ଆଜିଠୁ ବଦଳିବ ପାଗ, ତାତିରେ ଲାଗିବ ବ୍ରେକ୍

ଆଜିଠୁ ବଦଳିବ ପାଗ । ତାତିରେ ଲାଗିବ ବ୍ରେକ୍ । କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି  । ୯ ତାରିଖ ଯାଏ ପ୍ରବଳ ବର୍ଷା ସହ କୁଆପଥର ଝଡ଼ । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ୨୪ଘଣ୍ଟା ପାଇଁ କାଳବୈଶାଖୀ ଓ କୁଆପଥର ବୃଷ୍ଟି ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି  ।

ଭୁବନେଶ୍ବର : ଆଜିଠୁ ବଦଳିବ ପାଗ । ତାତିରେ ଲାଗିବ ବ୍ରେକ୍ । କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି  । ୯ ତାରିଖ ଯାଏ ପ୍ରବଳ ବର୍ଷା ସହ କୁଆପଥର ଝଡ଼ । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ୨୪ଘଣ୍ଟା ପାଇଁ କାଳବୈଶାଖୀ ଓ କୁଆପଥର ବୃଷ୍ଟି ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି  ।  ୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  ।

ପଶ୍ଚିମାଝଡ଼ ପ୍ରଭାବରେ ଗୋଟିଏ ନିମ୍ନ ଚାପରେଖା ବା ଟ୍ରପ ଲାଇନ୍ ସୃଷ୍ଟି ହୋଇଛି । ଅନ୍ୟପଟେ ବଙ୍ଗୋପସାଗର କୂଳରେ ଏକ ଗୁରୁଚାପ ବଳୟ ରହିଛି । ଏହାର ପ୍ରଭାବରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ୨ଦିନ ପରେ ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇବ ।

୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ  ।   ଆଜି ୨ଟା ୩୦ ସୁଦ୍ଧା ଭୁବନେଶ୍ବର ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି  । ରାଉରକେଲା-୩୬.୪, ସମ୍ବଲପୁର-୩୬.୩, ଝାରସୁଗୁଡ଼ା-୩୬.୨ ଡିଗ୍ରୀ ରେକର୍ଡ ହୋଇଛି  । କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.