Below header

ଆପଣଙ୍କ ଅସଜଡା ଜୀବନକୁ ମାସେ ମଧ୍ଯରେ ସଜାଡି ଦେବ ଏହି ଉପାୟ

ଯଦି ଆପଣ କିଛି ଅସୁବିଧା ମଧ୍ଯରେ ଘେରି ରହିଛନ୍ତି, ଆଉ ତାହା ମଧ୍ଯରୁ ବାହାରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ଖାସ୍ ଉପାୟ ସାହାର୍ଯ୍ଯରେ ନିଜର ସମୟକୁ ବଦଳାଇ ପାରିବେ । ଆପଣ ପ୍ରାୟେ ପୂଜା ପାଠ ଦ୍ବାରା କର୍ପୁର ଏବଂ ନଡିଆ କୁ କେବେ ନା କେବେ ବ୍ଯବହାର କରିଥିବେ । କିନ୍ତୁ କେବେ ଜାଣିବାକୁ ଚାହିଁଛନ୍ତି କାହିଁକି ପୂଜା ରେ କର୍ପୁର ଏବଂ ନଡିଆକୁ ବ୍ଯବହାର କରାଯାଇଥାଏ । ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଭଗବାନଙ୍କୁ କାହିଁକି ଏସବୁ ଅର୍ପଣ କରାଯାଇଥାଏ ।

home madeଏମିତି କୁହାଯାଇଥାଏ କି କର୍ପୁରର ବାସ୍ନା ଘରେ ଥିବା ନାକାରାତ୍ମକ ଉର୍ଜାକୁ ଦୂର କରିବା ସଙ୍ଗେ ସଙ୍ଗେ ଘରେ ସକରାତ୍ମକ ଉର୍ଜାକୁ ପ୍ରବେଶ କରାଇଥାଏ । ଯାହା ଘର ମଧ୍ଯରେ ଖୁସିର ଆଗମନ କରିଥାଏ । ଏପରି ମଧ୍ଯ କୁହାଯାଇଥାଏ କି କର୍ପୁର ଆଉ ନଡିଆ ଜୀବନରେ ଆସିବାକୁ ଥିବା ସମସ୍ତ ପ୍ରତିବନ୍ଧକ କୁ ଦୂର କରିଥାଏ । ଏହା ବ୍ଯତିତ କୁହାଯାଏ କି ନଡିଆର ମଧ୍ଯ ଏକ ଛୋଟ ଉପାୟ ଆପଣଙ୍କ ଭାଗ୍ଯକୁ ଚମକାଇ ଦେଇପାରିବ । ଆଜ୍ଞା ହଁ ଯଦି ଆପଣ ବିବାଦ ମଧ୍ଯରେ ସର୍ବଦା ଘେରି ହୋଇ ରହୁଛନ୍ତି, ତେବେ ସେଥିରୁ ବାହାରିବା ପାଇଁ ଆପଣ ଏହି ଖାସ୍ ଉପାୟର ସାହାର୍ଯ୍ଯ ନିଅନ୍ତୁ ।

pujaପ୍ରଥମେ ଆପଣ ଏକ ତମ୍ବା ଢାଳ କିମ୍ବା କଳସ ନିଅନ୍ତୁ, ସେଥିରେ ଭଲ ସଫା ପାଣି ଭର୍ତ୍ତୀ କରି ଉକ୍ତ କଳସ ଉପରେ ଏକ ପାଞ୍ଚ ଟିକିଆ ଆମ୍ବ ପତ୍ର ରଖିଦିଅନ୍ତୁ । ଏହାପରେ ଏହି କଳସ ଉପରେ ଏକ ନଡିଆ ସ୍ଥାପନ କରି ଏହାକୁ ଗଜାନନଙ୍କ ମୂର୍ତ୍ତୀ ସମୁଖରେ ରଖିଦିଅନ୍ତୁ । ନଡିଆ କୁ କିଛି ସମୟ ପରେ କାଢି ଏକ ଥାଳିରେ ରଖି ଏହା ଉପରେ କର୍ପୁର ରଖି ନଡିଆକୁ ଜଳାଇଦିଅନ୍ତୁ । ଏହାପରେ ଥାଳିକୁ ନିଜ ଘରେ ତିନି ଥରେ ବୁଲାଇ ଆଣନ୍ତୁ । ନଡିଆଟି ପୋଡିଯିବାପରେ ଘରର ସମସ୍ତ ସଦସ୍ଯଙ୍କୁ ନଡିଆକୁ କାଟି ବାଣ୍ଟି ଦିଅନ୍ତୁ । ଏହି ଉପାୟ ଆପଣଙ୍କ ଘରେ ଆସୁଥିବା ସମସ୍ତ ଅସୁବିଧାକୁ ଦୁର କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.