ଲବଙ୍ଗର ଅଧିକ ସେବନ ଶରୀର ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ସହ ଶରୀରିକ ସମସ୍ୟାର ସମାଧାନ ପ।।ଇଁ ଘରୋଇ ଉପଚାର ହୋଇଥାଏ ସବୁଠୁ ବେଷ୍ଟ । ଗୋଟା ମସଲାକୁ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଏ । ଖାଦ୍ୟଠୁ ଆରମ୍ଭ କରି ଶାରୀରିକ ସମସ୍ୟା ସମାଧାନ ପାଇଁ ଆମେ ଏହାକୁ ସେବନ କରିଥାଉ । ତେବେ ଆପଣ ଜାଣିଛନ୍ତି କି ଏହାର ଅଧିକ ସେବନ ଦ୍ୱାରା ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା ସେ ସଂପର୍କରେ..
– ଏହାର ଅଧିକ ସେବନ ଦ୍ୱାରା ଅନ୍ତନାଡୀ ଉପରେ ଏହାର ଖରାପ ପ୍ରଭାବ ପଡେ ।
– ଏହା ଦ୍ୱାରା ଶରୀରରେ ଜ୍ୱଳନ ସମସ୍ୟା ଦେଖାଯାଏ ।
– ରକ୍ତ ପତଳା ହୋଇଯାଏ ।
– ଏହାଦ୍ୱାରା ଆଲର୍ଜି ହେବାର ସମ୍ଭାବନା ରହିଥାଏ ।
– ଏହାକୁ ଅଧିକ ଖାଇଲେ ଏହା ଶରୀରକୁ ଗରମ କରିଦିଏ । ଫଳରେ ମୁହଁରେ ସମସ୍ୟା ଦେଖାଯାଏ ।
ତେବେ ଲବଙ୍ଗ ଶରୀର ପାଇଁ ହୋଇଥାଏ ବେଶ ଲାଭଦାୟକ । ଏହାକୁ ତେଲ ବା ଆଣ୍ଟିସେପ୍ଟିକ ରୂପରେ ବ୍ୟବହାର କରାଯାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା ସଂପର୍କରେ..

– ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ଏହାର ବ୍ୟବହାର ଔଷଧ ରୂପେ କରାଯାଏ । ତେଣୁ ଲବଙ୍ଗ ଥିବା ପେଷ୍ଟକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଏ ।
– କାଶ ଓ ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଏହାକୁ ସେବନ କରିବା ଉଚିତ ।
– ଏହା ଶରୀରରେ ଥଣ୍ଡାକୁ କମାଇଥାଏ । ମହୁ ସହିତ ଏହାକୁ ଆପଣ ଖାଇପାରିବେ ।
– ଲୋକଙ୍କ ଷ୍ଟ୍ରେସ କମାଇବାରେ ଏହା ସାହାଯ୍ୟ କରିଥାଏ । ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ ।
– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଶରୀର ପାଇଁ ଲାଭଦାୟକ ହୋଇଥାଏ ।