ମାତ୍ର ୧ ମିନିଟରେ ପାଇବେ ଗୋରା ଏବଂ ଚମକଦାର ତ୍ବଚା, ଜାଣନ୍ତୁ କେମିତି

ନିଜ ତ୍ବଚାକୁ ଗୋରା ଏବଂ ଚମକଦାର କରିବା ସବୁ ଝିଅଙ୍କ ପସନ୍ଦ । ଆଉ ଏସବୁ ପାଇବା ପାଇଁ ପ୍ରାୟ ସମସ୍ତେ ବଜାରରେ ମିଳୁଥିବା ଦାମୀ ଏବଂ କେମିକାଲ୍ ଯୁକ୍ତ ସାମଗ୍ରୀ ବ୍ୟବହାର କରିଥାନ୍ତି । ତେବେ ତ୍ବଚାରେ ଚମକ ଆଣିବା ପାଇଁ ସୌନ୍ଦର‌୍ୟ୍ୟ ପ୍ରସାଧାନ ସାମଗ୍ରୀ ସହ ଉତ୍ତମ ଡାଏଟ୍ ମଧ୍ୟ ନିହାତି ଜରୁରୀ । ପ୍ରଦୂଷଣ ଏବଂ ଖାଦ୍ୟ ପାନୀୟରେ ଅନିୟମିତତା ଯୋଗୁଁ ତ୍ବଚାରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ ଜଣାଇବୁ ଯାହା ଦ୍ବାରା ମାତ୍ର ୧ ମିନିଟରେ ତ୍ବଚାକୁ ସୁନ୍ଦର ଏବଂ ଚମକଦାର କରିପାରିବେ ।

– ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇଛି ତେବେ ଗୋଟିଏ କପ୍ ପାଣିରେ ଏକ ଚାମଚ ସମୁଦଲୁଣ ମିଶାଇଥାନ୍ତୁ । ଏବେ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ । ଏବେ ଏହି ପାଣିକୁ ବ୍ରଣ ଉପରେ ସ୍ପ୍ରେ କରନ୍ତୁ । ଏପରି ନିୟମିତ କଲେ ବ୍ରଣ ଏବଂ ଏହାର ଚିହ୍ନ ପର୍ଯ୍ଯନ୍ତ ଚାଲିଯିବ ।

spray– ଝିଅମାନେ ନିଜ ଗାଲକୁ ଗୋଲାପି କରିବା ପାଇଁ ବ୍ଲସର୍ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣ ଚାହିଁବେ ତେବେ ଲିପ୍ ବାମ୍ ବ୍ୟବହାର କରି ଗାଲକୁ ଗୋଲାପୀ କରିପାରିବେ । ହେଲେ ଧ୍ୟାନ ରଖନ୍ତୁ ସର୍ବଦା ହର୍ବଲ୍ ଲିପ୍ ବାମ୍ ହିଁ ବ୍ୟବହାର କରନ୍ତୁ । ଏକ ହାଇଲାଇଟର୍ ପରି ଲିପ୍ ବାମ୍ ଆପଣଙ୍କ ଗାଲକୁ ଗୋଲପି କରିବା ସହ ଆକର୍ଷଣୀୟ କରିଥାଏ ।

– ଯଦି ଚେହେରା ଟ୍ୟାନ୍ ପଡିଯାଇଛି ତେବେ ଆଇସ୍ ଟ୍ରେରେ ଗୋଲାପ ଜଳ ରଖି ଫ୍ରିଜରରେ ରଖନ୍ତୁ । ବରଫ ହୋଇଗଲା ପରେ ଏହି ଆଇସ୍ କ୍ୟୁବକୁ ବାହାର କରି ଚେହେରାରେ ମାଲିସ୍ କରନ୍ତୁ । ଏପରି ନିୟମିତ କଲେ ଚେହେରାରେ ଚମକ ଆସିଥାଏ ।

patato

 

– ପେଗମେଟେସନ୍ ସମସ୍ୟାକୁ ଦୂର କରିବା ପାଇଁ ଆଳୁ ବ୍ୟବହାର କରନ୍ତୁ । ଆଳୁର ଛୋଟ ଖଣ୍ଡେ ନେଇ ଚେହେରାରେ ମାଲିସ୍ କରନ୍ତୁ । ଏପରି କଲେ ପେଗମେଟେସନ୍ ଦୂର ହୋଇଯିବ ।

ଏହା ବ୍ଯତୀତ ଆମେ ଏମିତି କିଛି ତେଲ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯାହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଉଜ୍ଜଳତା ଆସିଥାଏ ।

