ଗ୍ରହ ନକ୍ଷତ୍ରର ଦିଗ ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ୱାରା ଗ୍ରହକୁ ଶାନ୍ତ କରିବା ସହିତ ମଜବୁତ କରିହୁଏ। ତେବେ ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଗୁଜୁରାତି ହିଁ ଅନ୍ୟତମ।
ଏହା କେବଳ ବ୍ୟଞ୍ଜନର ବାସ୍ନା ନୁହେଁ, ସ୍ୱାଦ ବି ବଢ଼ାଇଥାଏ। ତେବେ କେବଳ ଖାଦ୍ୟରେ ନୁହେଁ, ତ୍ୱଚା ପାଇଁ ମଧ୍ୟ ଗୁଜୁରାତି ଔଷଧ ଭଳି କାମ ଦେଇଥାଏ। ତ୍ୱଚାରୁ ଦାଗକୁ ଦୂର କରିବାରେ ଏହା ସାହାଯ୍ୟ କରେ। ଗୁଜୁରାତି ଶରୀରର ରଙ୍ଗକୁ ଗୋରା କରିବାରେ ସାହାଯ୍ୟ କରିଥାଏ। ଗୁଜୁରାତିକୁ ପାଉଡର କରି ସେଥିର ମହୁ ମିଶାଇ ଫେସ୍ମାସ୍କ ଭାବେ ମଧ୍ୟ ମୁହଁରେ ଲଗାଇପାରିବେ।
ଯେଉଁ ସବୁ ବିଷାକ୍ତ ପଦାର୍ଥ ତ୍ୱଚାରେ ଦାଗ ସୃଷ୍ଟି କରେ, ସେସବୁକୁ ଶରୀରରୁ ନିଷ୍କାସନ କରିବାରେ ଗୁଜୁରାତି ସାହାଯ୍ୟ କରେ। ଗୁଜୁରାତିର ମଞ୍ଜିକୁ ଚୋବାଇଲେ ଶରୀର ଡିଟକ୍ସ ହୋଇଥାଏ। ଫଳରେ ତ୍ୱଚା ମଧ୍ୟ ଦାଗମୁକ୍ତ ହୁଏ। ଏଥିପାଇଁ ପ୍ରତିଦିନ ଗୁଜୁରାତି ଚୋବାନ୍ତୁ। ଏହା ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ। ତେବେ ଆପଣ ଏହାର ପାଣିକୁ ମଧ୍ୟ ପିଇପାରିବେ। ଏହାର ପାଣି ପାଚନ ଶକ୍ତିକୁ ମଜବୁତ କରିବାରେ ସହାୟକ ହୋଇଥାଏ।
ଛୋଟ ଗୁଜୁରାତି କେବଳ ଖାଦ୍ୟ ନୁହେଁ ବରଂ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଲାଭ ଦେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁଜୁରାତିରେ କିଛି ଉପାୟ କରିବା ଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ। ବନ୍ଦ ହୋଇପଡିଥିବା କାମ ଦୂର ହୋଇଥାଏ। ତେବେ ଜାଣନ୍ତୁ କ’ଣ ଆଉ କେମିତି କରିବେ ଉପାୟ …
ଗୁଜୁରାତିରେ ଚମତ୍କାରୀ ଉପାୟ :
– କାର୍ଯ୍ୟରେ ବାଧା ଉପୁଜୁଥିଲେ, ଏକ ଢାଳ ପାଣିରେ ଦୁଇଟି ଛୋଟ ଗୁଜୁରାତି ପକାଇ ସିଝାଇ ଦିଅନ୍ତୁ। ଏହାକୁ ସିଝାଇବା ଅଧା ହୋଗଲେ ଏକ ବାଲଟି ପାଣିରେ ମିଶାଇ ଦେଇ ଗାଧାନ୍ତୁ। ଗାଧେଇବା ପରେ ଓମ୍ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ ମନ୍ତ୍ରଜପ କରନ୍ତୁ। ଗୁଜୁରାତିର ଖାସ୍ ଉପାୟ ଶୁକ୍ରକୁ ମଜବୁତ କରିଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ।
– କୌଣସି ପ୍ରକାରର ଆର୍ଥିକ ସଙ୍କଟ ଆସୁଥିଲେ କିମ୍ବା ହାତରେ ପଇସା ରହେନାହିଁ। ସେମାନେ ନିଜ ପର୍ସରେ ୫ଟି ଗୁଜୁରାତି ରଖନ୍ତୁ। ଏମିତି କଲେ ଆୟ ବଢିବା ଏବଂ ଖର୍ଚ୍ଚ କମ୍ ହେବ। କୌଣସି ଗରିବକୁ ଟଙ୍କା ଦାନ କରିବା ସମୟରେ ଗୁଜୁରାତି ମଧ୍ୟ ଦିଅନ୍ତୁ। ଦାରିଦ୍ରତା ଦୂର ହେବ।
– ଗୁରୁବାର ଦିନ ଗୁଜୁରାତିକୁ ହଳଦିଆ କପଡାରେ ବାନ୍ଧି କୌଣସି ଗରିବକୁ ଦାନ କରନ୍ତୁ। ଏପରି ୫ଟି ଗୁରୁବାର କରିବା ଦ୍ୱାରା ମନ ମୁତାବକ ବର ମିଳିବ।
– ବର ପତ୍ରରେ ପାଞ୍ଚଟି ମିଠା ଏବଂ ଦୁଇଟି ଗୁଜୁରାତି ରଖି ଏହାକୁ ଅଶ୍ୱତ୍ଥ ଗଛ ତଳେ ରଖିଦିଅନ୍ତୁ। ଘରକୁ ଫେରିବା ବେଳେ ପଛକୁ ବୁଲି ଚାହାନ୍ତୁ ନାହିଁ। ଏମିତି କଲେ ଶିକ୍ଷାରେ ସଫଳତା ମିଳିଥାଏ।
– ଚାକିରି ସମ୍ବନ୍ଧୀୟ କିମ୍ବା ବେପାରରେ ସଫଳତା ପାଇବା ପାଇଁ ଏକ କପଡାରେ ଗୁଜୁରାତି ବାନ୍ଧି ରାତିରେ ତକିଆ ତଳେ ରଖି ଶୋଇପଡନ୍ତୁ। ସକାଳୁ ଏହାକୁ କୌଣସି ବାହାର ଲୋକକୁ ଦିଅନ୍ତୁ। ଏମିତି କଲେ ଖୁବଶୀଘ୍ର ସଫଳତା ମିଳିବ।
Also Read ;