ବ୍ଲଡ ପ୍ରେସର ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ଦୂର କରେ କୁଟୁ ଅଟା ବା Buckwheat

ରୁଟି ସମସ୍ତଙ୍କ ପସନ୍ଦ । ସମସ୍ତଙ୍କ ଘରେ ଅଟାର ସେଥିପାଇଁ ବ୍ୟବହାର ଅଧିକ ହୋଇଥାଏ । ଅଟାରୁ ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହି ଲିଷ୍ଟରେ ଗହମରୁ ପ୍ରସ୍ତୁତ ଅଟା ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହାଛଡା ଅନ୍ୟ ସମୟରେ ମଇଦାକୁ ମଧ୍ୟ ଆମେ ବ୍ୟବହାର କରିଥାଏ । କିନ୍ତୁ ଏସବୁ ମଧ୍ୟରେ ଆମକୁ ଖାଦ୍ୟର ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଏଇ ଯେମିତି ଗହମ ଓ ମଇଦା । ଗହମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ମଇଦାର ପ୍ରତିଦିନ ବ୍ୟବହାର ଶରୀରକୁ ଅସୁସ୍ଥ ଓ ରୋଗାଗ୍ରାସ୍ତ କରିଥାଏ ।

kutuu
pc: pakbangati

ତେବେ ବିିଭିନ୍ନ ସ୍ଥାନରେ ଅଟାର ଭେରାଇଟି ମଧ୍ୟ ଆପଣ ଦେଖିବାକୁ ପାଇବେ । ମକା, ବାଜରା ଭଳି ତନ୍ତୁ ଜାତୀୟ ଖାଦ୍ୟ ଶରୀରକୁ ଉତ୍ତମ ପୋଷଣ ଯୋଗାଇଥାଏ । ସେମିତି ଏକ ପୃଷ୍ଟିକର ଦାନା ସମ୍ପର୍କରେ ଆମେ ଆପଣଙ୍କୁ କହିବୁ । ଏହାର ନାମ କୁଟୁ । କୁଟୁର ଅଟା ମଧ୍ୟ ପ୍ରସ୍ତତ କରାଯାଏ । ଏହାକୁ ଓଷାବ୍ରତରେ ସେବନ କରାଯାଏ । ଏଥିରେ ମାଗ୍ନେସିୟମ, ଭିଟାମିନ ବି, ଆଇରନ, କ୍ୟାଲସିୟମ, ଫଲେଟ, ଜିଙ୍କ, କପର, ମାଙ୍ଗାନିଜ, ଫସଫରସ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଫାଇଟୋନ୍ୟୁଟ୍ରିଏ ରହିଛି ଯାହା କୋଲେଷ୍ଟ୍ରଲ ଓ ବ୍ଲଡ ପ୍ରେସର ମାତ୍ରାକୁ କମ କରିଥାଏ ।

kutuuu
pc: pakbangati

କୁଟୁ ଅଟାକୁ ଇଂରାଜୀରେ Buckwheat କୁହାଯାଏ । ତେବେ ଏହା ଗହମ ଭଳି ଗଛରୁ ଉତ୍ପନ୍ନ ହୋଇନଥାଏ । କୁଟୁସ Buckwheatର ଲାଟିନ ନାମ ଫେଗୋପାଇରମ ଏସ୍କଲୁଲେଣ୍ଟ ଅଟେ, ଯାହା ପୋଲିଗୋନେସିଏଡ ନାମକ ପ୍ରଜାତିର ଗଛରୁ ଉତ୍ପନ୍ନ ହୋଇଥାଏ । ଏହି ଗଛରୁ ଫଳ ଜନ୍ମ ହୋଇଥାଏ । ଏହି ଫଳକୁ ଗ୍ରାଇଣ୍ଡ କରି ଏଥିରୁ ଅଟା ପ୍ରସ୍ତୁତ କରାଯାଏ । ଏହାକୁ Buckwheat ବା କୁଟୁ ଅଟା କୁହାଯାଏ । ତେବେ ଭାରତରେ ଏହା ଖୁବ କମ ଚାଷ କରାଯାଏ । ହିମାଳୟ ତଥା ଜାମ୍ମୁକାଶ୍ମୀର , ଉତ୍ତରାଖଣ୍ଡ ଏବଂ ଦକ୍ଷିଣ ନୀଳଗିରିର ଉତ୍ତର-ପୂର୍ବ ରାଜ୍ୟରେ ଏହା ଚାଷ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.