ଆପଣଙ୍କୁ ଛୁଇଁବ ନାହିଁ କ୍ଯାନ୍ସର ଯଦି ନିୟମିତ ଖାଇବେ ଏହି ପରିବା !

ଆମେ ସମସ୍ତେ ଜାଣୁଥାଉଯେ ସବୁଜ ପନିବରିବା ସ୍ବାସ୍ଥ୍ୟକୁ ବହୁତ ଫାଇଦା ପହଁଚାଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି କି ସବୁଜ ପନିପରିବା ଖାଇବା ଦ୍ବାରା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ।

broccoli-cauliflour-brussels-sprouts_128192_730x419ଯଦି ଆପଣ ସବୁଜ ପତ୍ର ବିଶିଷ୍ଟ ପରିବା ଖାଇବାର ପ୍ରିୟ ଅଟନ୍ତି, ତେବେ ଆପଣଙ୍କୁ ଅନ୍ତନଳୀର ସମସ୍ଯା ଦେଖା ଦେଇନଥାଏ। ଏକ ରିପୋର୍ଟ ଅନୁଯାୟୀ ଏହା ଜଣାପଡିଛିଯେ କୋବି କିମ୍ବା ବ୍ରୋକଲି ଭଳି ସବୁଜ ପତ୍ର ବିଶିଷ୍ଟ ପରିବା ଖାଇବା ଦ୍ବାରା ଅନ୍ତନଳୀ ସୁସ୍ଥ ରହିଥାଏ ଏବଂ ଖାଦ୍ୟନଳୀରେ କ୍ୟାନ୍ସର ଠାରୁ ମୁକ୍ତି ମିଳିଥାଏ।

green-vegetables-prevent-bowel-cancerମୂଷା ଉପରେ କରାଯାଇଥିବା ଏହି ଷ୍ଟଡିରେ ଜଣାପଡିଲାଯେ ଯାହାଙ୍କୁ ଇଣ୍ଡୋଲ ୩ କାର୍ବୋନୋଲ ଯୁକ୍ତ ଖାଦ୍ୟ ଦିଆଯାଇଥିଲା ସେମାନଙ୍କ ଠାରେ ଅନ୍ତନଳୀ ଫୁଲିବା ଏବଂ କ୍ୟାନ୍ସର ଠାରୁ ମୁକ୍ତି ମିଳିଲା। କୋବି ଏବଂ ବ୍ରୋକୋଲିରେ ମଧ୍ୟ ଆଇ୩ସି ମିଳିଥାଏ, ଯାହା ଏକ ଏକ୍ରିୟଲ ହାଇଡ୍ରୋକାର୍ବନ ରିସେପ୍ଟର ନାମକ ପ୍ରୋଟିନକୁ ସକ୍ରୀୟ କରିଥାଏ। ଯାହାଦ୍ବାରା ଅନ୍ତନଳୀରେ କ୍ୟାନ୍ସର ଠାରୁ ମୁକ୍ତି ମିଳିଥାଏ।

broccoli-2ଏଏଚଆର ଏକ ପର‌୍ୟ୍ୟବେଷ୍ଟନୀ ସେନ୍ସର ରୂପରେ କାର‌୍ୟ୍ୟ କରିଥାଏ କିମ୍ବା ପ୍ରତିରକ୍ଷା ତନ୍ତ୍ର ଏବଂ ଏପିଥିଏଲ କୋଶିକା ମାନଙ୍କୁ ସଙ୍କେତ ଦେଇଥାଏଯେ ଫୁଲିବା ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଅନ୍ତନଳୀରେ ଉପଲବ୍ଧ ଥିବା ଖରାପ ବ୍ୟାକ୍ଟେରିଆ ଠାରୁ ପ୍ରତିରକ୍ଷା ପ୍ରଦାନ କରିଥାଏ।

cabbage-broccoli-705x400ଷ୍ଟଡିର ପ୍ରମୁଖ ବ୍ରିଟେନର ଫ୍ରାନ୍ସିସ କ୍ରିକ ଇଣ୍ଟସ୍ଟିଚ୍ୟୁଟର ଅମିନା ମେତିଜିଙ୍କ କହିବାନୁଯାୟୀ ଯେତେବେଳ କ୍ୟାନ୍ସର ଗ୍ରସ୍ଥ ମୂଷାଙ୍କୁ ଆଇ୩ସିରେ ଭରପୂର ଡାୟଟ ଖାଇବାକୁ ଦିଆଗଲା,ତେବେ ସେମାନଙ୍କ ଠାରେ ଟ୍ୟୁମର ସମସ୍ୟା କମ୍ ଦେଖାଗଲା।

Leave A Reply

Your email address will not be published.