ଶୀତୁଆ ପାଗରେ ଆଜି ବନାନ୍ତୁ ଟେଷ୍ଟୀ ଚଟପଟା ଆଳୁ ଚାଟ, ମଜା ଆସିଯିବ ଏକଦମ୍‌

ଚଟଣୀ ପାଇଁ ଆବଶ୍ୟକୀୟ ସାମଗ୍ରୀ

  • ୧ କପ୍‌ ଧନିଆ ପତ୍ର
  • ଗୋଟିଏ କଞ୍ଚା ଲଙ୍କା
  • ୧/୨ ଚାମଚ୍‌ କଳା ଲୁଣ
  • ୧/୨ ଲେମ୍ବୁ ରସ

ଚାଟ୍‌ ବନାଇବା ପାଇଁ ସାମଗ୍ରୀ

  • ୩ଟି ସିଝା ଆଳୁ
  • ଏକ ଚିମୁଟା କଳା ଲୁଣ
  • ଏକ ଚିମୁଟାଏ ଲଙ୍କା ପାଉଡର
  • ଅଳ୍ପ ଜିରା ପାଉଡର
  • ୧/୨ ଚାମଚ ଚାଟ୍‌ ମସଲା
  • ୧/୨ ଚାମଚ ଲାଲ ଲଙ୍କା ପାଉଡର
  • ଗୋଟିଏ ପିଆଜ
  • ୧/୨ ଲେମ୍ବୁ ରସ
  • ୧ ଚାମଚ ତେନ୍ତୁଳୀ ଚଟଣୀ

ଚଟଣୀ ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଧନିଆ ପତ୍ର ନିଅନ୍ତୁ। ଏଥିରେ କଞ୍ଚା ଲଙ୍କା ଏବଂ କଳା ଲୁଣ ପକାନ୍ତୁ। ସମସ୍ତ ସାମଗ୍ରୀକୁ ଏକା ସାଥିରେ ପେଶି ଦିଅନ୍ତୁ। ପ୍ରସ୍ତୁତ କରାଯାଇଥିବା ଚଟଣୀକୁ ଖଟ୍ଟା ସ୍ୱାଦ ଦେବା ପାଇଁ ଲେମ୍ବୁ ରସ ପକାନ୍ତୁ। ଏବେ ଏହକୁ ଭଲଭାବେ ମିଶାଇ ଦିଅନ୍ତୁ।

ଆଳୁ ଚାଟ ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସିଝା ଆଳୁକୁ କାଟି ଗରମ ତେଲରେ ଭାଜି ଦିଅନ୍ତୁ। ଆଳୁ ଗୋଲଡେନ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଆଳୁକୁ ଏକ ପାତ୍ରରେ ବାହାର କରିଦିଅନ୍ତୁ। ଏବେ ଏଥିରେ କଳା ଲୁଣ, ଗୋଲମରୀଚ, ଜିରା ପାଉଢର, ଚାଟ ମସଲା ଏବଂ ଲାଲ ଲଙ୍କା ପାଉଡର ପକାନ୍ତୁ। ଏହା ଉପରେ କଟା ପିଆଜ ଏବଂ ଅଧା ଲେମ୍ବୁ ରସ ପକାଇ ଦିଅନ୍ତୁ। ଏଥିରେ ତେନ୍ତୁଳୀ ଚଟଣୀ ଏବଂ ଧନିଆ ଚଟଣୀ ପକାନ୍ତୁ। ଏହି ସମସ୍ତ ଜିନିଷକୁ ଆଳୁ ସହିତ ଭଲଭାବେ ମିଶାଇ ଦିଅନ୍ତୁ। ଚାଟକୁ ଏକ ପ୍ଲେଟକୁ ବାହାର କରନ୍ତୁ। ପିଆଜରେ ଗାର୍ନିସ କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.