ମଙ୍ଗଳରେ ଇନ୍ଦ୍ରଧନୁ ! ପରସିଭେରାନ୍ସ ରୋଭର ପଠାଇଥିବା ଫଟୋକୁ ନେଇ ବିତର୍କ

ମଙ୍ଗଳରେ ଇନ୍ଦ୍ରଧନୁ ! ନାସାର ପରସିଭେରାନ୍ସ ରୋଭର ନିକଟରେ ଏକ ଫଟୋ ପଠାଇଛି । ଯାହାକି ମଙ୍ଗଳର ଲୋହିତ ଆକାଶରେ ଇନ୍ଦ୍ରଧନୁ ଭଳି ଦୃଶ୍ୟମାନ ହେଉଛି । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ମଙ୍ଗଳରେ କ’ଣ ଇନ୍ଦ୍ରଧନୁ ସମ୍ଭବ ବୋଲି ପ୍ରଶ୍ନ ଉଠିଛି । ନାସା ସ୍ପଷ୍ଟୀକରଣରେ କହିଛି, ମଙ୍ଗଳରେ ଇନ୍ଦ୍ରଧନୁ କଦାପି ସମ୍ଭବ ନୁହେଁ । ଗୋଲାକାର ଜଳ କଣିକା ଉପରେ ଆଲୋକର ପ୍ରତିଫଳନ ଯୋଗୁ ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ ।

ତେବେ ମଙ୍ଗଳ ପୃଷ୍ଠରେ ସେତେ ପରିମାଣରେ ଜଳ ଘନୀଭୂତ ହୋଇନାହିଁ । ତେଣୁ ପରସିଭେରାନ୍ସ ପଠାଇଥିବା ଫଟୋରେ ମଙ୍ଗଳରେ ଇନ୍ଦ୍ରଧନୁ ଆକାରର ଯେଉଁ ବଳୟ ଦେଖାଦେଉଛି ତାହା ଲେନ୍‌ସର ଚମତ୍କାରିତା ବୋଲି ନାସା କହିଛି । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଗତ ୧୮ ତାରିଖ ବିଳମ୍ବିତ ରାତିରେ ନିଜର ମାର୍ସ ପ୍ରରସିଭେରାନ୍ସ ରୋଭରକୁ ଜେଜେରୋ କ୍ରେଟରରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରାଇଥିଲା । ମଙ୍ଗଳ ଗ୍ରହରେ ସବୁଠୁ ବେଶୀ ରୋଭର ପହଁଚାଇବାରେ ଆମେରିକା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.