ସୋରିଷ ତେଲ :ପ୍ରଚିନ ଭାରତୀୟକାଳରୁ ସୋରିଷ ତେଲର ମହତ୍ବ ରହିଛି । ସୋରିଷ ତେଲ ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍, ଭିଟାମିନ୍ ଇ ଓ ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ହୋଇଥାଏ । ଏହାର ପ୍ରାକୃତିକ ଗୁଣ ପାଇଁ ସର୍ବଦା ଆୟୁର୍ରବେଦରେ ବ୍ୟବହାର କରାଯାଏ । ତ୍ବଚାରେ ହେଉଥିବା ଟୋନିଙ୍ଗ ଏବଂ କଳା ଦାଗରୁ ରକ୍ଷା ପାଇବା ପାଇଁ ନିୟମିତ ସୋରିଷ ତେଲ ବ୍ୟବହାର କରନ୍ତୁ । ଏହା ଦ୍ବାରା ତ୍ବଚାରେ ଚମକ ଆସିଥାଏ ।

alomndବାଦାମ ତେଲ :ବାଦାମ ତେଲରେ ଭିଟାମିନ୍ ଏ, ବି ଓ ଇ ରହିଥାଏ । ଯାହା ତ୍ବଚାର ରଙ୍ଗର ଆହୁରି ଅଧିକ ବଢାଇଥାଏ । ଏହି ତେଲ ତ୍ବଚାରେ ଲକଗଇବା ଦ୍ବାରା ତ୍ବଚା ମୁଲାୟମ୍ ରହିବା ସହ ଅଧିକ ସୁନ୍ଦର ଦେଖାଯାଇଥାଏ । ଏହା ତ୍ବଚାକୁ ବୁଢାହେବାରୁ ବଂଚାଇଥାଏ ।

ନଡିଆ ତେଲ :ସୂର୍ୟ୍ୟକିରଣରୁ ରକ୍ଷା ପାଇବା ପାଇଁ ନିୟମିତ ନଡିଆ ତେଲ ବ୍ୟବହାର କରନ୍ତୁ । ସକାଳ ଏବଂ ସଂଜରେ ନିୟମିତ ନଡିଆ ତେଲରେ ମାଲିସ୍ କରନ୍ତୁ ଦେଖିବେ କିଛି ଦିନରେ ଆପଣଙ୍କର ତ୍ବଚା ଗୋରା ହୋଇଥାଏ ଏବଂ ସୁନ୍ଦର ଦେଖାଯାଇଥାଏ ।

ଅଲିଭ୍ ତେଲ :ତ୍ବଚା ପାଇଁ ଅଲିଭ୍ ତେଲ ଲାଭଦାୟକ ହୋଇଥାଏ । ଗାଧୋଇବା ପରେ ନିୟମିତ ଲଗାନ୍ତୁ ଏହି ତେଲକୁ ଦେଖିବେ ଆପଣଙ୍କ ତ୍ବଚା ଦିନ ସାରା ଲାଇଟିଙ୍ଗ କରିବା ସହ ତ୍ବଚାର ସମସ୍ତ କାଳା ଦାଗ ଦୂର କରିଥାଏ । ବେକରେ ମଧ୍ୟ ଲଗାନ୍ତୁ ଏହା ଦ୍ବାରା ବେକରେ ଥିବା ମଇଳା ସଫା ହେବା ସହ ତ୍ବଚାକୁ ଉଜ୍ଜଳ କରିଥାଏ ।

Sesame Oil ରାଶି ତେଲ :ରାଶି ତେଲକୁ ଆପଣ ସହଜରେ ବଜାରରେ ପାଇ ପାରିବା ଏବଂ ଏହାର ମୂଲ୍ୟ ମଧ୍ୟ ଖୁବ୍ କମ୍ ହୋଇଥାଏ । ତେଣୁ ଏହି ତେଲକୁ ଆପଣ ଆପଣଙ୍କ ତ୍ବଚାରେ ନିୟମିତ ବ୍ୟବହାର କରିପାରିବେ । ଏହି ତେଲରେ ପ୍ରାକୃତିକ ଗୁଣ ରହିଥିବାରୁ ଏହା ଆମ ତ୍ବଚାକୁ ସୂର୍ୟ୍ୟକିରଣଙ୍କ ଉତାପରୁ ରକ୍ଷା କରିଥାଏ ଏବଂ ତ୍ବଚା କଳା ପଡିବାରୁ ରକ୍ଷା କରିଥାଏ ।

ୱାଲନଟ୍ ତେଲ :ଏହି ତେଲରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଭିଟାମିନସ୍ ରହିଥିବା କାରଣରୁ ଏହା ତ୍ବଚା ପାଇଁ ନହାତି ଜରୁରୀ ହୋଇଥାଏ । ୱଲନଟ୍ ଖାଇବା ଦ୍ବାରା ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଅନେକ ବିୟୁଟି ଟ୍ରିଟମେଣ୍ଟରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.