ଶୀତ ଋତୁରେ ତ୍ବଚାର ସୁନ୍ଦରତା ବଢ଼ାଇବା ପାଇଁ ଏମିତି କରନ୍ତୁ ମେକଅପ୍

ସାଧାରଣତଃ ଝିଅ ମାନଙ୍କୁ ମେକଅପ କାରିବାକୁ ବହୁତ ଭଲ ଲାଗିଥାଏ। ମେକଅପ ଗରମ ଦିନରେ ଭଲ ଲାଗିନଥାଏ କିନ୍ତୁ ସେହି ମେକଅପ ଶୀତ ଦିନରେ ଆପଣଙ୍କ ଲୁକକୁ ଚମକାଇ ପାରିବ। ଏହାଛଡା ଶୀତ ଦିନରେ ତ୍ବଚା ରୂକ୍ଷ ଏବଂ ଶୁଷ୍କ ହୋଇଯାଇଥାଏ। ଯେଉଁ କାରଣରୁ ମେକଅପ୍ ଚେହେରାର ତ୍ବଚାକୁ ଖରାପ କରିଦେଇଥାଏ ଏବଂ ଲୁକ ମଧ୍ୟ ଭଲ ଦେଖାଯାଇ ନଥାଏ।
ଏହିଭଳି କରନ୍ତୁ ମେକଅପ୍
ଶୀତ ଦିନରେ ମେକଅପ୍ କରିବା ପୂର୍ବରୁ ନିଜ ତ୍ବଚାରେ ଭଲଭାବେ ମଶ୍ଚରାଇଜର ଲଗାଇ ଦିଅନ୍ତୁ। ମେକଅପ୍ କରିବା ପୂର୍ବରୁ ଆପଣଙ୍କ ତ୍ବଚାକୁ ସର୍ବପ୍ରଥମେ କୌଣସି ଭଲ କ୍ଲିନଜିଙ୍ଗ୍ ମିଲ୍କ ସହିତ ସଫା କରିଦିଅନ୍ତୁ।
ଏହା ପରେ ଆପଣଙ୍କ ଚେହେରାରେ ପ୍ରାଇମର ଲଗାଇବା ପରେ ନିଜର ସ୍କିନ କଲର ସହିତ ମିଶୁଥିବା ଫାଉଣ୍ଡେସନ ଲଗାନ୍ତୁ। ଥଣ୍ଡା ଦିନରେ ସବୁବେଳେ କ୍ରୀମ ବେସ ଫାଉଣ୍ଡେସନ ହିଁ ବ୍ୟବହାର କରିବା ଉଚିତ।
ଶୀତ ଋତୁରେ କଳା ଏବଂ ବ୍ରାଉନ ଆଇସାଡୋ ଆଖିକୁ ସ୍ମୋକି ଲୁକ ଦିଅନ୍ତୁ। ସ୍ମୋକି ଆଖି ହଟ୍ ଏବଂ ବୋଲ୍ଡ ଲୁକ ଦେଇଥାଏ। ଆଖିରେ କାଜଲ, ଲାଇନର ଏବଂ ମସ୍କାରାର ବ୍ୟବହାର ନିଶ୍ଚିତ କରନ୍ତୁ।
ଥଣ୍ଡା ଋତୁରେ ସବୁବେଳେ ଲିପସ୍ଟିକ୍ ଲଗାଇବାର ୧୦-୧୫ ମିନିଟ ପୂର୍ବରୁ ଓଠରେ ଲିପ୍ ବାମ ନିଶ୍ଚିତ ଲଗାନ୍ତୁ। ଏଥିରୁ ଆପଣଙ୍କ ଓଠରେ ନମନିୟତା ରହିଥାଏ।
ଚେହେରାରେ ଚମକ ଆଣିବା ପାଇଁ ଗାଲରେ ହାଲୁକା ହାତରେ ବ୍ଲସର କିମ୍ବା ବ୍ଲଞ୍ଜ ଲଗାନ୍ତୁ। ଏହା ଆପଣଙ୍କୁ ପୁରପୁରୀ ଫ୍ରେସ ଲୁକ ଦେଇଥାଏ।