Below header

ଗରମରେ ଆପଣଙ୍କ ଇମ୍ୟୁନିଟୀ ବଢ଼ାଇବ ନଡିଆ ଦହି ଚଟଣୀ, ବନାଇବା ପୂରା ସହଜ

ଗରମ ଦିନରେ ଉତ୍ତାପକୁ କମ୍‌ କରିବା ପାଇଁ ନଡିଆ ଖାଇବା ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ନଡିଆରେ ଆଣ୍ଟିଅକ୍ସିଡେଣ୍ଟ ଭରପୂର ହୋଇ ରହିଛି। ଏହାର ସେବନ କରିବା ଦ୍ୱାରା ଆଇରନର ଅଭାବ ଦୂର ହୋଇଥାଏ। ଫାଇବରରେ ଭରପୂର କଞ୍ଚା ନଡିଆ ଆପଣଙ୍କ ପାଚନ ତନ୍ତ୍ରକୁ ଭଲ କରିବା ସହିତ କବ୍ଜ ଭଳି ସମସ୍ୟାକୁ ଶେଷ କରିଥାଏ। ଏହାସହିତ ଗରମ ଦିନରେ ଦହି ଖାଇବା ଶରୀରରେ ଥଣ୍ଡା ପ୍ରଦାନ କରିଥାଏ। ଦହିର ସେବନ କରିବା ଦ୍ୱାରା ଗରମରେ ଲୁ ଲାଗିନଥାଏ। ଦହି ପେଟ ଏବଂ ଅନ୍ତନଳୀରେ ହେଉଥିବା ଗରମକୁ ଦୂର କରିଥାଏ। ଏମିତିରେ ଆପଣ ନଡିଆ ଦହିର ସ୍ୱାଦିଷ୍ଟ ଚଟଣୀ ବନାଇ ଖାଇପାରିବେ।

ଆବଶ୍ୟକ ସାମଗ୍ରୀ

  • ୧/୨ କପ୍‌ କୋରା ନଡିଆ
  • ୪ ଚାମଚ ଭଜା ହୋଇଥିବା ଡାଲି
  • ୪ ଚାମଚ ଦହି
  • ୧/୨ ଇଞ୍ଚ୍‌ ଅଦା
  • ୨ଟି କଞ୍ଚା ଲଙ୍କା
  • ୧୦-୧୨ ଭୃଷଙ୍ଗ ପତ୍ର
  • ୧ ଚାମଚ ସୋରିଷ
  • ୧ ଚିମୁଟା ହେଙ୍ଗୁ
  • ଲୁଣ ସ୍ୱାଦାନୁସାରେ
  • ତେଲ ଆବଶ୍ୟକ ଅନୁସାରେ
  • ପାଣି ଆବଶ୍ୟକ ଅନୁଯାୟୀ

ନଡିଆ ଦହି ଚଟଣୀ ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ଦହିକୁ ନେଇ ତାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ।
ଏବେ ଗ୍ରାଇଣ୍ଡର ଜାରରେ ନଡିଆ, ଚଣା ଡାଲି, ଅଦା, କଞ୍ଚା ଲଙ୍କା, ଲୁଣ ଏବଂ ପାଣି ପକାଇ ପେଷ୍ଟ ପକାଇ ଦିଅନ୍ତୁ।
ଏହାକୁ ଦହିରେ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ।
ମିଡିୟମ ଗ୍ୟାସରେ ପ୍ୟାନରେ ତେଲ ପକାଇ ଗରମ କରିବା ପାଇଁ ରଖନ୍ତୁ।
ଏଥିରେ ସୋରିଷ, ଭୃଷଙ୍ଗ ପତ୍ର ଏବଂ ହେଙ୍ଗୁ ପକାଇ ହାଲକା ଭାଜି ଦିଅନ୍ତୁ।
ତଡକା ଭାଜି ହୋଇଯିବା ପରେ ଏହାକୁ ଚଟଣୀ ଉପରେ ପକାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ନଡିଆ ଦହି ଚଟଣୀ। ଏହାକୁ ଆପଣ ଦୋସା, ଇଡଲୀ ଆଦି ସହ ସର୍ଭ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.