Below header

ମଣିଷଖିଆ କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ, ସତର୍କତା ହିଁ ବଞ୍ଚାଇଦେଲା ଜୀବନ

ଲୁଣା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କରିବାକୁ ମାଡ଼ି ଆସିଲା ୮ ଫୁଟ ଲମ୍ବର କୁମ୍ଭୀର । ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ ।

ମାର୍ଶାଘାଇ(କେନ୍ୟୁଜ୍): ରାଜନଗର ପରେ ମାର୍ଶାଘାଇରେ କୁମ୍ଭୀର ଆତଙ୍କ। ଲୁଣା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କରିବାକୁ ମାଡ଼ି ଆସିଲା ୮ ଫୁଟ ଲମ୍ବର କୁମ୍ଭୀର । ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଷୋଟିବାଲି ଗାଁରେ ଏହି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି ।

କୈଳାସ ବେହେରା ନାମକ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ଏକ ୮ ଫୁଟ ଲମ୍ବର କୁମ୍ଭୀର ହଠାତ୍ କୈଳାସଙ୍କ ନିକଟକୁ ପାଣିରେ ପହଁରି ପହଁରି ମାଡି ଆସିଥିଲା । କୁମ୍ଭୀରକୁ ଦେଖିବା ପରେ କୈଳାସ ଅଧା ଗାଧୋଇ ଉପରକୁ ପଳାଇଆସିଥିଲେ । ତେବେ ଗ୍ରାମବାସୀ ମାନେ କୈଳାସ ଗାଧୋଉଥିବା ସ୍ଥାନରେ ପହଁଚି ଖୋଜାଖୋଜି କରିଥିଲେ ହେଲେ କୁମ୍ଭୀର ସେଠାରୁ ପଳାଇ ଯାଇଥିବାର ଦେଖିବାକୁ ପାଇଥିଲେ । ଏହି ଖବର ପାଇବା ପରେ ନଦୀ କୂଳ ଗାଁରେ ଆତଙ୍କିତ ଅବସ୍ଥା ରେ ଅଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.