ଦାନ୍ତ ସମସ୍ୟା ଠାରୁ ଆରମ୍ଭ କରି ବାନ୍ତି ପର୍ଯ୍ୟନ୍ତ ସବୁଥି ପାଇଁ ଲାଭକାରୀ ହୋଇଥାଏ ସୁପାରୀ

ସାଧାରଣତଃ ପାନ କିମ୍ବା ଗୁଟ୍ଖା ସହିତ ହିଁ ଆମେ ସୁପାରୀ ବା ଗୁଆ ଖାଇଥାଉ । ହିନ୍ଦୁ ଧର୍ମରେ ବିଭିନ୍ନ ପୂଜା ପାଠରେ ବି ଗୋଟା ଗୁଆର ବ୍ୟବହାର କରାଯାଇଥାଏ । କିନ୍ତୁ କଣ ଆପଣ ଜାଣନ୍ତିକି ଏହି ଗୁଆରେ ଅନେକ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ସମେତ ଅନେକ ଔଷଧୀୟ ଗୁଣମାନ ଭରି ରହିଛି । ଔଷଧୀୟ ଗୁଣରେ ଭରପୁର ଗୁଆରେ ଅନେକ ରୋଗ ସହିତ ଲଢ଼ିବାର ବି ଶକ୍ତି ରହିଛି । ଏହାର ନିୟମିତ ସେବନ ଅନେକ ରୋଗରୁ ମୁକ୍ତି ଦେଇଥାଏ | ତେବେ ଆସନ୍ତୁ ଜାଣିବା ସେବିଷୟରେ ।

ପେଟ ସମ୍ବନ୍ଧୀୟ ରୋଗରୁ ଦେଇଥାଏ ମୁକ୍ତି:

ଗୁଆ ପେଟ ପାଇଁ ଖୁବ ଭଲ । ଏଥିରେ ମହଜୂତ ଥିବା ପୋଷାକ ତତ୍ତ୍ୱ ଓ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଆମ ପାଚନ ତନ୍ତ୍ରକୁ ମଜବୁତ କରିଥାଏ । ପେଟ ଦରଜ, ଗ୍ୟାସ, ଅପଚ, ଏସିଡ଼ିଟି, କୃମି ଭଳି ସମସ୍ୟା ମଧ୍ୟ ଏଥିରେ ଭଲ ହୋଇଯାଇପାରେ । ଗୁଆର କାଢ଼ା ପ୍ରସ୍ତୁତ କରି ପିଇଲେ ପେଟରେ କୃମି ହୁଅନ୍ତି ନାହିଁ । ପିଲାଙ୍କୁ ଝାଡା ହେଉଥିଲେ ଏହାକୁ ପିଇବାକୁ ଦିଅନ୍ତୁ ।

ଦାନ୍ତ ପାଇଁ ଉପକାରୀ:

ଗୁଆରେ ଭରପୁର କ୍ୟାଲସିୟମ ରହିଛି । ତେଣୁ ଦାନ୍ତ ପାଇଁ ଏହା ଲାଭଦାୟୀ । ଦାନ୍ତ ଦରଜ ସମେତ ଅନ୍ୟାନ ସମସ୍ୟା ଗୁଆ ଚୁର୍ଣ୍ଣରେ ମସାଜ କରିବା ଦ୍ୱାରା ଭଲ ହୋଇଥାଏ ।

 

6 Natural Ways To Stop Yellowing of Teeth - 1mg Capsules

 

ଚିନ୍ତା ହ୍ରାସ କରିଥାଏ:

ଗୁଆ ଖାଇବା ଦ୍ୱାରା ଶରୀରର ତନ୍ତ୍ର ମାନ ଉତ୍ତେଜିତ ହୋଇଥାନ୍ତି । ତେଣୁ ଏହାକୁ ଚୋବାଇବା ଦ୍ୱାରା ମଣିଷର ଚିନ୍ତା କମିଥାଏ । ଡିପ୍ରେସନରୁ ମଧ୍ୟ ମୁକ୍ତି ଦେଇଥାଏ ।

ମଧୁମେହ ପାଇଁ ଲାଭକାରୀ:

ଡାଇବେଟିଜ କାରଣରୁ ଅନେକ ଲୋକଙ୍କର ମୁହଁ ବାରମ୍ବାର ଶୁଖିଥାଏ । ଏହି ସମସ୍ୟାରୁ ତ୍ରାହି ପାଇବା ପାଇଁ ମୁହଁରେ ଖଣ୍ଡେ ଶୁଖିଲା ଗୁଆ ରଖନ୍ତୁ । ଏହାକୁ ଚୋବାଇବା ଦ୍ୱାରା ପ୍ରଚୁର ସାଲାଇଭା ବାହାରିଥାଏ | ଫଳରେ ମୁହଁ ଓଦା ରହିଥାଏ ।

ବାନ୍ତି ବନ୍ଦ କରିଦେଇପାରେ:

ଯାତ୍ରା ସମୟରେ ଅନେକ ଲୋକଙ୍କୁ ବାନ୍ତି ଲାଗିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଗୁଆ ବି ଏକ ଭଲ ମାଧ୍ୟମ । ଗୁଆ ଗୁଣ୍ଡ ସହିତ କିଛି ହଳଦୀ ଗୁଣ୍ଡ ସହିତ ଚିନି ମିଶାଇ ଖାଇ ଦିଅନ୍ତୁ । ବାନ୍ତି ସମସ୍ୟା ତୁରନ୍ତ ଭଲ ହୋଇଯିବ ।

ଘା’ ଶୁଖିଯାଏ:

ଖୁବ କମ ଲୋକ ଜାଣିଥିବେ ତ୍ୱଚା ସମସ୍ୟା ପାଇଁ ବି ଗୁଆ ଖୁବ ଲାଭକାରୀ । କୌଣସି ସ୍ଥାନରେ ଘା’ ପରି ସମସ୍ୟା ଦେଖାଦେଲେ ଗୁଆ ପେଷି ଘା’ ରେ ଲଗେଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.