ସକାଳେ ଖାଲି ପେଟରେ ଖାଅନ୍ତୁ ସେଓ, ମିଳିବ ଅଦ୍ଭୁତ ଫାଇଦା

ସକାଳେ ଖାଲି ପେଟରେ ସେଓ ଖାଇବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି | କାରଣ ସେଓରେ ଆଇରନ,ପ୍ରୋଟିନ ଓ ଭିଟାମିନ ସହ କାର୍ବୋହାଇଡ୍ରାଇଟି ମଧ୍ୟ ପ୍ରଚୁର ମାତ୍ରାରେ ଥାଏ | ସକାଳେ ଗୋଟେ ସେଓ ସେବନ କରିବା ଦ୍ୱାରା ସାରା ଦିନ ଏନର୍ଜି ରହିଥାଏ | ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ସେଓ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ |

ପୋଷାକ ତତ୍ୱ :  ଏଥିରେ ଥିବା ଭରପୁର ଫାଇବର,ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ ପ୍ରଚୁର ମାତ୍ରାରେ ରହିଥାଏ | ସକାଳେ ଯେତେବେଳେ ଖାଲି ପେଟରେ ଖିଆଯାଏ ଏହା ଶରୀରକୁ ପୁର୍ଣ ପୋଷାକ ଦେଇଥାଏ | ତେଣୁ ଦୈନିକ ଗୋଟେ ସେଓ ଜରୁର ଖାଆନ୍ତୁ |

ଇମ୍ୟୁନିଟି : ସେଓ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରିଥାଏ | ପ୍ରତିଦିନ ସକାଳେ ଗୋଟେ ସେଓ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢି ଥାଏ | ସେଓ ରେ ଭିଟାମିନ ସି, ପ୍ରୋଟିନ ଓ ଅନ୍ୟ ପୋଷାକ ତତ୍ତ୍ୱ ଭରପୁର ଥାଏ | ଯାହା ଇମ୍ୟୁନିଟି ବଢ଼ାଇଥାଏ |

ହାର୍ଟ : ଖାଲି ପେଟରେ ସେଓ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ | ସେର ଥିବା ଫାଇବର ବ୍ଲଡ଼ ପରସୂତ୍ର ପ୍ରେସରକୁ କଣ୍ଟ୍ରୋଲ କରିଥାଏ | ଏଥିରେ ଥିବା ଭିଟାମିନ ଓ ପୋଟାସିଅମ ହୃଦୟକୁ ସୁସ୍ଥ ରଖିଥାଏ |

ଓଜନ : ଯଦି ଆପଣ ଓଜନ କଣ୍ଟ୍ରୋଲ କରିବାକୁ ଖାଲି ପେଟରେ ଗୋଟେ ସେଓ ଖାଆନ୍ତୁ | ପ୍ରତିଦିନ ଗୋଟେ ସେଓ ଖାଇବା ଦ୍ୱାରା ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହିବ |

Leave A Reply

Your email address will not be published.