କୁକର ସିଟି ମାରିବା ବେଳେ ବାହାରି ଆସୁଛି କି ଖାଦ୍ୟ, ତେବେ ଆପଣଙ୍କ ସମସ୍ୟା ଦୂର କରିବ ଏହି ଟିପ୍ସ

ଡାଲି ହେଉ କିମ୍ବା ଭାତ, ସମୟ ବଞ୍ଚାଇବା ପାଇଁ ଅଧିକାଂଶ ମହିଳା ଖାଦ୍ୟକୁ କୁକରରେ ବନାଇବାକୁ ପସନ୍ଦ କରନ୍ତି। କିନ୍ତୁ ଅନେକ ଥର ମହିଳାଙ୍କ ପାଟିରୁ ଏହା ଶୁଣିବାକୁ ମିଳିଥାଏ ଯେ ଡାଲି କିମ୍ବା ଭାତ ବନାଇବା ସମୟରେ ସିଟି ମାରିବା ସହିତ ଖାଦ୍ୟ ବି ବାହାରକୁ ବାହାରି ଆସି ତଳେ ପଡିଯାଏ। ଯେଉଁ କାରଣରୁ ପୂରା କିଚେନ ଖରାପ ହୋଇଯାଏ। ଯଦି ଆପଣଙ୍କ ସହିତ ବି ଏମିତି ହେଉଛି ତାହେଲେ ଆପଣାନ୍ତୁ ଏହି ସହଜ ହ୍ୟାକ୍ସ, ଯାହା ଆପଣଙ୍କ ଏହି ସମସ୍ୟାକୁ ତୁରନ୍ତ ଦୂର କରିବ।

ପାଣିର ମାତ୍ରାକୁ ଠିକ ରଖନ୍ତୁ

ଯଦି ଆପଣ ଡାଲି କିମ୍ବା ଚାଉଳ ବନାଇବା ସମୟରେ ସେଥିରେ ପାଣିର ପରିମାଣକୁ ଅଧିକ କରିଦିଅନ୍ତି। ଯେଉଁଥିପାଇଁ ସିଟି ଆସିବା କ୍ଷଣି ହିଁ କୁକରରୁ ପାଣି ବାହାରକୁ ବାହାରି ଆସିଥାଏ। ଏମିତିରେ ଖାଦ୍ୟ ରାନ୍ଧିବା ସମୟରେ ପାଣିର ମାତ୍ରା ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ।

କୁକର ରବରକୁ ଚେକ କରନ୍ତୁ

ଅନେକ ଥର କୁକରର ରବର ଖରାପ ହେବା କିମ୍ବା କଟା ହୋଇଯାଇଥିବା କାରଣରୁ ମଧ୍ୟ ଖାଦ୍ୟ ବାହାରକୁ ବାହାରିଆସିଥାଏ। ଏମିତିରେ କୁକରରେ କିଛି ବି ବନାଇବା ପୂର୍ବରୁ ତାର ରବର ଯାଞ୍ଚ ନିଶ୍ଚୟ କରନ୍ତୁ। ଯଦି ରବର ଠିକ ଥାଏ ଏବଂ ତାପରେ ବି ପାଣି ବାହାରୁଛି ତାହେଲେ କୁକର ଢ଼ାଙ୍କୁଣୀର ଚାରି ପାଖରେ ତେଲ ଲଗାଇ ଦିଅନ୍ତୁ। ଏହି ଉପାୟକୁ ଆପଣାଇବା ଦ୍ୱାରା ପାଣି ବାହାରକୁ ଆସିନଥାଏ।

କୁକର ସିଟିକୁ ଭଲ ଭାବେ ସଫା କରନ୍ତୁ

କୁକରରେ ସୁପ୍‌ କିମ୍ବା ପାଣି ପାଣି ଜିନିଷ ରାନ୍ଧିବା ସମୟରେ ସର୍ବପ୍ରଥମେ କୁକରର ସିଟିକୁ ବାହାର କରି ଭଲଭାବେ ସଫା କରିଦ୍ରନ୍ତୁ। ସିଟିରେ କିଛି ଯଦି ଫସିକି ଥାଏ ନା ତାହେଲେ ସେହି କାରଣରୁ ବାମ୍ଫ ହୋଇନଥାଏ। ଆଉ ଖାସ୍‌ କରି ଏହି କାରଣରୁ କୁକରରୁ ପାଣି ବାହାର କରିବାର କାରଣ ସାଜିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.