ସ୍ୱାଧୀନ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ , ଯିଏ ନିଜ ପ୍ରଥମ ଟେଷ୍ଟରେ ହାସଲ କରିଥିଲେ ଶତକ

ଏମିତିରେ ଯେଉଁ ଖେଳାଳି ଭାରତ ପାଇଁ ଖେଳିଥାନ୍ତି ସମସ୍ତେ ଦେଶ ସେମାନଙ୍କୁ ନେଇ ଗର୍ବ ଅନୁଭବ କରିଥାଏ । କିନ୍ତୁ ଏମିତି ବି କିଛି ଖେଳାଳି ଅଛନ୍ତି ଯାହାଙ୍କୁ ବହୁ ସମ୍ମାନ ଦିଆଯାଇଥାଏ। ଦୀର୍ଘ ବର୍ଷ ପରେ ବି ସେମାନଙ୍କୁ ଲୋକେ ଆଦର୍ଶ ବୋଲି ମାନିଥାନ୍ତି। ସେହି ମାନଙ୍କ ଭିତରୁ ଜଣେ ହେଉଛନ୍ତି ଲାଲା ଅମରନାଥ ।  ଯିଏ ନିଜ ପ୍ରତିଭା ମାଧ୍ୟମରେ ଭାରତ ପାଇଁ ବହୁ ଗୌରବ ଆଣିଦେଇଥିଲେ।  ଆଜି ତାଙ୍କର ଜନ୍ମଦିନ । ୧୯୧୧ ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ପଞ୍ଜାବର କପୂରଥଲାରେ ଜନ୍ମ ଗ୍ରହଣ କରିଥିଲେ ନାନକ ଅମରନାଥ । ନାନକ ଅମରନାଥରୁ ସେ ସମୟକ୍ରମେ ଲାଲା ଅମରନାଥରେ ପରିଣତ ହୋଇଯାଇଥିଲେ ।

ସେ ହିଁ ଭାରତୀୟ କ୍ରିକେଟ କୁ ଏକ ଉଚ୍ଚ ସ୍ଥରକୁ ନେଇଯାଇଥିଲେ । ଭାରତ ଦଳ ପାଇଁ ସେ ସମୁଦାୟ ୨୪ ଟି ମ୍ୟାଚ ଖେଳିଛନ୍ତି । ସେ ହିଁ ଏକ ମାତ୍ର ଖେଳାଳି ଯିଏକି ଟେଷ୍ଟ କ୍ରିକେଟର ଯିଏକି ଡନ ବ୍ରାଡ଼ମ୍ୟାନ ଙ୍କୁ ହିଟ ଉଇକେଟ ଦ୍ୱାରା ଆଉଟ କରିଥିଲେ। ଲାଲା ଅମରନାଥ ହିଁ ପ୍ରଥମ ଥର ଭାରତ ପାଇଁ ଟେଷ୍ଟ ଶତକ ହାସଲ କରିଥିଲେ । ଏହାବାଦ ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତକୁ ଜିତାଇଥିଲେ। ଲାଲା ହିଁ ସ୍ୱାଧୀନ ଭାରତର ପ୍ରଥମ ଅଧିନାୟକ ହୋଇଥିଲେ । ୧୯୫୨ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟେଷ୍ଟ ସିରିଜରେ ୨-୧ ରେ ଭାରତୀୟ ଦଳକୁ ଜିତିଥିଲେ ଅମରନାଥ।

ଏହା ସହ ପଢନ୍ତୁ: ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ଆଫଗାନିସ୍ତାନ ଦଳ

ଏହି ଦକ୍ଷିଣହାତୀ ଖେଳାଳି ଜଣକ ୧୯୩୩ ମସିହାରେ ହିଁ ନିଜ କ୍ୟାରିଅର ର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିଲେ ।ଖଳି ସେତିକି ନୁହେ ଅମରନାଥ ଜଣେ ଭଲ ବୋଲର ମଧ୍ୟ ଥିଲେ । ତାଙ୍କ ନାମରେ ୪୫ ଟି ଟେଷ୍ଟ ଉଇକେଟ ହାସଲର ଏକ ରେକର୍ଡ ଥିବା ବେଳେ ସେ ସମୁଦାୟ ୪୬୩ଟି ଉଇକେଟ ହାସଲ କରିଛନ୍ତି। ନିଜ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଆଉ ଶତକ ହାସଲ କରିପାରିନଥିଲେ। ତାଙ୍କ ନାମରେ ୪ଟି ଅର୍ଦ୍ଧଶତକ ଅଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ନାମ ଥିବାବେଳେ ସେ ତାଙ୍କ ଜୀବନରେ ୧୦,୦୦୦ ରନ ମଧ୍ୟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.