ମନୁଷ୍ୟକୁ ଅନ୍ୟମାନଙ୍କ ସହ କେବେ ବି କରିବା କଥା ନୁହେଁ ଏହି କାମ, ନଚେତ୍‌ ସାତ ଜନ୍ମ ଯାଏଁ ଭୋଗିବାକୁ ପଡ଼ିବ ନର୍କ ଯନ୍ତ୍ରଣା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଓ ବିଚାର ଲୋକଙ୍କୁ କଠୋର ଲାଗୁଥିଲେ ମଧ୍ୟ ଏହା ଜୀବନର ସତ୍ୟତା କହିଥାଏ। ବ୍ୟସ୍ତ ଜୀବନରେ ଏହି ନୀତିବାଣୀକୁ ଲୋକମାନେ ଅଣଦେଖା କରିଥାନ୍ତି। କିନ୍ତୁ ଜୀବନର ପ୍ରତିଟି ଘାତ ପ୍ରତିଘାତ ବେଳେ ଏହା ହିଁ ବ୍ୟକ୍ତିକୁ ସାହାଯ୍ୟ କରିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ସେଭଳି ଏକ ବିଚାର ହେଉଛି କେଉଁ କେଉଁ ଅଶୁଭ କାର୍ଯ୍ୟ କରିବା ଅନୁଚିତ୍‌।

ଆଚାର୍ଯ୍ୟ ଚାଣକ୍ୟଙ୍କ ମୁତାବକ, ମନୁଷ୍ୟକୁ କୌଣସି ବି ଅଶୁଭ କାର୍ଯ୍ୟ କରିବା ଉଚିତ୍‌ ନୁହେଁ। ତେଣିକି ତାହା ଶୁଭ କାମ ପୂର୍ବରୁ ହେଉ କିମ୍ବା ପରେ। ଅଶୁଭ କାମ ସବୁବେଳେ ଅଶୁଭ ହୋଇଥାଏ। ଏଭଳି କରିବା ଦ୍ୱାରା ନିଜେ ହିଁ ପାପର ଭାଗୀଦାର ହୋଇପାରନ୍ତି। ଭୁଲ ଗୋଟିଏ ହେଉ କିମ୍ବା ଏକାଧିକ, ଭୁଲ ସବୁବେଳେ ଭୁଲ।

ବେଳେବେଳେ କିଛି ଲୋକ ଅନ୍ୟର ମନ୍ଦ ଚିନ୍ତା କରନ୍ତି। ଫଳରେ ସେମାନେ ଅନ୍ୟର କ୍ଷତି କରିବାକୁ ଚାହିଁଥାନ୍ତି, ଯାହା କି ଅଶୁଭ ହୋଇଥାଏ। ଏହି କାର୍ଯ୍ୟରେ ନିଜେ କରୁଥିବା କାମ ଓ ଅନ୍ୟ ମାଧ୍ୟମରେ କରୁଥିବା କାମ ଉଭୟ ରହିଛି। ଉଭୟକୁ ଅଶୁଭ କାର୍ଯ୍ୟ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ଏସବୁ କାର୍ଯ୍ୟ କରେ ଓ ଅନ୍ୟର ଅମଙ୍ଗଳ ଚିନ୍ତା କରେ, ସେ ମୃତ୍ୟୁ ପରେ ନର୍କ ଯନ୍ତ୍ରଣା ଭୋଗିଥାଏ। ଏଥିସହ ତାଙ୍କର ୭ ଜନ୍ମ ବି ଖରାପ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.