ଲିଭରକୁ ସୁସ୍ଥ ରଖିବା ପାଇଁ ଦୈନିକ ଖାଆନ୍ତୁ ଏହି ୩ ଜିନିଷ, ରହିବେ ଫିଟ୍‌

ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ଲିଭର । ଏହା ଶରୀର ପାଇଁ ବହୁ ପ୍ରକାର ପାଚକ ରସ ବା ଏନଜାଇମ ସୃଷ୍ଟି କରିଥାଏ । ଏଥିସହ ଲିଭର ଶରୀରକୁ ଡିଟକ୍ସ କରିବାରେ ବା ଶରୀରରୁ ଟକ୍ସିକ ବାହାର କରିବାରେ ସହାୟକ ହୋଇଥାଏ । ଲିଭର କାର୍ବୋହାଇଡ୍ରେଟସକୁ ଭାଙ୍ଗିକରି ଗ୍ଲୁକୋଜରେ ପରିଣତ କରିଥାଏ । ତେଣୁ ଲିଭର ସୁସ୍ଥ ରହିବା ବହୁତ ଜରୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ୧୦ ଲକ୍ଷ ଲିଭର ସମ୍ବନ୍ଧିତ ମାମଲା ସାମନାକୁ ଆସିଥାଏ । ଯଦି ଆପଣ ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷକୁ ଦୈନିକ କରନ୍ତୁ ସେବନ ।

ଲସ୍ସୀ ପିଅନ୍ତୁ :

ହେଲଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଲସ୍ସୀ ଲିଭର ପାଇଁ ବରଦାନ ସଦୃଶ । ଏଥିରେ କ୍ୟାଲସିୟମ, ପ୍ରୋଟିନ,କାର୍ବୋହାଇଡ୍ରେଟ୍ସ, ଭିଟାମିନ ଏ,ଭିଟାମିନ ସି, ଫୋଲିକ ଏସିଡ, ମାଗ୍ନେସିୟମ, ପୋଟାସିୟମ, ଫୋସଫରସ ଓ ଜିଙ୍କ ଭଳି ଆବଶ୍ୟକୀୟ ପୋଷକ ତତ୍ତ୍ୱ ଗୁଣ ମିଳିଥାଏ । ଯାହା ଲିଭରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିପାଇଁ ସବୁଦିନ ଖାଦ୍ୟ ଖାଇବା ପରେ ଲସ୍ସୀ ସେବନ କରିବା ଉଚିତ୍‌ । ଆପଣ ଚାହିଁଲେ ସକାଳ ସମୟରେ ମଧ୍ୟ ଲସ୍ସୀ ପିଇ ପାରିବେ ।

ଅଙ୍ଗୁର :

World Journal of Gastroenterology ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ମେଡିସିନ ସଦୃଶ । ଏହି ଗବେଷଣାରେ କୁହାଯାଇଛି, ନିୟମିତ ଅଙ୍ଗୁର ସେବନ କରିବା ଦ୍ୱାରା ଲିଭର ସୁସ୍ଥ ରହିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥାଏ,ଯାହା ଲିଭରର ବିଭିନ୍ନ ସମସ୍ୟା ଦୂର କରିଥାଏ । ତେଣୁ ସବୁଦିନ କିଛି ଅଂଗୁର ଖାଆନ୍ତୁ ।

କଫି ପିଅନ୍ତୁ :

BMJ Open journal ପ୍ରକାଶିତ ତଥ୍ୟ ଅନୁଯାୟୀ, କଫି ପିଉଥିବା ବ୍ୟକ୍ତିଙ୍କୁ ଲିଭର କ୍ୟାନସର ଆଶଙ୍କା କମ ରହିଥାଏ । ଏଥିପାଇଁ ଆପଣ ଦୈନିକ ନିୟମିତ ମାତ୍ରାରେ କଫି ସେବନ କରିପାରିବେ । କଫିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ଇନଫ୍ଲେମେଟାରୀ ଓ ଏଣ୍ଟି କ୍ୟାନ୍ସର ଗୁଣ ରହିଥାଏ, ଯାହା ଲିଭର ପାଇଁ ବହୁତ ଉପକାରୀ ହୋଇଥାଏ । ଗବେଷଣା ଅନୁଯାୟୀ ଦିନରେ କେବଳ ଦୁଇ କପ୍‌ କଫି ପିଇବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.