ଶ୍ରୀମନ୍ଦିର ସେବାୟତଙ୍କୁ ପଞ୍ଚମ କିସ୍ତି ସହାୟତା ରାଶି ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ୟେକଙ୍କୁ ମିଳିବ ୧୦ ହଜାର ଟଙ୍କାର ଅନୁଦାନ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ସେବାୟତଙ୍କୁ ଆର୍ଥିକ ସାହାଯ୍ୟ ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ । କରୋନା ପରିପ୍ରେକ୍ଷୀରେ ପ୍ରତ୍ୟେକ ସେବାୟତ ପରିବାରକୁ ମିଳିବ ୧୦ ହଜାର ଟଙ୍କାର ଅନୁଦାନ । ୨ ହଜାର ୪୬୩ ସେବାୟତ ପରିବାରକୁ ଏହି ସହାୟତା ମିଳିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ୨କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛି ।

ପୂର୍ବରୁ ୪ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ପ୍ରଦାନ କରାଯାଇଥିଲା । ଏବେ କରୋନା କଟକଣା ଯୋଗୁ ସେବାୟତମାନେ ପୁଣି ଆର୍ଥିକ କ୍ଷତି ସାମ୍ନା କରୁଥିବାରୁ ଏହି ପଞ୍ଚମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ପ୍ରଶାସକଙ୍କ ନିଷ୍ପତି କ୍ରମେ ଆଜି ଏହି ସହାୟତା ସମ୍ପର୍କରେ ନୀତି ପ୍ରଶାସକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.