କରୋନାରେ ସଂକ୍ରମିତ ହେବାର ଏହି ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଆଣ୍ଟିବଡ଼ି, ରିସର୍ଚ୍ଚରୁ ପ୍ରକାଶ

କରୋନା ସଂକ୍ରମିତ ହେବା ପରେ ଏହି ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଆଣ୍ଟିବଡ଼ିକରୋନା ଭାଇରସରୁ ବଞ୍ଚିବା ପାଇଁ ପୁରା ଦେଶରେ ଲୋକଙ୍କୁ ଭ୍ୟାକସିନ ଦିଆଯାଉଛି । କରୋନା ଭାଇରସ ସହ ଲଢ଼ିବା ପାଇଁ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରାଯାଉଛି । ଯାହାଦ୍ୱାରା ରୋଗ ପାଇଁ ଉପୁଜୁଥିବା ବିପଦ ଟଳିବ । ତେବେ ଆପଣ ଜଣିଛନ୍ତି କି ଏହି ଆଣ୍ଟିବଡି ନେଲା ପରେ ଏହା ଶରୀରରେ କେତେ ଦିନ ପର୍ଯ୍ୟନ୍ତ କାମ କରେ । ଏହାର ପ୍ରଭାବ ଶରୀରରେ କେତେଦିନ ପର୍ଯ୍ୟନ୍ତ ରହିଥାଏ । ଜାଣି ନାହାନ୍ତି ଯଦି ଏବେ ଜାଣନ୍ତୁ । ଆଜି ଆମେ ଆପଣଙ୍କୁ ଏହି ସଂପର୍କରେ ସମସ୍ତ ତଥ୍ୟ ଦେବାକୁ ଯାଉଛୁ ।

ଇଟାଲୀର ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କୋଭିଡ ମହାମାରୀରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ଶରୀର ମଧ୍ୟରେ ୮ ମାସ ପର୍ଯ୍ୟନ୍ତ ଏହି ଆଣ୍ଟିବଡି କରୋନା ସହିତ ଲଢ଼ିଥାଏ । ଏହା ବ୍ୟତିତ ଆପଣଙ୍କୁ ଯେ କୌଣସି ରୋଗ ହୋଇଥିଲେ ମଧ୍ୟ ଆପଣ ଏ ଭ୍ୟାକସିନ ନେବା ପରେ ଏହା ଆପଣଙ୍କ ରକ୍ତରେ ମହଜୁଦ ଥାଏ ।

ଇଟାଲିର ବୈଜ୍ଞାନିକ ଆଇଏସଏସ ନ୍ୟାସନାଲ ହେଲ୍‌ଥ ଇନଷ୍ଟିଚ୍ୟୁଟ ସହ ମିଶି ଏକ ରିସର୍ଚ୍ଚ କରିଥିଲେ । ଏଥିପାଇଁ ସେ କରୋନା ଭାଇରସର ଲକ୍ଷଣ ଥିବା ୧୬୨ ରୋଗୀଙ୍କ ସାମ୍ପୁଲ ଟେଷ୍ଟ ନିଆଯାଇଥିଲା । ଯାହାଙ୍କୁ ଗତ ବର୍ଷ ଏମରଞ୍ଜେନସିରେ ରଖାଯାଇଥିଲା । ଏମାନଙ୍କ ବ୍ଲଡ ସାମ୍ପୁଲ ନେବା ସହ ଯେଉଁ ଲୋକ ସର୍ଭାଇବ କରୁଥିଲେ ସେମାନଙ୍କ ବ୍ଲଡ ସାମ୍ପୁଲ ମଧ୍ୟ ନିଆଯାଇଥିଲା । ଏମାନଙ୍କ ମଧ୍ୟରେ ୨୯ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

78
pc: The tribune india

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯେଉଁମାନେ କରୋନାରେ ସଂକ୍ରମିତ ଥିଲେ ସେମାନଙ୍କ ଶରୀରରେ ରୋଗ ସହ ଲଢ଼ିବା ପାଇଁ ଆଣ୍ଟିବଡି ତିଆରି ହୋଇଥିଲା । ଏହା ସଂପର୍କରେ ନେଚର କମ୍ୟୁନିକେସନ ସାଇଣ୍ଟିଫିକ ଜର୍ନଲ ମାଧ୍ୟମରେ ପ୍ରକାଶ କରାଯାଇଥିଲା ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ପ୍ରଥମ ଥର ସଂକ୍ରମିତ ହେବା ପରେ ଶରୀର ଠିକ ରୂପେ ଲଢ଼ି ପାରିନଥାଏ ।ପରେ ଶରୀରରେ ଆବଶ୍ୟକ ଅନୁଯାୟୀ ଆଣ୍ଟିବଡ଼ି ତିଆରି ହୁଏ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ସୃଷ୍ଟି ହୋଇଥାଏ । ଯାହା ରୋଗ ସହ ଲଢ଼ିବା ପାଇଁ ଏହା ଅନେକ ମାତ୍ରାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.