ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି କି, ତେବେ ପ୍ରତିଦିନ ଦିଅନ୍ତୁ ଏହି ୫ଟି ପଦାର୍ଥର ଧୂଆଁ

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଯେଉଁ ଘରେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦିଆଯାଏ ନାହିଁ ସେହିଠାରେ ବାସ୍ତୁ ଦୋଷ ବଢିଥାଏ । ବାସ୍ତୁ ଦୋଷ କାରଣରୁ ଘରେ ବସବାସ କରୁଥିବା ଲୋକଙ୍କ ବିଚାର ବି ନକାରାତ୍ମକ ହୋଇଥାଏ । ନକାରାତ୍ମକ ବିଚାର କାରଣରୁ ଘରର କୌଣସି କାମ ସଠିକ ଭାବେ ହୋଇପାରିନଥାଏ । ଫଳରେ ଘରେ ରହୁଥିବା ଲୋକଙ୍କ ମାନସିକ ସ୍ଥିତି ଦୃଢ ରହେନାହିଁ । ମଧ୍ୟପ୍ରଦେଶ ରାଜ୍ୟ ଉଜ୍ଜୟେନର ଜ୍ୟୋତିବିଦ ପଣ୍ଡିତ ମଣିଷ ଶର୍ମାଙ୍କ ଅନୁଯାୟୀ, ବାସ୍ତୁ ଦୋଷ ଦୂର କରିବା ପାଇଁ ନିୟମିତ ଭାବେ ଘରେ କର୍ପୁର, ଦେଶୀ ଘିଅ, ଚନ୍ଦନ, ଲୋବାନ ଓ ଗୁଗୁଳ ଆଦିର ଧୂଆଁ ଦେବା ଜରୁରୀ ।

vastu tips dhuan

ଘରର ନକାରାତ୍ମକ ଶକ୍ତି ଗୁଡିକୁ ଦୂର କରିବା ପାଇଁ ଏହି ପାଞ୍ଚଟି ପଦାର୍ଥର ଧୂଆଁ ଘରର ଚାରିପଟେ ସକାଳ କିମ୍ବା ସନ୍ଧ୍ୟା ସମୟରେ ବୁଲାଇବା ଜରୁରୀ । ଗାଈ ଗୋବରରେ ନିର୍ମିତ ଘସୀକୁ ପ୍ରଥମେ ଜଳାନ୍ତୁ । ସେଥିରୁ ଧୂଆଁ ବାହାରିବା ବନ୍ଦ ହୋଇଗଲେ ସେଥିରେ ଏହି ପାଞ୍ଚଟି ଜିନିଷ ପକାନ୍ତୁ । ଏମିତି ଧୂଆଁ ଦେବା ଦ୍ୱାରା ଘର ଉପରେ ଦେବତା ମାନଙ୍କ କୃପା ଦୃଷ୍ଟି ପଡିଥାଏ | କାହିଁ କେଉଁ ଯୁଗରୁ ଏହି ପାଞ୍ଚଟି ଜିନିଷକୁ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଇ ଆସୁଛି ।

deshi ghee

ଆଉ ଏଥିରୁ ବାହାରୁଥିବା ଧୂଆଁ  ଘରର ବାତାବରଣକୁ ମଧ୍ୟ ପବିତ୍ର କରିଥାଏ ଓ ଏକ ପ୍ରକାର ସକାରାତ୍ମକ ଉର୍ଜା ବଢିଥାଏ । ଏହା ସହ ଘର ଭିତରର ଯାବତୀୟ କୀଟାଣୁ ମାନେ ବି ନଷ୍ଟ ହୋଇଯାନ୍ତି ଓ ସବୁ ପ୍ରକାର ଦୁର୍ଘନ୍ଧ ମଧ୍ୟ ଦୂର ହୋଇଥାଏ । ଆଉ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ଏହି ପାଞ୍ଚଟି ଜିନିଷ ଅପଣଂଙ୍କୁ ବଜାରରୁ ଅତି ସହଜରେ ମିଳିଯାଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.