Below header

ଦୀପାବଳି ଅବସରରେ ଶ୍ୱାସ ରୋଗୀମାନେ ଏହି ଏହି ଦିଗ ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦିଅନ୍ତୁ

ଦୀପାବଳି ପାଖେଇ ଆସିଲେ ଭାରତର ପ୍ରାୟ ସବୁ ସ୍ଥାନରେ ଲୋକେ ଜୋରଦାର ବାଣ ଫୁଟାଇବା ଆରମ୍ଭ କରିଦିଅନ୍ତି । ଯାହା ଦ୍ୱାରା ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବହୁଳ ଭାବରେ ବଢି ଯାଏ । ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ, ଗଳାରେ ଖଚଖଚ, ଆଖି ଓ ନାକ ଭଳି ସମ୍ବେଦନଶୀଳ ଅଙ୍ଗ ମାନଙ୍କରେ ଜ୍ବଳନ ପରି ସମସ୍ୟା ଦେଖାଦେଇଥାଏ | ଏଥିରେ ବେଶୀ ମାତ୍ରାରେ ପ୍ରଭାବିତ ହୁଅନ୍ତି ହୃଦ ରୋଗୀ,ଆସ୍ଥମା ରୋଗୀ ମାନେ । ଏହା ଦ୍ୱାରା ସେମାନଙ୍କ ଯନ୍ତ୍ରଣା ବହୁ ଗୁଣ ବଢିଯାଏ । କିନ୍ତୁ ଯଦି ଟିକେ ସତର୍କ ରହିବେ ତେବେ ନିଶ୍ଚିତ ରୂପେ ଏହି ରୋଗୀ ମାନେ ଯନ୍ତ୍ରଣାରୁ ଉପଶମ ପାଇପାରିବେ । ତେବେ ଆସନ୍ତୁ ଜାଣିବା କଣ କଣ ପ୍ରତିକାର କଲେ ଆପଣ ଏହି କଷ୍ଟରୁ ମୁକ୍ତି ପାଇ ପାରିବେ ।

face with mask

୧.ଆସ୍ଥମା ରୋଗୀ ମାନଙ୍କ ଯନ୍ତ୍ରଣା ଘରୁ ହିଁ ଆରମ୍ଭ ହୋଇଯାଇଥାଏ । ଦୀପାବଳି ଅବସରରେ ପ୍ରାୟ ସମସ୍ତଙ୍କ ଘରେ ଝଡାଝଡି ହୋଇଥାଏ । ଘରେ ରଙ୍ଗ ମଧ୍ୟ ଲଗାଯାଇଥାଏ । ଏହି ସମୟରେ ହିଁ ବାହାରୁଥିବା ଧୂଳିରେ ତାଙ୍କୁ ନିଶ୍ୱାସ ନେବାରେ ବହୁ କଷ୍ଟ ଅନୁଭବ ହୋଇଥାଏ । ତେଣୁ ଏସବୁ କାମ କରିବା ଆଗରୁ ମୁହଁରେ ମାସ୍କ ବାନ୍ଧି କାମ କରିବା ଉଚିତ ।

୨.ସନ୍ଧ୍ୟା ସମୟରେ ଯେତେବେଳେ ଲୋକ ମାନେ ଅଧିକ ବାଣ ଫୁଟାଇଥାନ୍ତି | ସେମୟରେ ଘରୁ ବାହାରକୁ ନ ବାହାରିବା ଉଚିତ । ସେସମୟରେ ବାୟୁ ମଣ୍ଡଳରେ ଧୂଳି ଓ ଧୂଆଁର ପ୍ରଭାବ ସବୁଠୁ ଅଧିକ ରହିଥାଏ । ଅତି ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ । ଯଦିବି ବାହାରୁଛନ୍ତି ତେବେ ନିଶ୍ଚିତ ରୂପେ ମୁହଁରେ ମାସ୍କ ଲଗାଇ ବାହାରନ୍ତୁ ।

୩.ଦୀପାବଳି ପୂର୍ବରୁ ହିଁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସେହି ଅନୁଯାୟୀ ହିଁ ପଦକ୍ଷେପ ଗ୍ରହଣ କରନ୍ତୁ । ଯଦି କିଛି ଜରୁରୀ ପରିସ୍ଥିତି ସୃଷ୍ଟି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏହା ସହ ପଢନ୍ତୁ; ଦୀପାବଳିରେ ବାଣ ଫୁଟାଇବାବେଳେ ରୁହନ୍ତୁ ସାବଧାନ, ନଚେତ୍‌ ଦେଖାଦେଇପାରେ ଏହି ୫ଟି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

୪.ଧୂଳି ଓ ଧୂଆଁ ପରି ସମସ୍ୟାରୁ ବଞ୍ଚିବା ପାଇଁ ପାଖରେ ସବୁବେଳେ ଆପଣ ବ୍ୟବହାର କରୁଥିବା ଈନହେଲର ନିଶ୍ଚିତ ରୂପେ ପାଖରେ ରଖନ୍ତୁ ।
ସକାଳର ହାଲ୍କା ଖରାରେ ଯୋଗ ଧ୍ୟାନ କରନ୍ତୁ । ହଁ ପ୍ରାଣାୟାମ କରିବାକୁ ଜମା ବି ଭୁଲିବେନି । ଯାହା ଆପଣଙ୍କ ମନ ଶାନ୍ତ ରଖିବା ସହ ଆପଣଙ୍କ ଶରୀରର ପ୍ରତି ଅଙ୍ଗକୁ ସୁରକ୍ଷିତ ରଖିବ । ଏହା ଆପଣଙ୍କ ଶ୍ୱାସ ପ୍ରଶ୍ୱାସକୁ ତାଜା ରଖିବା ସହ ମନକୁ ମଧ୍ୟ ପ୍ରଫୁଲ୍ଲିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.