ସାବଧାନ ! ଭେଜାଲ ଚା ପତିକୁ ଚିହ୍ନନ୍ତୁ ନଚେତ୍ କ୍ୟାନ୍ସର ହୋଇଯାଇପାରେ

ଚା’ ଆପଣ ନିଶ୍ଚିତ ପିଉଥିବେ। ସକାଳେ ହେଉ ଅବା ସନ୍ଧ୍ୟାରେ ଅଧିକାଂଶ ଲୋକେ ଚା’ ପିଇବାକୁ ଭଲପାଆନ୍ତି। ଆଉ କିଏ କିଏ ତ ଦିନରେ ୪ରୁ ୫ ଥର ଚା’ ପିଇଦିଅନ୍ତି। ଯଦି ଆପଣ ଏଭଳି କରୁଥାନ୍ତି, ତେବେ ତୁରନ୍ତ ହୋଇଯାଆନ୍ତୁ ସାବଧାନ ! ଗୋଟେ କପ୍ ଚା ଆପଣଙ୍କୁ ଟାଣି ନେଉଛି କ୍ୟାନ୍ସର ଆଡ଼କୁ । ଏକ ରିପୋର୍ଟରୁ ଜଣା ପଡ଼ିଛି, ଦେଶରେ ମିଳୁଥିବା ଚା ପତି ଭେଜାଲ ଆସୁଛି ଯାହା ଆପଣଙ୍କୁ ଗମ୍ଭୀର ରୋଗରେ ପକାଇ ପାରେ। ଦେଶରେ 80ପ୍ରତିଶତ ଲୋକଙ୍କ ଘରେ କ୍ଷୀର ଚା ପିଅନ୍ତି ଲୋକେ । କ୍ଷୀରରେ ଅନେକ ପ୍ରକାର ପାଉଡର, କେମିକାଲ , ସର୍ଫ, ତେଲ ମିଶା ଯାଉଥିବା ଖବର ଆପଣ ଜାଣିଥିବେ ନିଶ୍ଚୟ । ହେଲେ ଏବେ କ୍ଷୀର ସହ ଚା ପତି ବି ନକଲି ଆଉ ଭେଜାଲ ଆସୁଛି।

ଚା ପତି ପାଇଁ ଯେଉଁ ଚା ପତ୍ର ରଖାଯାଏ ତାହା ଏକ ଦମ୍ ଫ୍ରେସ ଥାଏ ହେଲେ ଖରାପ୍ ହୋଇ ଯାଇଥିବା ଚା ପତ୍ରକୁ ଫୋପାଡ଼ି ଦିଆଯାଏ। ଯେଉଁ ପତ୍ର ଗଛରୁ ଝଡି ପଡ଼ି ଥାଏ ତାକୁ ବ୍ୟବହାର କରାଯାଏ ନାହିଁ । ହେଲେ ଏବେ ଖରାପ୍ ପତ୍ରକୁ ବି ଚା ସେଣ୍ଟ ଦେଇ ପୁଣି ବ୍ୟବହାର କରାଯାଉଛି । ଏଭଳି କରିବା ଭୁଲ୍ ଏବଂ ଏହା ଏକ ଅପରାଧ ବୋଲି FSSI ବା food safety standards authority of india ରେ ନିୟମ ରହିଛି। ଏହି ନିୟମ ଅନୁଯାୟୀ ଚା ପତ୍ରରେ କୌଣସି ପ୍ରକାରର ରଙ୍ଗ, କେମିକାଲ ମିଶ୍ରଣ ହେଲେ ଏହା ମୃତ୍ୟୁ ଯାଏଁ ଟାଣି ନେଇ ପାରେ ।

ଏଥିରେ ହାଇପର୍ ଟେନ୍ସନ୍, ଲୀଭର୍, କିଡନୀରେ ସମସ୍ୟା ଆସିପାରେ । ଏଭଳି ଭେଜାଲ ଚା ପତି କାରଣରୁ କ୍ୟାନ୍ସର ଭଳି ରୋଗ ବି ହୋଇ ପାରେ। ଆଜି କାଲି ସବୁ ଜିନିଷ ଭେଜାଲ ଆସୁଛି ଆଉ ଚା ପତି ଭେଜାଲ ହେଲେ ଭାବନ୍ତୁ କଣ ହେବ । କାରଣ ପ୍ରତ୍ୟେକ ଲୋକଙ୍କ ସକାଳର ଆରମ୍ଭ ଚାରୁ ହିଁ ହୁଏ। ଆପଣ ଦେଖିଥିବେ ଆପଣଙ୍କ ଆଖପାଖ ଲୋକଙ୍କୁ ହଠାତ୍ କ୍ୟାନ୍ସର ହୋଇ ଯାଉଛି ନଚେତ୍ କିଡନୀ ଖରାପ୍ ହୋଇ ଯାଉଛି ।

ପାଣି ପରେ ଦୁନିଆରେ ସବୁଠୁ ଅଧିକ ଚା ଲୋକ ପିଅନ୍ତି । ଚୀନର ଜଣେ ମହା ପୁରୁଷ ଲାଓ ନୁଜ କହିଥିଲେ ଜୀବନ ପାଇଁ ଅମୃତ ଅଟେ ଚା। ହେଲେ ଏକ ରିପୋର୍ଟ୍ କହୁଛି ଚା ଆଉ ଅମୃତ ହୋଇ ନାହିଁ ଏହା ଏବେ ବିଷ ହୋଇ ଗଲାଣି । ଯଦି ଆପଣ ଭାବୁଛନ୍ତି ଚା ଆପଣଙ୍କୁ ମୁଡ ଠିକ୍ କରିଦେବ ତେବେ ଆପଣ ଭୁଲ୍ ଭାବୁଛନ୍ତି।

କୌଣସି ପ୍ରକାରର ଗାଢ଼ ରଙ୍ଗ ବହୁ ସମୟ ଧରି ଆପଣଙ୍କ ଶରୀରକୁ ଯାଉଥିଲେ ତାହା ଆପଣଙ୍କ କିଡନୀକୁ ଖରାପ୍ କରିପାରେ। ଲିଭରକୁ ଖରାପ୍ କରି ପାରେ। ହୁଏତ ଆପଣ କେବେ ଚା ପାଇଁ ମନା କରି ପାରିବେ ନାହିଁ, ତେଣୁ ଯିଏ ବି ଚା ପତି ଆଣୁଛନ୍ତି ଘରକୁ ସେମାନେ ଯାଞ୍ଚ୍ କରନ୍ତୁ ଆପଣ ରଙ୍ଗ ମିଶା ଚା ପିଉଛନ୍ତି କି ଠିକ୍ ଚା ପିଉଛନ୍ତି। ଆଉ ନିଜକୁ ରୋଗରୁ ବଂଚାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.