ଗ୍ରୀଷ୍ମ ଦିନରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ, ରହିବେ ଫିଟ୍

ଆପଣ ଜାଣିଛନ୍ତି କରୋନାର ଚତୁର୍ଥ ଲହର ବିଷୟରେ ବିଶେଷଜ୍ଞମାନେ ଗବେଷଣା କରୁଛନ୍ତି। ଅନେକ ବିଶେଷଜ୍ଞମାନେ କହୁଛନ୍ତି ଯେ ଚତୁର୍ଥ ଲହର ଆସି ସାରିଛି। ଏମିତି କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଦେଖିବାକୁ ମିଳିଛି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ବିଶେଷଜ୍ଞମାନେ କିଛି ଖାଦ୍ୟ ବିଷୟରେ କହିଛନ୍ତି ଯାହା ଗ୍ରୀଷ୍ମ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

ତେବେ କରୋନା ମାମଲା ପୁଣି ଥରେ ବଢ଼ିବାକୁ ଲାଗିଛି। କିଛି ସମୟ ପୂର୍ବରୁ ଭାରତରେ କରୋନାର ନୂଆ ଭାରିଆଣ୍ଟ XE ମଧ୍ୟ ୨ ଟି ରାଜ୍ୟ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ତେଣୁ ଗ୍ରୀଷ୍ମ ଋତୁରେ ନିଜର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯେଉଁ ଖାଦ୍ୟ ବିଶେଷଜ୍ଞମାନେ ଖାଇବାକୁ କହିଛନ୍ତି ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ।

ଆମ୍ବ:

mango
picture credit- wikipedia

ପ୍ରଥମେ ଆସୁଛି ଆମ୍ବ। ଫଳର ରାଜା କୁହାଯାଏ ଏହି ଆମ୍ବକୁ। ଆମ୍ବରେ ଭିଟାମିନ୍ ଏ, ସି ଏବଂ କେ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ଆମ୍ବ କେବଳ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରେ ନାହିଁ, ବରଂ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇ ରୋଗ ସହ ଲଢ଼ିବାରେ ଶକ୍ତି ମଧ୍ୟ ଦିଏ। ତେବେ ଏହାର ସ୍ୱାଦ ଯେତେ ଭଲ, ଏହା ଖାଇବା ଦ୍ୱାରା ଆମ ଶରୀରର ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ରହିଛି।

ତୁଳସୀ ମଞ୍ଜି:

ତୁଳସୀ ମଞ୍ଜିକୁ ସାବଜା ମଞ୍ଜି ମଧ୍ୟ କୁହାଯାଏ। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ଭଳି ଉପକାରୀ ଉପାଦାନ ରହିଛି। ଯାହା ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ପ୍ରଭାବଶାଳୀ। କେବଳ ଏତିକି ନୁହେଁ, ତୁଳସୀ ମଞ୍ଜି ମଧ୍ୟ ହାଡ, ମାଂସପେଶୀ କାର୍ଯ୍ୟ ଏବଂ ଲାଲ ରକ୍ତ କଣିକା ସୃଷ୍ଟି କରିଥାଏ। ତେବେ ଏହାକୁ ଆପଣ ସର୍ବତ କରି ପିଇ ପାରିବେ।

ତରଭୁଜ:

ତରଭୁଜ ଏକ ସ୍ୱାଦିଷ୍ଟ ଗ୍ରୀଷ୍ମ ଫଳ ଯାହା ଶରୀରକୁ ପୁଷ୍ଟି ଯୋଗାଇଥାଏ ଓ ହାଇଡ୍ରେଟ୍ ରଖିବା ପାଇଁ କାମ କରେ । ଏଥିରେ ଥିବା ଫାଇବର ଆମ ଅନ୍ତନଳୀ ପାଇଁ ବହୁତ ଭଲ। ଏଥିରେ ଫାଇବର, ଭିଟାମିନ୍-ସି ଏବଂ ଭିଟାମିନ୍-ବି ୬ ଶରୀରକୁ କେବଳ ଜୀବାଣୁ ସହିତ ଲଢ଼ିବା ପାଇଁ ଶକ୍ତି ଦେଇନଥାଏ, ବରଂ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଆପଣ ଏହାକୁ ଖାଇବା ଦରକାର।

ଏହା ସହିତ ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆମ୍ବ, କମଳା, ଷ୍ଟ୍ରବେରୀ, ଲେମ୍ବୁ ଏବଂ ତରଭୁଜ ଭଳି ଫଳ ଖାଇବେ ଓ ଏହା ସହିତ ଯେଉଁଥିରେ ବିଟା କାରୋଟିନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫାଇବର, ଫୋଲେଟ୍ ଏବଂ ଭିଟାମିନ୍ C, E, K. ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଥାଏ ତାହା ମଧ୍ୟ ଖାଇବା ଦରକାର। ପ୍ରୋବାୟୋଟିକ୍ସ ଥିବା ଖାଦ୍ୟ ଦହି ଏବଂ ବଟରମିଲ୍କ ଭଳି ପ୍ରୋବାୟୋଟିକ୍ ଡ୍ରିଙ୍କ ମଧ୍ୟ ଆପଣ ଗ୍ରୀଷ୍ମ ଋତୁର ଖାଇବା ଦରକାର। ସେଗୁଡ଼ିକ ଆମ ଅନ୍ତନଳୀ ପାଇଁ ଭଲ ଏବଂ ଏହା ହଜମ କରାଇବାରେ ସାହାଯ୍ୟ କରିଥାଏ।

ଏହା ଛଡ଼ା ଜଳ ଗ୍ରୀଷ୍ମ ଋତୁରେ ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ହେଉଛି ଆପଣଙ୍କୁ ଠିକ୍ ପରିମାଣର ପାଣି ପିଇବା ଉଚିତ। ଏହା କେବଳ ଡିହାଇଡ୍ରେସନକୁ ରୋକି ନଥାଏ, ବରଂ ସଂକ୍ରମଣର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରଖିବା ପାଇଁ ଡାକ୍ତରମାନେ ପ୍ରତିଦିନ ପ୍ରାୟ ୩ ଲିଟର ପାଣି ପିଇବାକୁ ପରାମର୍ଶ ମଧ୍ୟ ଦିଅନ୍ତି। ତେବେ ଆପଣ ମଧ୍ୟ ଏହି ସବୁ ଖାଦ୍ୟ ସହିତ ଜଳୀୟ ପଦାର୍ଥ ନେବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.