ଅନୁ ମଲ୍ଲିକଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର, କହିଲେ ‘ମୂଷା ପୁଣି ଗାତକୁ ଫେରିଆସୁଛି’

ମି-ଠୁ ମୁଭମେଣ୍ଟରେ ବଲିଉଡର ବହୁ ନାମିଦାମୀ କଳାକାର ମାନଙ୍କ ଉପରେ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ଲାଗିଛି । ସଙ୍ଗିତକାର ଅନୁ ମଲ୍ଲିକ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ । ତାଙ୍କ ଉପରେ ଅଭିଯୋଗ ଆସିବାପରେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ରୁ ତାଙ୍କୁ ବାହାର କରିଦିଆଯାଇଥିଲା । କିନ୍ତୁ ସୋ’ର ନୂଆ ସିଜିନ୍ ରେ ସେ ପୁଣି ଥରେ ନଜର ଆସିବେ ।

sona mohaptraଏହି ସୂଚନା ଜାଣିବାପରେ ଅନୁ ମଲ୍ଲିକଙ୍କ ଉପରେ ଅଭିଯୋଗ କରିଥିବା ସିଙ୍ଗର ସୋନା ମହାପାତ୍ର ରାଗି ଯାଇଛନ୍ତି । ସୋନା ଟ୍ବିଟ୍ କରି ଅନୁ ମଲ୍ଲିକ୍ ଙ୍କୁ ସିଧା ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ସୋନୀ ଟିଭି ବର୍ଷେ ଭିତରେ ଅନୁ ମଲ୍ଲିକଙ୍କୁ ପୁଣି ଇଣ୍ଡିଆନ୍ ଆଇଡେଲ୍ ରେ ଜର୍ଜ ପାଇଁ ଡାକିବା ସେହି ଲୋକଙ୍କ ମୁହଁରେ ଚାପୁଡା ସ୍ବରୁପ, ଯେଉଁ ଲୋକ ଭାରତରେ ନିଜ ଛୁଆ ମାନଙ୍କ ପାଇଁ ଏକ ଭଲ ଏବଂ ସୁରକ୍ଷିତ ଭବିଷ୍ୟତ ଚାହୁଁଛନ୍ତି । #RatReturnsToTheGutter (ମୂଷ ପୁଣି ଗାତକୁ ଫେରି ଆସୁଛି )

ଅନୁ ମଲ୍ଲିକ୍ ଙ୍କ ଉପରେ ସୋନାଙ୍କ ବ୍ୟତିତ ଶ୍ବେତା ପଣ୍ଡିତ ମଧ୍ୟ ଅଭିଯୋଗ କରିଥିଲେ । ଶ୍ବେତା କରିଥିଲେ କି, ଅନୁ ମଲ୍ଲିକ୍ ତାଙ୍କୁ କାମ ଦେବା ବଦଳରେ କିସ୍ କରିବାକୁ କହିଥିଲେ । ସେହି ସମୟରେ ସେ ୧୫ବର୍ଷର ଥିଲେ ଏବଂ ସ୍କୁଲ୍ ଯାଉଥିଲେ । ଶ୍ବେତା ଲେଖିଥିଲେ କି, ଏହା ୨୦୦୧ ମସିହା କଥା ।

ଏହାସହ ପଢନ୍ତୁ:

ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ବଡ ଖବର, ଏମିତି ଅଫର ଦେଲେ ଏହି ଆକ୍ଟ୍ରେସ୍

sweta