ଡାଇବେଟିସରୁ ଆରମ୍ଭ କରି ବ୍ରଣ ପରି ସମସ୍ୟାରୁ ମୁକ୍ତି ଦେଇଥାଏ ମେଥି ପାଣି

ମଧୁମେହକୁ ବିଭିନ୍ନ ମେଟାବୋଲିକ ରୋଗ ମାନଙ୍କର ମୂଳ ଭାବେ ଧରାଯାଏ । ମନୁଷ୍ୟ ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିବାକୁ ହିଁ ଡାଇବେଟିସ ବା ମଧୁମେହ ବୋଲି କୁହାଯାଏ । ଶରୀରରେ ଇନ୍ସୁଲିନ ଠିକ ଭାବେ କାର୍ଯ୍ୟ ନକଲେ ବି ଶରୀରର କୋଷିକା ମାନେ ବି ଠିକ ଭାବେ କାମ କରିପାରନ୍ତି ନାହିଁ । ଏମିତିକି ଶରୀରର ଅଙ୍ଗ ଗୁଡିକ ଗୋଟିକ ପରେ ଗୋଟିଏ ଅଙ୍ଗ ବି ଖରାପ ହେବାକୁ ବସେ । ଆଜିକା ସମୟରେ ପ୍ରାୟ ଅଧିକାଂଶ ଲୋକ ଏହି ମାରାତ୍ମକ ରୋଗର ଶିକାର ହେଲେଣି । ଶରୀରର ସୁଗାର ଲେବଲ ବା ରକ୍ତ ଶର୍କରା ରେ ସନ୍ତୁଳନ ରକ୍ଷା କରିବାରେ ମେଥି ଏକ ରାମବାଣ ସଦୃଶ ହିଁ କାମ କରିଥାଏ । ଶରୀରରେ ଇନ୍ସୁଲିନ ତିଆରିରେ ବି ମେଥି ଖୁବ ସାହାଯ୍ୟ କରେ । ଅଧିକାଂଶ ଲୋକ ମେଥିକୁ ଗୁଣ୍ଡ କରି ଖାଇଥାନ୍ତି । କିନ୍ତୁ ମେଥି ପାଣି ବିଷୟରେ ଅନେକ ଜାଣିନଥିବେ । ତେବେ ଆଜି ଜାଣି ରଖନ୍ତୁ ଶରୀର ପାଇଁ ମେଥିପାଣିର ଉପକାରିତା ସମ୍ପର୍କରେ:

fenugreek water

କିପରି ପ୍ରସ୍ତୁତ କରିବେ ମେଥିପାଣି :

ମେଥି ପାଣି ପ୍ରସ୍ତୁତ କରିବା ପାଇଁ ୧ ରୁ ୨ ଚାମଚ ମେଥି ରାତି ସାରା ଗୋଟେ ଗ୍ଲାସ ପାଣିରେ ଭିଜେଇ ଦିଅନ୍ତୁ । ସକାଳେ ଏହି ପାଣିକୁ ଛାଣି ମେଥି ଦାନା ଗୁଡିକୁ ଅଲଗା କରି ଦିଅନ୍ତୁ । ସକାଳ ସନ୍ଧ୍ୟାରେ ଏହି ପାଣି ପିଇବା ଦ୍ୱାରା ଡାଇବେଟିସ ରୋଗୀଙ୍କ ଶର୍କରା ପରିମାଣ ସନ୍ତୁଳନରେ ରହିଥାଏ ।

ପିରିୟ୍ଡ଼ସ ସମୟର ଯନ୍ତ୍ରଣା:

ଅଧିକାଂଶ ମହିଳା ମାସିକ ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି । ନିୟମିତ ସେବନ କଲେ ଏହି ସମସ୍ୟାକୁ ବି ମେଥିପାଣି କମାଇଦେଇଥାଏ ।

fenugreek water

ବ୍ରଣ ସମସ୍ୟାରୁ ଦିଏ ମୁକ୍ତି:

ଅନେକ ମହିଳା କିମ୍ବା ପୁରୁଷଙ୍କ ମୁହଁରେ ବ୍ରଣ, କଳା ଦାଗ ଆଦି ହୋଇଥାଏ । ଏମିତିରେ ମୁହଁ ବି ନିଜ ଔଜ୍ୱଲ୍ୟତା ବି ହରାଇ ବସେ । ମୁହଁର ଦାଗ ଦୂର କରିବା ପାଇଁ ରାତିରେ ଭିଜା ଯାଇଥିବା ମେଥିପାଣିକୁ ଦିନକୁ ୪ ରୁ ୫ ଥର ପିଇବା ଉଚିତ । ଚାହିଁଲେ ଏହି ପାଣିରେ ଆପଣ ନିଜ ମୁହଁକୁ ଧୋଇ ବି ପାରିବେ ।

ଡାଇବେଟିସ ରୋଗ :

ଡାଇବେଟିସ ପାଇଁ ମେଥି ତ ସର୍ବୋତ୍କୃଷ୍ଟ ଔଷଧ । ମେଥିର ମହଜୂତ ଥିବା ଗେଲେକ୍ଟୋମେନନ ନାମକ ଫାଇବର ରକ୍ତର ସୁଗାର ଅବଶୋଷଣ କ୍ଷମତାକୁ କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.