ଭୋଜନରେ ଗରମ ମସଲା ବ୍ୟବହାର କରୁଛନ୍ତି କି! ଜାଣନ୍ତୁ ଏହାର ଲାଭ ଓ କ୍ଷତି

ଭାରତୀୟ ଭୋଜନରେ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରାଯାଏ। ସ୍ୱାଦ ଓ ବାସ୍ନା ପାଇଁ ଖାଦ୍ୟରେ ଗରମ ମସଲା ବି ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ତେବେ ସ୍ୱାଦ ବଢ଼ାଇବାକୁ ବ୍ୟବହୃତ ହେଉଥିବା ଗରମ ମସଲା ଶରୀର ଉପରେ ବି ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଗରମ ମସଲା ଖାଇବାର ଲାଭ ଓ କ୍ଷତି ସମ୍ପର୍କରେ…

ଗରମ ମସଲାର ଫାଇଦା:

  • ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇଁ ଆପଣ ଗରମ ମସଲା ବ୍ୟବହାର କରିପାରିବେ। ଏଥିରେ ଥିବା ଫାଇଭର ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ।
  • ଗରମ ମସଲାରେ ଆଣ୍ଟି ଇନ୍‌ଫ୍ଲୋମେଟରୀ ଗୁଣ ରହିଛି, ଯାହା ଶାରୀରିକ ପୀଡ଼ା ଓ ବିନ୍ଧାବିନ୍ଧି ସମସ୍ୟା ଦୂର କରେ।
  • ଗରମ ମସଲାରେ ଜିରା ବି ପଡ଼େ। ଏହା ଏକ ସକ୍ରିୟ ଆଣ୍ଟି-ଡାଇବେଟିକ୍‌ ଏଜେଣ୍ଟ। ମଧୁମେହର ଆଶଙ୍କା କମ୍‌ କରିବାରେ ଏହା ସହାୟକ ହୋଇଥାଏ।

ଗରମ ମସଲା ଖାଇଲେ ହୁଏ ଏସବୁ କ୍ଷତି:

ଗରମ ମସଲାର ଅନେକ ଫାଇଦା ଥିଲେ ମଧ୍ୟ ଏହାର କେତେକ କ୍ଷତି ବି ରହିଛି। ଅଧିକ ଗରମ ମସଲା ସେବନ କଲେ ଅର୍ଶ, ଛାତି ପୋଡ଼ା, ଏସିଡିଟି, ପେଟ କାଟିବା ଭଳି ସମସ୍ୟା ଦେଖାଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.