଚ କାଷ୍ଟର ଅଏଲ୍‌ ପକାଇ ଭଲ ଭାବରେ ମିଶାନ୍ତୁ । ଏହା ପରେ ଏହାକୁ ଆପଣ ନିଜ କେଶରେ ଭଲ ଭାବରେ ଲଗାନ୍ତୁ । ଏହାକୁ ପ୍ରାୟ ୧ ରୁ ୨ ଘଣ୍ଟା ଛାଡିବା ପରେ ଏହାକୁ ସଫା ପାଣି ଏବଂ ସାମ୍ପୁରେ ଧୋଇ ଦିଅନ୍ତୁ ।

ରୁପି ସମସ୍ୟା : ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଲୋଭେରା ଜେଲକୁ ଭଲ ଭାବରେ କେଶରେ ଲଗାନ୍ତୁ । ଏହାକୁ ଅଧ ଘଣ୍ଟା ଛାଡିବା ପରେ ଏହାକୁ ସଫା ପାଣି ଏବଂ ସାମ୍ପୁରେ ଧୋଇ ଦିଅନ୍ତୁ । ଦେଖିବେ ଏହି ସମସ୍ୟା ଦୂର ହୋଇଯିବ ।

ଏହିପରି ଭାବରେ ଆପଣ ଆଲୋଭେରା ତେଲ ପ୍ରୟୋଗ କରି ଲାଭ ପାଇପାଇବେ :
ମୁଣ୍ଡରେ ଆଲୋଭେରା ତେଲ ଲଗାଇଲେ ମୁଣ୍ଡର ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଯେଉଁଥି ପାଇଁ କେଶ ଶୀଘ୍ର ବଢିଥାଏ । ତେବେ ଅଳ୍ପ ପରିମାଣର ଆଲୋଭେରା ତେଲ ନେଇ ଏହାକୁ କେଶରେ ଭଲ ଭାବେ ମାଲିସ୍ କରନ୍ତୁ । ଏହାକୁ ପ୍ରାୟ ୨ ଘଣ୍ଟା ପାଇଁ ଛାଡିଦିଅନ୍ତୁ । ଏହା ପରେ ସାମ୍ପୁ ଏବଂ କଣ୍ଡିସନର ଲଗାନ୍ତୁ ଏବଂ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତେବେ ସପ୍ତାହରେ ଅତି କମରେ ଦୁଇଥର ଏହାକୁ ବ୍ୟବହାର କରନ୍ତୁ । ଏପରି କିଛି ଦିନ କରିବା ପରେ ଏହାର ଅନେକ ପ୍ରକାରର ଲାଭ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.