ଆଙ୍ଗୁଳିରେ ମୋତି ଧାରଣ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଚାରୋଟି କଥା

ସାଧାରଣତଃ ସବୁ ରତ୍ନ ମଧ୍ୟରେ ମୋତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି I ଧଳା ରଙ୍ଗରେ ଚମକୁଥିବା ଏହି ମୋତି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ I ଏହାଦ୍ୱାରା କିଛିଲୋକ ମୋତୀକୁ ଅତ୍ୟନ୍ତ ସଉକରେ ପିନ୍ଧିବା ଆରମ୍ଭ କରିଦେଇଥାନ୍ତି I କିନ୍ତୁ କଣ ଆପଣ ଜାଣିଛନ୍ତି କି ମୋତିକୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ବିନା ପିନ୍ଧିବା ଅନୁଚିତ I ଏହାଦ୍ୱାରା ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି I ତାହେଲେ ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ମୋତି ପିନ୍ଧିବା ଆବଶ୍ୟକ ଏବଂ କାହାକୁ ନୁହେଁ I

pearl

ସାଧାରଣତଃ ଅଧିକାଂଶ ଲୋକ ଯେଉଁମାନଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ଥାଏ ସେମାନଙ୍କୁ ମୋତି ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ I କିନ୍ତୁ ସବୁ ଲଗ୍ନର ଲୋକମାନଙ୍କ ପାଇଁ ଏପରି ହୋଇନଥାଏ I ଯଦି କୌଣସି ବ୍ୟକ୍ତିଙ୍କର ଚନ୍ଦ୍ରମା ଶୁଭରେ ଥାଇ ମଧ୍ୟ ସେମାନେ ଦୁର୍ବଳ ହୋଇଥାନ୍ତି ତାହେଲେ ସେହି ବ୍ୟକ୍ତି ମାନଙ୍କୁ ମୋତି ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ I ଏବଂ ମୋତି ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ I

pearl

କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଯଦି ୬, ୮ କିମ୍ବା ୧୨ ସ୍ଥାନରେ ରହିଥାଏ ତାହେଲେ ସେହି ବ୍ୟକ୍ତିମାନେ ମୋତି ପିନ୍ଧିବା ଦ୍ୱାରା ଲାଭବାନ ହୋଇଥାନ୍ତି I ଏହାସହିତ ନୀଚ ରାଶି ଵୃଷରେ ଚନ୍ଦ୍ରମା ଥିଲେ ମୋତି ପିନ୍ଧିବା ଲାଭଦାୟକ ହୋଇଥାଏ I

ଏହାସହ ପଢନ୍ତୁ ଆଜି ଅନନ୍ତ ଚତୁର୍ଦ୍ଦଶୀ, ଜାଣନ୍ତୁ ମହାଭାରତରେ ଶ୍ରୀକୃଷ୍ଣ ଏହି ବ୍ରତ ପାଳନ କରିବା ପାଇଁ କାହିଁକି ପାଣ୍ଡଵମାନଙ୍କୁ କହିଥିଲେ

ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମାଙ୍କର ମହାଦଶା ଚାଲିଛି ତାହେଲେ ଆପଣଙ୍କୁ ମୋତି ଧାରଣ କରିବା ନିହାତି ଆବଶ୍ୟକ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.