Below header

ଆର୍ଟ ଥେରାପି: ଷ୍ଟ୍ରେସ ଦୂର କରିବାର ଭିନ୍ନ ତରିକା

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଲୋକମାନଙ୍କୁ ମାନସିକ ରୂପେ ଅଧିକ ଦୁର୍ବଳ କରିଦେଇଛି । ଚଳଚଞ୍ଚଳ ଓ ଭୁଲ ଲାଇଫଷ୍ଟାଇଲର ପରିଣାମ ହେଉଛି ଡିପ୍ରେସନ ଅଥବା ଷ୍ଟ୍ରେସ ଯେଉଁ କାରଣରୁ ଦୁନିଆର ଅଧା ଲୋକ ଏହାର ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଥେରାପିର ବ୍ୟବହାର କରୁଛନ୍ତି । ତେବେ ସେଥି ମଧ୍ୟରୁ ଗୋଟିଏ ହେଉଛି ଆର୍ଟ ଥେରାପି । ତାହେଲେ ଆସନ୍ତୁ ଜାଣିବା କଣ ଏହି ଆର୍ଟ ଥେରାପି ।

Image result for art therapy

ଯେତେବେଳେ ମଣିଷ କିଛି କହିବାର କ୍ଷମତା ହରାଇବସେ ସେତେବେଳେ କଳା ଜରିଆରେ ସେ ନିଜର ଭାବନାକୁ ପରିପ୍ରକାଶ କରିଥାଏ । ଆର୍ଟ ଥେରାପିର ବୈଜ୍ଞାନିକ ଆଧାର ବି ରହିଛି ଯଦିଓ ଏହି ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ ରିସର୍ଚ କରାଯାଇଛି । ଆର୍ଟ ଥେରାପିରେ ଡ୍ରଇଂ, ପେଣ୍ଟିଙ୍ଗ, କୋଲାଜ, କଲରିଂ ଏବଂ ମୂର୍ତ୍ତି ଦ୍ୱାରା ଲୋକମାନଙ୍କର ହୃଦୟର କଥାକୁ ବୁଝିବାକୁ ଚେଷ୍ଟା କରାଯାଇଥାଏ । ଆର୍ଟ ଥେରାପିସ୍ଟ କୌଣସି ବ୍ୟକ୍ତି ଦ୍ୱାରା କରାଯାଇଥିବା ରଙ୍ଗର ବ୍ୟବହାର କରି ରେଖା ମାଧ୍ୟମରେ ତାଙ୍କର ମନକଥା ଜାଣିବାକୁ ଚେଷ୍ଟା କରିଥାଏ ଏବଂ ସେହି ହିସାବରେ ଆଗକୁ ବଢିଥାଏ । ମାନସିକ ସ୍ୱାସ୍ଥ୍ୟ ଏବଂ ଶୋଷଣର ଶିକାର ହୋଇଥିବା ଲୋକଙ୍କର ଚିକିତ୍ସା ପାଇଁ ଏହି ଥେରାପି ବହୁତ ଉପକାରୀ ହୋଇଥାଏ ।

Image result for art therapy

ଆର୍ଟ ଥେରାପିର ଫାଇଦା

  • ଏହି ଥେରାପି ଦ୍ୱାରା ରୋଗୀ ନିଜର ଭାବନାକୁ ଦୃଶ୍ୟ ରୂପେ ଦେଖିଥାଏ । ଯାହାଦ୍ୱାରା ଥେରାପିସ୍ଟର ଭାବନା ଏବଂ ରୋଗୀର ଶରୀର ପ୍ରତି ଜାଗଋକତା ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିବାରେ ଏହା ସାହାଯ୍ୟ କରିଥାଏ ।
  • ଏପରି ରୋଗୀ ଯିଏ ନିଜ ସହିତ ଘଟିଥିବା ଘଟଣା ବା ନିଜର ଭାବନାକୁ ଠିକଭାବେ ପରିପ୍ରକାଶ କରିପାରନ୍ତି ନାହିଁ ଚିତ୍ର ମାଧ୍ୟମରେ ସେ ଏହିସବୁ କହିବାକୁ ଚେଷ୍ଟା କରିଥାନ୍ତି ।
  • Image result for art therapy
  • ପ୍ରଶିକ୍ଷିତ ଥେରାପିସ୍ଟଙ୍କ ସାହାଯ୍ୟରେ ରୋଗୀ କଳା ମାଧ୍ୟମରେ ନିଜର ଭାବନା ଉପରେ କାବୁ ରଖିବା ମଧ୍ୟ ଶିଖି ପାରିଥାନ୍ତି ।
  • ଆର୍ଟ ଥେରାପିରେ ରୋଗୀକୁ ନିଜ ବ୍ୟବହାର ବିଷୟରେ ଜଣା ପଡିଥାଏ ଯାହାଦ୍ୱାରା ବେଳେବେଳେ ସେ ନିଜେ ଏହାକୁ ବଦଳାଇବାକୁ ଚେଷ୍ଟା କରିଥାଏ ।
  • ନିଜର ବିଚାର ଏବଂ ଭାବନାକୁ କଳା ଦ୍ୱାରା ବ୍ୟକ୍ତ କରିବା ସମୟରେ ଅନେକଥର ରୋଗୀକୁ ନିଜ ଅନ୍ତରାତ୍ମାର ଶବ୍ଦ ଶୁଣି ପାରିଥାଏ ଏବଂ ଥେରାପିସ୍ଟଙ୍କ ସାହାଯ୍ୟରେ ସେ ନିଜେ ନିଜର ସ୍ଥିତିକୁ ଭଲଭାବେ ବୁଝିପାରିଥାଏ ।

Image result for art therapy

ଆର୍ଟ ଥେରାପି ପିଲାଙ୍କଠୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ବହୁତ ଲାଭଦାୟକ ହୋଇଥାଏ । ଅନେକ ସମୟରେ ଛୋଟପିଲା ନିଜ ସହିତ ଘଟିଥିବା କିଛି ଘଟଣାକୁ ଭୟରେ କହିପାରିନଥାନ୍ତି ଏପରିସ୍ଥଳେ ସେ କଳା ମାଧ୍ୟମରେ ଏହିସବୁ କହିପାରନ୍ତି । ଯୁବକ ମାନଙ୍କଠୁ ନେଇ ବୃଦ୍ଧମାନଙ୍କ ପର୍ଯ୍ୟନ୍ତ ଏହିସବୁ ଲାଗୁ ହୋଇଥାଏ । ଦୁନିଆର ପ୍ରତ୍ୟେକ ମଣିଷ ଯେଉଁମାନେ ନିଜକଥା ଅନ୍ୟ ଆଗରେ ସେୟାର କରିପାରନ୍ତି ନାହିଁ ଏବଂ ଭିତରେ ଭିତରେ କଷ୍ଟ ପାଇଥାନ୍ତି ଓ ଏହି କଷ୍ଟ ତାଙ୍କୁ ଡିପ୍ରେସନର ଶିକାର ବନାଇ ଦେଇଥାଏ । ସେମାନଙ୍କ ପାଇଁ ଆର୍ଟ ଥେରାପି ବେଷ୍ଟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.