Below header

ମାତ୍ର ୧୪୧ ଟଙ୍କାରେ ଘରକୁ ଆଣନ୍ତୁ ଜିଓଫୋନ୍‌ ୨, ହ୍ଵାଟ୍ସଆପ୍‌-ଫେସ୍‌ବୁକ୍‌ ସହ ପାଆନ୍ତୁ ଅନ୍‌ଲିମିଟେଡ୍‌ ଡାଟା

ରିଲାଏନ୍ସ ଜିଓ ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଏବେ ବହୁତ ଶସ୍ତାରେ ଉପଲବ୍ଧ ହେଉଛି ସ୍ମାର୍ଟଫୋନ୍‌ ଫିଚର ଥିବା ଏହି ଫୋନ୍‌। ନୂଆବର୍ଷ ଉପଲକ୍ଷେ ରିଲାଏନ୍ସ ଜିଓଫୋନ୍‌ ୨କୁ ଶସ୍ତା କରିଛି।

ଅଫିସିଆଲ ୱେବସାଇଟ୍‌ ଜିଓ.କମ୍‌ରେ ଦିଆଯାଇଥିବା ସୂଚନା ମୁତାବକ ଜିଓଫୋନ୍‌ ୨ କିଣିବା ଉପରେ ଇଏମ୍‌ଆଇର ଅଫର ଦିଆଯାଇଛି। ଜିଓଫୋନ୍‌ ୨ର ପ୍ରକୃତ ଦାମ୍‌ ୨,୯୯୯ ଟଙ୍କା ଥିବା ବେଳେ ଇଏମ୍‌ଆଇରେ ମାତ୍ର ୧୪୧ ଟଙ୍କାରେ କିଣିପାରିବେ। ଡୁଆଲ ସିମ୍‌ଯୁକ୍ତ ଏହି ଫୋନ୍‌ ଜିଓ ଫୋନ୍‌ର ସକ୍‌ସେସ୍‌ ଭର୍ସନ। ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଜିଓ ଫୋନ୍‌ ଲଞ୍ଚ୍‌ ହୋଇଥିଲା।

 

ଏହି ନୂଆ ଫୋନ୍‌କୁ କମ୍ପାନୀ ଜିଓ ଫୋନ୍‌ ଲାଇଟ୍‌ ନାମରେ ଲଞ୍ଚ୍‌ କରିବାକୁ ଯାଉଛି। ନୂଆ ଜିଓ ଫୋନ୍‌ ୪୦୦ଟଙ୍କାରୁ ବି କମ୍‌ ମୂଲ୍ୟରେ ଉପଲବ୍ଧ ହେବ। ରିପୋର୍ଟ ମୁତାବକ ଏହାର ଦାମ୍‌ ୩୯୯ ଟଙ୍କା ହେବ। ଫୋନ୍‌ ସହ କମ୍ପାନୀ ୫୦ ଟଙ୍କିଆ ଏକ ରିଚାର୍ଜ ପ୍ୟାକ୍‌ ମଧ୍ୟ ଲଞ୍ଚ୍‌ କରିବ।

ଜିଓଫୋନ୍‌ ୨ ରେ କ୍ୱଟି କିପ୍ୟାଡ୍‌ ସହ ୨.୪ ଇଞ୍ଚ୍‌ର ସ୍କ୍ରିନ୍‌ ରହିଛି। ଏଥିରେ ୫୧୨ ଏମ୍‌ବିର ରାମ୍‌ ଦିଆଯାଇଛି। ଫୋନ୍‌ରେ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ମିଳିବ। ମାଇକ୍ରୋ ଏସ୍‌ଡି କାର୍ଡ ମାଧ୍ୟମରେ ଏହାକୁ ୧୨୮ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଫୋନ୍‌ରେ ୨ ମେଗାପିକ୍ସେଲର ବ୍ୟାକ୍‌ କ୍ୟାମେରା ଓ ଭିଜିଏ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଜିଓଫୋନ୍‌ ୨ରେ ୪ଜି ନେଟ୍‌ଓ୍ଵର୍କ, ଓ୍ଵାଇଫାଇ, ଜିପିଏସ୍‌, ବ୍ଲୁଟୁଥ୍‌, ଏଫ୍‌ଏମ୍‌,ଏଚ୍‌ଡି ଭଏସ୍‌, ଫ୍ରି ଭଏସ୍‌ କଲ୍‌, ଅନ୍‌ଲିମିଟେଡ୍‌ ଡାଟା, ହ୍ଵାଟ୍‌ସ ଆପ୍‌, ଫେସ୍‌ବୁକ୍‌, ଅନ୍‌ଲିମିଟେଡ୍‌ ଫିଲ୍ମ ଆଦିର ସୁବିଧା ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.