Below header

ମୁଲତାନି ମାଟିରେ ଗାଧୋଇଲେ ଶରୀରକୁ ମିଳିଥାଏ ଅନେକ ଫାଇଦା

ମୁଲତାନି ମାଟିକୁ ସୌନ୍ଦଯ୍ୟର୍ର ଏକ ନିଆରା ବରଦାନ ସ୍ୱରୂପ ବ୍ୟବହାର କରାଯାଇଆସୁଛି। ସହଜରେ ଏହା ବଜାରରେ ମିଳିଯାଉଥିବା ବେଳେ ଶସ୍ତା ମଧ୍ୟ ହୋଇଥାଏ। ମୁଲତାନି ମାଟିର କୌଣସି ପ୍ରକାର କୁପ୍ରଭାବ ତ୍ୱଚା ଉପରେ ପଡ଼ି ନ ଥାଏ। ଆସନ୍ତୁ ଜାଣିବା ମୁଲତାନି ମାଟିର କେତେକ ଅଦ୍ଭୁତ ଫାଇଦା ବିଷୟରେ।

ମୁଲତାନି ମାଟିକୁ ସାଧାରଣତଃ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ପାଇଁ ବ୍ୟବହାର କରାଯାଏ। ତ୍ୱଚାକୁ ଗ୍ଲୋଇଂ କରିବା ସହିତ ସମସ୍ତ ଦାଗକୁ ହଟାଇବା ପାଇଁ ଏହାର ବ୍ୟବହାର କରାଯାଏ ।ଏହା ଏକ ଭଲ ଘରୋଇ ଉପାୟ। ଯାହାର କୌଣସି ସାଇଡ ଇଫେକ୍ଟ ନାହିଁ।

ତେବେ ପୂର୍ବ କାଳରେ ଏହି ମାଟିକୁ ଆୟୁର୍ବେଦିକ ଉପଚାର ଭାବେ ଉପଯୋଗ କରାଯାଉଥିଲା। ମୁହଁର ସୌନ୍ଦର୍ଯ୍ୟ ପାଇଁ ଏକ ବହୁତ ଭଲ ଉପାୟ। ଏମିତିକି ଆଗକାଳରେ ଏହାକୁ ଗାଧୋଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏବେ ଚାଲନ୍ତୁ ଜାଣିବା ଏହାର ଫାଇଦା:

-ମୁଲତାନି ମାଟିରେ ଲେମ୍ବୁ, ବେସନ, ଦହି ଆଦି ମିଶାଇ ତାହାକୁ ଶରୀରରେ କିଛି ସମୟ ଲଗାଇ ରଖିଲେ ଗରମ ଓ ପିତ୍ତଦୋଷରୁ ମୁକ୍ତି ମିଳିଥାଏ। ତେବେ ଏହି ପେଷ୍ଟକୁ ୩୦ ମିନିଟ ରଖିବା ପରେ ଦେହରେ ଲଗାନ୍ତୁ।
– ଏହି ମାଟିକୁ ଶରୀରରେ ରଗଡ଼ି ସ୍ନାନ କରାଯାଏ। ଏହାର ଫାଇଦା ସାବୁନରେ ଗାଧୋଇଲେ ମଧ୍ୟ ମିଳିନଥାଏ।
– ତେବେ ବାହାର ଦେଶ ଅର୍ଥାତ ଜାପାନୀ ଲୋକମାନେ ଏହି ମାଟିକୁ ନେଇ ଅଧଘଣ୍ଟା ଧରି ବାଥ ଟବରେ ଗାଧୋଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.