Below header

ଅନୁଗୁଳ, ଏକାସାଙ୍ଗରେ ଚାଲିଗଲା ୨ ଭଉଣୀଙ୍କ ଜୀବନ

ଅନୁଗୁଳ (କେନ୍ୟୁଜ୍) : ଏକାସାଙ୍ଗରେ ଚାଲିଗଲା ୨ ଭଉଣୀଙ୍କ ଜୀବନ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓଗୀ ଲେମ୍ବୁ ତଇଳା ଗାଁରେ ଘଟିଛି ଏହି ଅଘଟଣ। ମୃତକ ଦୁଇ ଜଣ ପୀତାମ୍ବର ସାହୁଙ୍କ ଦୁଇ ଝିଅ ଝୁନୁବାଳା ଓ ରୁନୁବାଳା। ଆଜି ସକାଳେ ଦୁଇ ଜଣ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଜରପଡ଼ା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.