ବର୍ଷା ଦିନେ ଖାଉଛନ୍ତି କି ରାସ୍ତାକଡ଼ରେ ମିଳୁଥିବା ଦହିବରା ? ହୋଇଯାଆନ୍ତୁ ସତର୍କ, ନଚେତ୍ ପଡିପାରନ୍ତି ଜଣ୍ଡିସ ଭଳି ମାରାତ୍ମକ ରୋଗରେ

ଦହିବରା କଥା ପଡ଼ିଲା ମାତ୍ରେ ପାଟିରୁ ଲାଳ ବାହାରେ । ଦହିବରାର ସ୍ଵାଦ ଯେତିକି ସୁଆଦିଆ ସେତିକି ମନ ଲୋଭା । ଦହିବରା ଆଳୁ ଦମ୍ ପାଇଁ ଓଡ଼ିଶା ଏକ ସ୍ଵତନ୍ତ୍ର ସ୍ଥାନ ପାଇଛି । ରାସ୍ତାରେ ଗଲାବେଳେ ଭୋକ ଲାଗିଲେ ପ୍ରଥମେ ଦହିବରା ଆଳୁ ଦମ୍ ର କଥା ମନକୁ ଆସିଥାଏ । ଆଉ ଆମ ମଧ୍ୟରୁ ପ୍ରାୟ ରାସ୍ତା କଡ଼ରେ ଠିଆ ହୋଇ ଦହିବରା ଆଳୁ ଦମ୍ ର ମଜା ସମସ୍ତେ ନେଇଛନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଦହିବରା ଆପଣଙ୍କ ପାଇଁ କେତେ ବିପଦ ପୂର୍ଣ୍ଣ? ଯଦି ଜାଣି ନାହାନ୍ତି ତାହେଲେ ଥରୁଟିଏ ପଢି ନିଅନ୍ତୁ ଏହି ରିପୋର୍ଟ ।

DAHIରାସ୍ତା କଡ଼ରେ ମିଳୁଥିବା ଦହିବରା ଆଳୁ ଦମ୍ ର ପ୍ରସ୍ତୁତି କୋଉଠି ହୁଏ ପ୍ରଥମତଃ ଏହା ଆମକୁ ଜଣା ନ ଥାଏ । ଏଥିରେ ବ୍ୟବହାର ହେଉଥିବା ଦହି ଠାରୁ ଆରମ୍ଭ କରି ବରା ଛଣା ଯାଉଥିବା ତେଲ ପର୍ଯ୍ୟନ୍ତ କେଉଁଥିରେ ବି ଏହାର ମାନ ନିର୍ଦ୍ଧାରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଆପଣ ଖାଉଥିବା ଦହିବରା ଆଳୁ ଦମ୍ ଆପଣଙ୍କ ପାଇଁ କେତେ ସୁରକ୍ଷିତ ତାହା ଉପରେ ମଧ୍ୟ କୌଣସି ଲଗାମ ନାହିଁ।

Street foodରାସ୍ତା କଡ଼ରେ ବିକ୍ରି ହେଉଥିବା ଦହିବରା ହେଉ କି ଅନ୍ୟ ଫାଷ୍ଟ ଫୁଡ୍ ସେମାନଙ୍କ ଉପରେ କୌଣସି ସରକାରୀ ବିଭାଗ ନା କରୁଛନ୍ତି ଖାଦ୍ୟର ମାନ ଯାଞ୍ଚ୍ ନା ହେଉଛି ସେମାନଙ୍କ ଦୋକାନର ରେଜିଷ୍ଟ୍ରେସନ୍ । ଏହା ଦ୍ଵାରା ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ଉପରେ କାହାରି ଲଗାମ ରହୁ ନାହିଁ । ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟ ଆପଣଙ୍କ ପାଇଁ ବିଷ ନ ହୋଇପାରେ ବୋଲି କୁହା ନ ଯାଇପାରେ ।

DAHIBARRAବର୍ଷା ଦିନ ଆସିଲା ,ଏବେ ନାନାଦି ପ୍ରକାର ଜଳ ବାହକ ରୋଗ ବ୍ୟାପିବାରେ ଲାଗିବ । ସାଧାରଣତ ବର୍ଷା ଦିନେ ଜ୍ବର ଥଣ୍ଡା ଏବଂ ପେଟ ରୋଗ ଭଳି ବିଭିନ୍ନ ରୋଗ ଦେଖା ଦେଇଥାଏ। ଜଣ୍ଡିସ ଭଳି ମାରାତ୍ମକ ରୋଗ ମଧ୍ୟ ବେଶୀ ହୋଇଥାଏ । ଦହିବରାରେ ମିଶୁଥିବା ଦହି ଏବଂ ପାଣି କେତେ ସ୍ୱଚ୍ଛ ତା ଉପରେ ଏବେ ପ୍ରଶ୍ନ ଉଠୁଛି। ଯଦି ଏହା ଦୂଷିତ ପାଣି ହୋଇଥାଏ ଏବଂ ଆପଣ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଛନ୍ତି ତେବେ ଆପଣ ମଧ୍ୟ ବିଭିନ୍ନ ରୋଗରେ ପଡି ପାରନ୍ତି । ବର୍ଷା ଦିନେ ଏହି ସବୁ ଖାଦ୍ୟରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.