ପତ୍ନୀକୁ ହତ୍ୟା କରି ୨୦୦ରୁ ଅଧିକ ଖଣ୍ଡ କଲା ସ୍ୱାମୀ, ଗୁଗଲରେ ସର୍ଚ୍ଚ କଲା ସ୍ତ୍ରୀକୁ ମାରିବାର ଫାଇଦା

ନିକୋଲସ ସ୍ତ୍ରୀକୁ ମାରିବା ପରେ ବାଥରୁମରେ ଶବକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ପଲିଥିନରେ ପ୍ୟାକ୍‌ କରିଥିଲା । ଆଉ ସପ୍ତାହ ଧରି ନିଜର ଜଣେ ସହଯୋଗୀ ସହାୟତାରେ ଠିକଣା ସ୍ଥାନରେ ପକାଇଥିଲା । ଏହି କାମ ପାଇଁ ସହଯୋଗୀକୁ ପଇସା ମଧ୍ୟ ଦେଇଥିଲା ନିକୋଲସ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବ୍ରିଟେନରେ ।

ଶଇତାନ ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ଟିକିଟିକି କରି କାଟିଲା । ଆଉ ନଦୀରେ ଭସାଇ ଦେଲା । କେବଳ ସେତିକିରେ ମନ ମାନିଲାନି । ସ୍ତ୍ରୀକୁ ମାରିବାର ଫାଇଦା ବିଷୟରେ ଗୁଗଲରେ ସର୍ଚ୍ଚ କରିଥିଲା ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବ୍ରିଟେନରେ ।

ଖବର ମୁତାବକ, ବ୍ରିଟେନର ୨୮ ବର୍ଷୀୟ ନିକୋଲସ ମେଟସନ୍ । ସେ ୨୬ ବର୍ଷୀୟ ହୋଲି ବ୍ରେମଲିଙ୍କୁ ୨୦୨୧ରେ ବିବାହ କରିଥିଲେ । ତେବେ ୨୦୨୩ ମାର୍ଚ୍ଚ ୨୫ରେ ବ୍ରେମଲି କୁଆଡେ ନିଖୋଜ ହୋଇଯାଇଥିଲେ । ନିଖୋଜ ହେବାର ୮ ଦିନ ପରେ ବ୍ରେମଲିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଲିଙ୍କନଶାୟରର ବିଥମ ନଦୀରୁ ମିଳିଥିଲା । ଏବେ ହତ୍ୟାର ପ୍ରାୟ ଏକ ବର୍ଷ ପରେ କୋର୍ଟରେ ସ୍ୱୀକାର କରିଛି ସ୍ୱାମୀ ନିକୋଲସ । କିନ୍ତୁ ସ୍ତ୍ରୀକୁ କେମିତି ଆଉ କାହିଁକି ମାରିଲା ତା’ ବିଷୟରେ ପୋଲିସକୁ କିଛି କହିନାହିଁ । ଶୁଣାଣି ସମୟରେ ପୋଲିସ କୋର୍ଟକୁ କହିଥିଲେ, ହୋଲି ଗାଏବ ହେବା ଖବର ମିଳିଥିଲା । ଯାହାପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା । ଶେଷ ଥର ପାଇଁ ହୋଲିଙ୍କୁ ୧୭ ମାର୍ଚ୍ଚ ୨୦୨୩ରେ ଘରେ ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ହୋଲିଙ୍କ ଘରେ ପହଞ୍ଚି ସ୍ୱାମୀଙ୍କୁ ପଚରାଉଚରା କରିବା ପାଇଁ ପହଞ୍ଚିଥିଲା ।

ନିକୋଲସ ସ୍ତ୍ରୀକୁ ମାରିବା ପରେ ବାଥରୁମରେ ଶବକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ପଲିଥିନରେ ପ୍ୟାକ୍‌ କରିଥିଲା । ଆଉ ସପ୍ତାହ ଧରି ନିଜର ଜଣେ ସହଯୋଗୀ ସହାୟତାରେ ଠିକଣା ସ୍ଥାନରେ ପକାଇଥିଲା । ଏହି କାମ ପାଇଁ ସହଯୋଗୀକୁ ପଇସା ମଧ୍ୟ ଦେଇଥିଲା ନିକୋଲସ । ମୃତଦେହର ଖଣ୍ଡ ଖଣ୍ଡ ବିଥମ ନଦୀରେ ଫିଙ୍ଗିଥିଲା ଅଭିଯୁକ୍ତ । ନଦୀର ଆଖପାଖ ଲୋକଙ୍କୁ ପଲିଥିନରେ କିଛି ଥିବା ସନ୍ଦେହ ହେବାରୁ ସେମାନେ ପୋଲିସକୁ ଜଣାଇଥିଲେ ।

ମାମଲା ବିଷୟରେ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରେ ଖଣ୍ଡ ଖଣ୍ଡ ମୃତଦେହକୁ ଜବତକ କରିଥିଲା । ନଦୀରେ ପୋଲିସ ୨୨୪ ଖଣ୍ଡ ପାଇଥିଲା କିନ୍ତୁ ଆଉ କିଛି ଗାଏବ ଥିବା ଜଣାପଡିଥିଲା । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛି ଝଗଡା ଚାଲିଥିଲା ବୋଲି ହୋଲିଙ୍କ ମା’ କହିଛନ୍ତି । ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତା’ ପୂର୍ବରୁ ମୋ ଝିଅକୁ ସେ ମାରିଦେଲା ବୋଲି ହୋଲିଙ୍କ ମା’ କହିଛନ୍ତି ।

ତେବେ ପୋଲିସ ଅଭିଯୁକ୍ତ ଗିରଫ କରିଛି । ସୋମବାର ଦିନ ତାଙ୍କୁ ଦଣ୍ଡାଦେଶ ଦିଆଯିବ । ହେଲେ କାହିଁକି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ତା’ର କୌଣସି ଉତ୍ତର ଦେଇନଥିଲା ସ୍ୱାମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.