ଏମିତି ବନାନ୍ତୁ ଚିକେନ ମୋମୋଜ୍‌, ପାଟିରୁ ଛାଡିବନି ସ୍ୱାଦ

ଚିକେନ ଏବଂ ତାଜା ପରିବାରେ ପ୍ରସ୍ତୁତ ଚିକେନ ମୋମୋଜ ବହୁତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ହୋଇଥାଏ। ଏବେ ଏହି ରେସିପିକୁ ଘରେ ବନାନ୍ତୁ ଏବଂ ସମସ୍ତଙ୍କୁ ଖୁଆନ୍ତୁ।

ଆବଶ୍ୟକ ସାମଗ୍ରୀ

୨୦୦ ଗ୍ରାମ ଅଟା

କଟା କଞ୍ଜା ଲଙ୍କା ଏକ ଛୋଟ ଚାମଚ

କଟା ପିଆଜ ୧୫ ଗ୍ରାମ

ଏକ ଟେବୁଲ ଚାମଚ ରସୁଣ

ଏକ ଚାମଚ ଅଦା

୧୦୦ ଗ୍ରାମ ଚିକେନ ପେଷ୍ଟ ହୋଇଥିବା

୧୫ ଗ୍ରାମ ବନ୍ଧା କୋବି

ଏକ ଟେବୁଲ ଚାମଚ ଗାଜର

ଏକ ଚାମଚ ସୋୟା ସସ୍‌

କଳା ମରୀଚ ସ୍ୱାଦାନୁସାରେ

ଲୁଣ ସ୍ୱାଦାନୁସାରେ

ପାଣି ଆବଶ୍ୟକଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ଅଟା, ତେଲ ଏବଂ ଲୁଣ ନିଅନ୍ତୁ, ଏହାପରେ ଏହାକୁ ଭଲଭାବେ ଚକଟି ଦିଅନ୍ତୁ।

-ଏବେ ସବୁ ପରିବା, କଞ୍ଚା ଲଙ୍କା, କଟା ପିଆଜ, ରସୁଣ,ଅଦା ଏବଂ ଚିକେନ ନେଇ ଭଲଭାବେ ମିଶ୍ରଣ କରିଦିଅନ୍ତୁ।

-ଏବେ ସେହି ପାତ୍ରରେ କଳା ମରୀଚ, ସୋୟା ସସ୍‌ ପକାଇ ମିଶାଇ ଦିଅନ୍ତୁ।

-ଏବେ ଚକଟା ହୋଇ ରଖାଯାଇଥିବା ଅଟାକୁ ଛୋଟ ଛୋଟ ଗୋଲା କରି ବେଲି ଦିଅନ୍ତୁ।

-ଏହା ଭିତରେ ଚିକେନର ମିଶ୍ରଣକୁ ଭରିଦିଅନ୍ତୁ ଏହାକୁ ମୋମୋଜର ଆକାର ଦିଅନ୍ତୁ।

-ଏବେ ଏହି ସବୁ ମୋମୋଜକୁ ୧୦ ମିନିଟ୍‌ ପାଇଁ ବାମ୍ଫରେ ସିଝାନ୍ତୁ ଏବଂ ଚିଲ୍ଲୀ ସସ୍‌ ସହିତ ଗରମ ଗରମ ସର୍ଭ କରନ୍ତୁ।