ପୋଲିସ ଓ ସିଆରପିଏଫ ଯବାନଙ୍କ ଦାଦାଗିରି, ପୀଡିତଙ୍କୁ ମାଡ ମାରି କଲେ ଲହୁଲୁହାଣ

ବାଲିଗୁଡ଼ା (କେନ୍ୟୁଜ୍) : ପୋଲିସ ଓ ସିଆରପିଏଫ ଯବାନଙ୍କ ଦାଦାଗିରି । ପ୍ରବଳ ମାଡ଼ ମାରି ଜଣକୁ ଲହୁଲୁହାଣ କରିବା ପରେ ପୀଡିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋଟଗଡ଼ ଥାନା ସୁବର୍ଣ୍ଣଗିରି ପଞ୍ଚାୟତର ବାଣ୍ଡିପଡ଼ା ଗାଁରେ ଘଟିଛି ଗଣ୍ଡଗୋଳ। ଜମିକୁ ନେଇ ଗାଁର ଅମିତ ବଡ଼ସେଠଙ୍କ ସହ ତିନିବର୍ଷ ଧରି ଗ୍ରାମବାସୀଙ୍କ ସହ ବିବାଦ ରହିଥିଲା । ସେଠାରେ ସେ ଘର ନିର୍ମାଣ କରୁଥିବା ବେଳେ ଗ୍ରାମର କିଛି ଲୋକ ପୋଲିସ ଓ ସିଆରପିଏଫକୁ ବିବାଦ ଥିବା ନେଇ ଜଣାଇଥିଲେ । ହେଲେ ପୋଲିସ ଓ ସିଆରପିଏଫ କୌଣସି କଥା ନଶୁଣି ଅମିତଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ବିନା ଦୋଷରେ ଆକ୍ରମଣର ଶିକାର ହୋଇଥିବାରୁ ପୋଲିସ ଓ ସିଆରପିଏଫ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.