ବାରମ୍ବାର ହାଲିଆ ଲାଗୁଛି କି, ଜାଣନ୍ତୁ କେଉଁ ଭିଟାମିନ୍‌ କମ୍‌ ଅଛି

ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି କି ବାରମ୍ବାର ଅସୁସ୍ଥ ହେଉଛନ୍ତି ତାହେଲେ ଆପଣଙ୍କ ଶରୀରରେ ଭିଟାମିନ୍‌ – ଡି କମ ହେବା ଯୋଗୁ ଏହି ପରି ସମସ୍ୟା ହୋଇଥାଏ । ସେଥିପାଇଁ ଆମକୁ ଭିଟାମିନ୍‌ – ଡି ରେ ଭରପୁର ଥିବା ଖାଦ୍ୟ ଖାଇବା ନିହାତି ଜରୁରୀ । ଏହା ଆମ ଶରୀରକୁ ହ୍ଲେଦି ରଖିଥାଏ ।

ବର୍ତ୍ତମାନ ସମୟରେ ଆମ ଶରୀରରେ ଭିଟାମିନ୍‌ କମ୍‌ ହେବା ଯୋଗୁ ଅନେକ ପ୍ରକାରର ରୋଗ ଦେଖାଯାଇଛି । ସେଥିପାଇଁ ଆମ ଶରୀର ପାଇଁ ବିଭିନ୍ନ ପ୍ରକାରର ଭିଟାମିନ୍‌ ବହୁତ ଜରୁରୀ ହୋଇଥାଏ । ତେବେ ଆମେ ଭିଟାମିନ୍‌ – ଡି ବିଷୟରେ ତ ସମସ୍ତେ ଜାଣିଛେ । ଯେ ଏହା ଆମ ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ । ତେବେ ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି କି ବାରମ୍ବାର ଅସୁସ୍ଥ ହେଉଛନ୍ତି ତାହେଲେ ଆପଣଙ୍କ ଶରୀରରେ ଭିଟାମିନ୍‌ – ଡି କମ ହେବା ଯୋଗୁ ଏହି ପରି ସମସ୍ୟା ହୋଇଥାଏ । ସେଥିପାଇଁ ଆମକୁ ଭିଟାମିନ୍‌ – ଡି ରେ ଭରପୁର ଥିବା ଖାଦ୍ୟ ଖାଇବା ନିହାତି ଜରୁରୀ । ଏହା ଆମ ଶରୀରକୁ ସୁସ୍ଥ ରଖିଥାଏ । ଏଥିରେ ମଳୁଥିବା କ୍ୟାଲସିୟମ୍‌ ଆମରେ ଶରୀରରେ ଲାଗିଥିବା ଆଘାତରୁ ରକ୍ଷା କରିଥାଏ । ପ୍ରାୟତଃ ଲୋକ ଏହାକୁ ଅଣଦେଖା କରିଥାନ୍ତି । କାରଣ ଏହି ବିଷୟରେ ବହୁତ ଲୋକ ଜାଣିନଥାନ୍ତି । ତେବେ ଆଜି ଆମେ ଜାଣିବା କି ଶରୀରରେ ଭିଟାମିନ୍‌ – ଡି ର କମ ହେବା ଯୋଗୁ କଣ ହୋଇଥାଏ :

ମାଂସପେଶୀରେ ଯନ୍ତ୍ରଣା ହେବା :
ଶରୀରରେ ଭିଟାମିନ୍‌ – ଡି କମ ହେବା ଯୋଗୁ ମାଂସପେଶୀରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ତେବେ କାମ କରିବା ଦ୍ୱାରା ଏହି କଷ୍ଟ ଆହୁରି ବଢି ଯାଇଥାଏ ।

କେଶ ଝଡିବା :
ଯଦି ଆପଣଙ୍କ କେଶ ଶୁଷ୍କ ଅଛି ଏବଂ ଅଧିକ ମାତ୍ରାରେ ଝଡ଼ୁଛି ତାହେଲେ ଆପଣଙ୍କ ଶରୀରରେ ଭିଟାମିନ୍‌ – ଡି ର ମାତ୍ରା କମ ଅଛି ।

ବାରମ୍ବାର ଅସୁସ୍ଥ ହେବା :
ବାରମ୍ବାର ଅସୁସ୍ଥ ହେବା ମଧ୍ୟ ଭିଟାମିନ୍‌ – ଡି ଶରୀରରେ କମ୍‌ ହେବା ଯୋଗୁ ହୋଇଥାଏ । ତେବେ ଏହାର ଅଭାବରୁ ବାରମ୍ବାର ଅସୁସ୍ଥ ହେବା ସହ କୌଣସି ବି ରୋଗ ଶୀଘ୍ର ଭଲ ହୁଏ ନାହିଁ ।

ଶୀଘ୍ର ଥକା ଲାଗିବା :
ଶରୀରରେ ଥକାପଣ ଲାଗିବା ଭିଟାମିନ୍‌ – ଡି ର ସବୁଠାରୁ ବଡ ଲକ୍ଷଣ ହୋଇଥାଏ । ଯାହାଦ୍ୱାରା ଆପଣ ଶୀଘ୍ର ଥକି ଯାଆନ୍ତି ଏବଂ ଅଳସୁଆ ମଧ୍ୟ ଲିଗିଥାଏ ।

ସଖାଳୁ ଉଠିବାରେ ଅସୁବିଧା ହେବା :
ଆମ ଶରୀରରେ ଭିଟାମିନ୍‌ – ଡି ଅଭାବରୁ ଆପଣଙ୍କୁ ସଖାଳୁ ଉଠିବାରେ ଅସୁବିଧା ହେବା ସହ ନିଦ ମଧ୍ୟ ପୁରା ନହେବା ଭଳି ଲାଗିଥାଏ ।

ଓଜନ ବଢିବା :
ତେବେ ଶରୀରରେ ଭିଟାମିନ୍‌ – ଡି କମ୍‌ ଯୋଗୁ ଓଜନ ମଧ୍ୟ ବଢିବା ପାଇଁ ଲଗିଥାଏ ।

ଶରୀରରେ କିପରି ପୁରା କରିବେ ଭିଟାମିନ୍‌ – ଡି ମାତ୍ରା ?

-ତେବେ ପ୍ରତି ଦିନ ଅଣ୍ଡା, ମାଛ, ଖିର, ସୋୟାବିନ୍‌, ଛତୁ ଭଳି ଖାଦ୍ୟ ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ଶରୀରରେ ଭିଟାମିନ୍‌ – ଡି ର ମାତ୍ରା ପୁରା ହୋଇଥାଏ ।

-ପ୍ରତି ଦିନ ପ୍ରାୟ ୩୦ ମିନିଟ୍‌ ସଖାଳ ଖରାରେ ରହିଲେ ଶରୀରକୁ ଭିଟାମିନ୍‌ – ଡି ଭରପୁର ମାତ୍ରାରେ ମିଳିଥାଏ ।

-ଶରୀରରେ ଭିଟାମିନ୍‌ – ଡି ପୁର କରିବା ପାଇଁ ସପ୍ଲିମେଣ୍ଟ ମଧ୍ୟ ନେଇପାରିବ । ହେଲେ ଏଥିରେ ଡାକ୍ତରଙ୍କ ପରାମର୍ଶ ଜରୁରୀ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.