ଖରାଦିନେ ପେଟ ଥଣ୍ଡା କରିବାକୁ ପିଅନ୍ତୁ ଆମ୍ବ ପଣା, ଏହି ଉପାୟରେ ୧୦ ମିନିଟ୍‌ରେ ହୋଇଯିବ ପ୍ରସ୍ତୁତ

ଖରାଦିନ ଆସିବା ମାତ୍ରେ ବଜାରରେ କଞ୍ଚା ଆମ୍ବର ପସରା ମେଲିଯାଏ। କଞ୍ଚା ଆମ୍ବର ଚଟଣୀ, ଆଚାର କରିବା ସହ ଲୋକମାନେ ଏହାର ପଣା ମଧ୍ୟ ତିଆରି କରିଥାନ୍ତି। କଞ୍ଚା ଆମ୍ବ ପଣା ଶରୀର ପାଇଁ ମଧ୍ୟ ବେଶ୍‌ ଲାଭକାରୀ ହୋଇଥାଏ। ଏହା ପେଟ ସମ୍ବନ୍ଧୀୟ ରୋଗରୁ ଚୁଟ୍‌କିରେ ଦୂର କରେ। ଏଥିସହ ଇମ୍ୟୁନିଟି ମଧ୍ୟ ବୁଷ୍ଟ କରିଥାଏ। ଆମ୍ବ ପଣା ତିଆରି କରିବା ମଧ୍ୟ ଖୁବ୍‌ ସହଜ। ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ…

ଆମ୍ବ ପଣା ତିଆରି କରିବାକୁ ଆବଶ୍ୟକୀୟ ଉପକରଣ:

୪ଟି କଞ୍ଚା ଆମ୍ବ
କିଛି ପୋଦିନା ପତ୍ର
ଅଳ୍ପ ଚିନି
ଅଳ୍ପ କଳା ଲୁଣ
କିଛି ଭଜା ଜିଆ ପାଉଡର
କିଛି ବରଫ ଖଣ୍ଡ

ପ୍ରସ୍ତୁତି ପଣାଳୀ:

ପ୍ରଥମ କଞ୍ଚା ଆମ୍ବକୁ ପ୍ରେସର କୁକରରେ ସିଝାଇ ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ଚକୁଟି ଦିଅନ୍ତୁ, ଯେମିତି କି କୌଣସି ଗୁଳା ନ ରହିବ। ଏବେ ଏଥିରେ ପୋଦିନା, ଚିନି ଓ ଜିରା ପାଉଡର, କଳା ଲୁଣ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ବର୍ତ୍ତମାନ ଗ୍ଲାସରେ ଢାଳି ଉପରେ ବରଫ ପକାଇ ସର୍ଭ କରନ୍ତୁ ‘ଆମ୍ବ ପଣା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.