ପୁରୁଣାରୁ ଅତି ପୁରୁଣା ଦାଗ ଦୂର କରିବାକୁ ବ୍ୟବହାର କରନ୍ତୁ ବାଦାମ ତେଲ, ଜାଣନ୍ତୁ ଅନ୍ୟ ଲାଭ

ବାଦାମ କେବଳ ଆମ ଦେହ ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ। ନିୟମିତ ବାଦାମ ତେଲ ଲଗାଇଲେ ତ୍ୱଚାର ଲୋଚାକୋଚାପଣ ଦୂର ହୋଇଥାଏ ବୋଲି ଏକ୍ସପର୍ଟ ମତ ଦିଅନ୍ତି। ଏଥିସହ ବୟସର ଛାପ ବି ଦେଖିବାକୁ ମିଳେ ନାହିଁ। ଦାଗ ମୁକ୍ତ ତ୍ୱଚା ପାଇବାକୁ ଚାହୁଁଥିଲେ, ବାଦାମ ତେଲ ବ୍ୟବହାର କରିପାରିବେ।

ତେବେ ଆସନ୍ତୁ ଜାଣିବା ବାଦାମ ତେଲର ଅନ୍ୟ ଲାଭ ବିଷୟରେ…

ଆଖିତଳ କଳା ପଡ଼ୁଥିଲେ :

ଅଧିକ ସମୟ ମୋବାଇଲେ ବ୍ୟବହାର କଲେ କିମ୍ବା ଠିକରେ ରାତି ନ ଶୋଇଲେ ଆଖି ତଳ କଳା ପଡ଼ିଯାଏ। ଏହା ମୁହଁର ସୌନ୍ଦର୍ଯ୍ୟ କମାଇଦିଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣ ବାଦାମ ତେଲ ବ୍ୟବହାର କରିପାରିବେ। ଦୁଇ ଟୋପା ବାଦାମ ତେଲ କଳା ପଡ଼ିଥିବା ଜାଗାରେ ଲଗାଇଲେ ଦାଗ ଦୂର ହେବ।

ଚର୍ମ ଜାକି ହୋଇଥିଲେ :

ତ୍ୱଚାର ଚର୍ମ ଜାକିଜୁକି ବା ଲୋଚାକୋଚା ହୋଇଥିଲେ ବୟସ ବଢିଲେ ଭଳି ଦିଶେ। ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଆପଣ ବାଦାମ ତେଲ ବ୍ୟବହାର କରିପାରିବେ। ବାଦାମ ତ୍ୱଚାକୁ କୋମଳ ଓ ନର୍ମାଲ କରେ। ଏଥିପାଇଁ ରାତିରେ ବାଦାମ ତେଲ ସହ ନଡ଼ିଆ ତେଲ ମିଶାଇ ମୁହଁରେ ମସାଜ କରନ୍ତୁ ଓ ସେମିତି ହିଁ ଛାଡ଼ି ଦିଅନ୍ତୁ। କିଛି ଦିନ ଭିତରେ ଦେଖିବେ ଲୋଚାପଣ କମିଯାଇଥିବ।

ଦାଗମୁକ୍ତ ଚେହେରା ପାଇଁ :

ମୁହଁରୁ ଦାଗ ଦୂର କରିବା ପାଇଁ ନିୟମିତ ବାଦାମ ତେଲ ଲଗାନ୍ତୁ। ଏହାକୁ କିଛି ଦିନ ବ୍ୟବହାର କଲେ ପୁରୁଣାରୁ ଅତି ପୁରୁଣା ଦାଗ ବି ଲିଭି ଯିବ। ଏହା ଲୋମକୂପ ଯାଏଁ ଯାଇ ପରିଷ୍କାର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.