ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ନବରାତ୍ରୀ ଏବଂ ଏଥର କେଉଁ ବାହନରେ ଆଗମନ କରିବେ ମାତା ଦୁର୍ଗା

ଚଳିତ ବର୍ଷ ସାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବର ରବିବାର ଦିନ ଆରମ୍ଭ ହେଉଛି। ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏହି ପୂଜା ବହୁତ ମହତ୍ତ୍ୱ ରଖିଥାଏ। ନବରାତ୍ରୀରେ ମା ଦୁର୍ଗାଙ୍କର ବିଭିନ୍ନ ସ୍ୱରୂପର ପୂଜା କରାଯାଇଥାଏ।

ମାତା ଦୁର୍ଗା ନିଜ ବାହନରେ ଆଗମନ କରିଥାନ୍ତି। ଏହି ବାହନ ଦିନ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ। ଏଥର ମାତା ରାନୀଙ୍କର ଗମନ ଘୋଡା ଉପରେ ହେଉଛି ଏବଂ ଆଗମନ ହାତି ଉପରେ ହେଉଛି, ଯାହା ଶୁଭ ନୁହେଁ।

ସେହିଭଳି ମିଥିଲା ପଞ୍ଚାଙ୍ଗ ଅନୁଯାୟୀ ମାତା ଦୁର୍ଗାଙ୍କର ଆଗମନ ହାତି ଉପରେ ହେଉଛି ଯାହ ଅଶୁଭର ସୂଚନା ଦେଉଛି। ସେହିଭଳି ଗମନକୁ ଶୁଭ ବୋଲି ଧରାଯାଉଛି। ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ମାତା ଦୁର୍ଗାଙ୍କର ଆଗମନ ଏବଂ ଗମନ ଉଭୟ ଶୁଭ ନୂହେଁ କିନ୍ତୁ ମାଙ୍କର ପୂଜା ହେବ ଯାହାଦ୍ୱାରା ଭକ୍ତଙ୍କୁ ଶୁଭ ଫଳ ମିଳିପାରିବ।

ଏହାସହ ପଢନ୍ତୁ : କହିପାରିବେ ଭଗବାନ ଶିବଙ୍କ ଲୁହ ବୁନ୍ଦାରୁ କେଉଁ ଗଛର ହୋଇଥିଲା ଉତ୍ପତ୍ତି ?

ସବୁଠାରୁ ବଡ କଥା ହେଉଛି ଏଥର ତିଥିର କ୍ଷୟ ହେଉନାହିଁ। ୨୯ େପ୍ଟେମ୍ବା ନବରାତ୍ରୀର ପ୍ରଥମ ଦିନ ପଡୁଛି। ଏହି ଦିନରେ ରାତି ୧୦.୧୧ ପଯ୍ୟର୍ନ୍ତ ପ୍ରତିପଦା ରହିଛି। ଏହାର ଅର୍ଥାତ ହେଉଛି ନବରାତ୍ରୀର ପ୍ରଥମ ଦିନରେ କେତେବେଳେ ବି କଳଶର ସ୍ଥାପନା କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆକ୍ଟୋବର ୮ରେ ବିଜୟାଦଶମୀ ପଡୁଛି।