ପୁଲ୍‌ରେ ଗାଧୋଉଥିଲେ ହୋଇଯାଆନ୍ତୁ ସାବଧାନ! ଶହ ଶହ ସଂଖ୍ୟାରେ ଥାଆନ୍ତି ମାଂସାଶୀ ଜୀବାଣୁ

ଆପଣ କେବେ ସୁଇମିଂ ପୁଲ୍‌ରେ ଗାଧୋଇଛନ୍ତି କି? ଯଦି ନା, ତା’ହେଲେ ଏବେଠୁ ହୋଇଯାଆନ୍ତୁ ସାବଧାନ। କାରଣ, ଆପଣଙ୍କ ସୁଇମିଂ ପୁଲ୍‌ରେ ହିଁ ଥାଆନ୍ତି ଅସଂଖ୍ୟ ମାଂସାଶୀ ଜୀବାଣୁ, ଯେଉଁମାନେ ମଣିଷର ଚର୍ମକୁ ଖାଇଯାଆନ୍ତି। ଇନଫେକ୍ସନ ପାଥୋଲୋଜିଷ୍ଟ ତଥା ଆସିଷ୍ଟାଣ୍ଟ ପ୍ରଫେସର ଏମଡି ଭନେସାଙ୍କ କହିବା ଅନୁଯାୟୀ, ତାଜା ଏବଂ ଖାରିଆ ପାଣିରେ ମାଂସ ଭକ୍ଷଣ କରୁଥିବା ଜୀବାଣୁ ମିଳିଥାଆନ୍ତି। ତେବେ ପୁଲ୍‌ ଏବଂ ହଟ୍‌ ଟବ୍‌ରେ ଏହି ବ୍ୟାକ୍ଟେରିଆ ବହୁତ କମ୍‌ ରହିଥାଆନ୍ତି। କାହିଁକି ନା, ପୁଲ୍‌ ପାଣିରେ କ୍ଲୋରିନ୍‌ ମିଳିଥାଏ। କିନ୍ତୁ ଅନେକ ସମୟରେ କ୍ଲୋରିନ୍‌ ହେବା ସତ୍ତ୍ୱେ ଜୀବାଣୁ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନ ଥାଆନ୍ତି।

ଏହି ପ୍ରକାର ବ୍ୟାକ୍ଟେରିଆ ସାଧାରଣତଃ ଚର୍ମରେ ହୋଇଥିବା କ୍ଷତ, କଟା ଦାଗ, ଘା’, ଜଳାପୋଡ଼ା ଏବଂ କୀଟ କାଟିଥିଲେ, ଏହା ଦେଇ ଶରୀର ଭିତରକୁ ପ୍ରବେଶ କରନ୍ତି। ଯେତେବେଳେ ଏମାନେ ଗୋଟିଏ ଥର ଶରୀର ଭିତରକୁ ଯାଆନ୍ତି, ବହୁତ ଜଲଦି ଚାରିଆଡ଼େ ଖେଳେଇ ହୋଇଯାଆନ୍ତି। ତେଣୁ କୁହାଯାଏ କି, ଯଦି ଶରୀରରେ କୌଣସି ପ୍ରକାର କ୍ଷତ ରହିଛି, କେବେ ବି ପାଣିକୁ ଯାଆନ୍ତୁ ନାହିଁ।

Bacteria

ଏହାସହ ପଢ଼ନ୍ତୁ: ସୁଇମିଂ ପୁଲ୍‌ରେ ଗାଧୋଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଜୀବାଣୁ ଖାଇଗଲେ ମାଂସ, କାମ କରୁନି କିଡ୍‌ନୀ

ଲକ୍ଷଣ

-ଚର୍ମ ଲାଲ୍‌ ହୋଇଯିବା କିମ୍ବା କୁଣ୍ଡେଇ ହେବା
-ଶରୀରରେ ଅହସ୍ୟ ଯନ୍ତ୍ରଣା
-ଜ୍ୱର ବଢ଼ିବାରେ ଲାଗିଥାଏ
-ସଂକ୍ରମଣ ବଢ଼ିଲେ, ପୂଯ ବାହାରିଥାଏ
-ଚର୍ମର ରଙ୍ଗ ବଦଳି ଛାଲ ଦେଖା ଦେଇଥାଏ

କେମିତି ରହିବେ ସୁରକ୍ଷିତ

ଏହି ସଂକ୍ରମଣ ଆରମ୍ଭରେ ଆଣ୍ଟିବାୟୋଟିକ୍‌ ବ୍ୟବହାର କରନ୍ତୁ। ଯଦି ଆପଣଙ୍କୁ ବିଳମ୍ବରେ ଜଣାପଡ଼େ କି, ଆପଣଙ୍କ ତ୍ୱଚା ଖରାପ ହୋଇଯାଇଛି, ତା’ହେଲେ ମୃତ ତ୍ୱଚାକୁ ହଟାଇ ଦେବା ଉଚିତ। ଯଦି ସମୟ ପୂର୍ବରୁ ଏହାର ଚିକିତ୍ସା କରା ନ ଯାଏ, ତେବେ ଏହା ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକୁ ନଷ୍ଟ କରି ମୃତ୍ୟୁର କାରଣ ମଧ୍ୟ ବନିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.