ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଜାମୁକୋଳି

ଜାମୁକୋଳିରେ ଭରପୂର ପୋଷକ ତତ୍ତ୍ୱ ଭରି ରହିଛି । ଏଥିରେ ଆଇରନ୍‌, କ୍ୟାଲ୍‌ସିୟମ୍, ଭିଟାମିନ୍‌ ସି’ ଏବଂ ବି’ ପ୍ରଚୁର ପରିମାଣରେ ରହିଛି । ଯଦି ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍‌ର ଅଭାବ ରହିଛି, ତେବେ ଜାମୁକୋଳି ଆପଣଙ୍କ ରକ୍ତହୀନତାକୁ ଦୂର କରିଥାଏ । ଏହା ବ୍ୟତୀତ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଜାମୁକୋଳି ଖୁବ୍‌ ଉପକାରୀ।ମୁହଁର ତ୍ୱଚାକୁ ସୁନ୍ଦର କରିବା ପାଇଁ ଆପଣ ଏହାକୁ ଖାଇପାରିବେ ଏବଂ ଏହାର ଫେସ୍‌ପ୍ୟାକ୍‌ ମଧ୍ୟ ମୁହଁରେ ଲଗାଇପାରିବେ ।

ଭିଟାମିନ୍‌ ପାଇଁ ଜାମୁକୋଳି

ଜାମୁକୋଳିରେ ଭିଟାମିନ୍‌ ଏ’ ଏବଂ ସି’ ପ୍ରଚୁର ମାତ୍ରାରେ ଥିବାରୁ ଏହି ଦୁଇଟି ତତ୍ତ୍ୱ ତ୍ୱଚା ପାଇଁ ଖୁବ୍‌ ଉପକାରୀ। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଏହାକୁ ସୁସ୍ଥ ଏବଂ ସତେଜ ରଖିଥାଏ ।

ସ୍କିନ୍‌ ହାଇଡ୍ରେଟ୍‌ କରେ

ଜାମୁ କୋଳିରେ ୮୫ ପ୍ରତିଶତ ପାଣି ରହିଛି । ଏଥିପାଇଁ ଏହା ତ୍ୱଚାକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଜାମୁକୋଳି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଆଉ ଶୁଖିଲା ଦେଖା ଯାଏ ନାହିଁ ।

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ

ଜାମୁକୋଳିରେ ଥିବା ଆଣ୍ଟିବାୟୋଟିକ୍ସ ତ୍ୱଚାରେ ଥିବା ସମସ୍ତ କଳା ଦାଗକୁ ଦୂର କରି ଏହାକୁ ସୁନ୍ଦର ରଖିଥାଏ । ଏଥିପାଇଁ ଆପଣ ଜାମୁକୋଳିକୁ ଶୁଖାଇ ପ୍ରଥମେ ଏହାର ପାଉଡର୍‌
ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ବେସନ ଏବଂ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ୨୦ ମିନିଟ୍‌ ମୁହଁରେ ଲଗାଇ ରଖନ୍ତୁ । ଏହିପରି କିଛିଦିନ ଲଗାଇବା
ପରେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଓ ସୁନ୍ଦର ଦେଖାଯିବ ।

କେଶକୁ ସୁସ୍ଥ ରଖେ

ଜାମୁକୋଳିରେ ଭିଟାମିନ୍‌ ସି’ ରହିଛି, ଯାହା କୋଲୋଜନ୍‌ ହର୍‌ମୋନ୍‌ ତିଆରିରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିବାୟୋଟିକ୍ସ କେଶକୁ ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ କିରଣରୁ ସୁରକ୍ଷା ଦେଇଥାଏ । ଏହା ଫଳରେ ଆପଣଙ୍କ କେଶ ସୁନ୍ଦର ଦେଖାଯାଏ ।

ତୈଳାକ୍ତ ତ୍ୱଚା ପାଇଁ ଜାମୁକୋଳି

ଜାମୁକୋଳିରେ ଏପରି ଗୁଣ ରହିଛି, ଯାହା ତୈଳାକ୍ତ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଜାମୁକୋଳି ରସରେ ଅଁଳା ରସ ଏବଂ ଗୋଲାପ ଜଳ ମିଶାଇ ଏକ ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍‌କୁ ମୁହଁରେ ଲଗାଇଲେ ତ୍ୱଚାରୁ ଅତିରିକ୍ତ ତେଲ ବାହାରିବା ବନ୍ଦ ହେବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.