ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଆଚାର ଭେଣ୍ଡି

ଆଚାର ଭେଣ୍ଡି ଏକ ସ୍ୱାଦିଷ୍ଟ ଡିଶ୍ । ଏହାକୁ ଆପଣ ନିଜ ଘରେ ପ୍ରସ୍ତୁତ କରି ପାରିବେ । ଏହା ଏଭଳି ଏକ ଡିଶ୍ ଯାହାକୁ ସବୁ ବର୍ଗ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଏହାକୁ ଆପଣ ସହଜରେ ମଧ୍ୟ ପ୍ରସ୍ତୁତ କରି ପାରିବେ । ତେବେ ଜାଣନ୍ତୁ ଏହାକୁ କେମିତି କରାଯାଏ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

ଭେଣ୍ଡି – ୨୫୦ ଗ୍ରାମ

ହେଙ୍ଗୁ – ଏକ ଚୁଟକି

ଲଙ୍କା – ୩ଟି

ଜିରା –ଏକ ଚାମଚ

ଧନିଆ – ଏକ ଚାମଚ

ତେଲ – ଦୁଇ ଟେବୁଲ ଚାମଚ

ହଳଦୀ – ଅଧା ଟେବୁଲ ଚାମଚ

ଲଙ୍କା ଗୁଣ୍ଡ – ଅଧା ଚାମଚ

ଗରମ ମସାଲା- ୧/୪ ଟେବୁଲ ଚାମଚ

ଆମଚୁର ପାଉଡର – ୧/୪ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଭେଣ୍ଡିକୁ ଭଲଭାବେ ଧୋଇ ସଫା କରି ନିଅନ୍ତୁ । ଏବେ ସେଗୁଡିକୁ ଲମ୍ବା କରି କାଟି ଦିଅନ୍ତୁ । ଏବେ କଢେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଜିରା ପକାନ୍ତୁ । ଜିରା ଗରମ ହେବା ପରେ ଧନିଆ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, କଂଚା ଲଙ୍କା ପକାନ୍ତୁ । ଏବେ ଏହି ମିଶ୍ରଣକୁ କଟା ଯାଇଥିବା ଭେଣ୍ଡିରେ ପକାନ୍ତୁ । ଏବେ ଏଥିରେ ଆମଚୁର ପାଉଡର, ଗରମ ମସଲା ଏବଂ ଲୁଣ ପକାନ୍ତୁ । ଏବେ କଢେଇରେ ଭଲ ଭାବରେ ଭେଣ୍ଡିକୁ ଭାଜନ୍ତୁ । ୨-୩ ମିନିଟ ପର‌୍ୟ୍ୟନ୍ତ ଢାଙ୍କି କଢେଇରେ ସିଝିବା ପାଇଁ ଛାଡି ଦିଅନ୍ତୁ । ଏବେ ଭେଣ୍ଡିକୁ ବାହାର କରି ଧନିଆ ପକାଇ ଖାଇବାରେ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.