ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ଦେଶୀ ଘିଅ, ମିଳିବ ଅନେକ ସ୍କିନ୍‌ ସମସ୍ୟାରୁ ମୁକ୍ତି

ଦେଶୀ ଘିଅ ଆପଣଙ୍କ ସ୍କିନ୍‌, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଦେଶୀ ଘିଅ ଦ୍ୱାରା ବିୟୁଟି ବେନିଫିଟ୍‌ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ତେବେ ଅନେକ ଲୋକ ଅଛନ୍ତି ମୁହଁରେ ଘିଅ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ ।

ଦେଶୀ ଘିଅ’ର ଗୁଣ ବିଷୟରେ ଆମ ସମସ୍ତେ ବହୁତ ଭଲ ଭାବେ ଜାଣିଥାଉ । ଏହାକୁ ବ୍ୟବହାର କରିବା କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ଫିଟ୍ ଏବଂ ହେଲଦି ରଖେ ନାହିଁ ବରଂ ଏହା ଆପଣଙ୍କ ସ୍କିନ୍‌ର ସୁନ୍ଦରତା ମଧ୍ୟ ବଢାଇଥାଏ । ବାସ୍ତବରେ ଦେଶୀ ଘିଅ ଆପଣଙ୍କ ସ୍କିନ୍‌, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଦେଶୀ ଘିଅ ଦ୍ୱାରା ବିୟୁଟି ବେନିଫିଟ୍‌ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ତେବେ ଅନେକ ଲୋକ ଅଛନ୍ତି ମୁହଁରେ ଘିଅ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ, ଏହି କାରଣରୁ ସେମାନେ ଘିଅର ଉପକାରିତା ବିଷୟରେ ଜାଣିପାରନ୍ତି ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ସ୍କିନ୍‌ରେ ଘିଅ ଲଗାଇବାର ଫାଇଦା କ’ଣ ଏବଂ ଏହାକୁ କିପରି ଲଗାଇବା ।

ଡ୍ରାଏ ସ୍କିନ୍‌ରୁ ମୁକ୍ତି ମିଳିଥାଏ :
ଘିଅରେ ଏପରି ଗୁଣ ଅଛି ଯାହା ଆପଣଙ୍କ ସ୍କିନ୍‌ର ଡ୍ରାଏନେସ୍‌କୁ ଦୂର କରିବାରେ ସାହାଯ୍ୟ କରିବା ସହିତ ତ୍ୱଚାକୁ କୋମଳ କରିଥାଏ ଏବଂ ଚମକାଇବା ସହ ସୁନ୍ଦର ମଧ୍ୟ କରିଥାଏ । ଡ୍ରାଏ ସ୍କିନ୍‌ ଥିବା ଲୋକଙ୍କ ପାଇଁ ଦେଶୀ ଘିଅ ସଞ୍ଜୀବନୀ ଔଷଧଠାରୁ କମ୍ ନୁହେଁ ।

ରିଙ୍କଲ୍ସକୁ କମ୍‌ କରିବାରେ ସାହାଯ୍ୟ କରେ :
ଘିଅ ସାହାଯ୍ୟରେ ଆପଣ ନିଜ ସ୍କିନ୍‌କୁ ସୁନ୍ଦର ରଖିପାରିବେ ଏବଂ ମୁହଁରୁ ରିଙ୍କଲ୍ସକୁ କମ୍‌ କରିପାରିବେ । ଏଥିରେ ଥିବା ଭିଟାମିନ୍ E ଆଣ୍ଟି ଏଜିଗିଂକୁ ବଢାଇଥାଏ । ତେଣୁ ଘିଅକୁ ନିୟମିତ ଭାବେ ଖାଇବା ଏବଂ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନ୍‌ର ସୁନ୍ଦରତା ବଢିଥାଏ ଏବଂ ରିଙ୍କଲ୍ସ ଦୂର ହୋଇଥାଏ ।

ଓଠ ପାଇଁ ଭଲ ହୋଇଥାଏ :
ଘିଅ ଆପଣଙ୍କ ଓଠକୁ କୋମଳ କରିଥାଏ ଏବଂ ଚମକାଇଥାଏ । ଯଦି ଆପଣଙ୍କ ଓଠ ଅଧିକ ଫାଟୁଛି, ତେବେ ଆପଣ ପ୍ରତିଦିନ ଓଠରେ ଘିଅ ଲଗାଇବା ଭଲ ହୋଇଥାଏ ଏବଂ ଓଠ ନରମ ହୋଇଥାଏ ।

ପିମ୍ପଲ୍ ପାଇଁ ଦେଶୀ ଘିଅ :
ଘିଅରେ ଉପସ୍ଥିତ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଉପାଦାନ ମଧ୍ୟ ପିମ୍ପଲ୍ ଦୂରରେ ରଖିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ୧ ଚାମଚ ଘିଅରେ ୧ ଚାମଚ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ପରେ ମୁହଁକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ସ୍କିନ୍‌ରେ ଥିବା ଦାଗ ଏବଂ ଫିମ୍ପଲ୍‌ ମଧ୍ୟ କମିଯିବ ।

ଜାଣନ୍ତୁ ଦେଶୀ ଘିଅକୁ କିପରି ବ୍ୟବହାର କରିବେ ?
ଯଦି ଆପଣ ଅନେକ ଉପାୟରେ ଦେଶୀ ଘିଅର ବ୍ୟବହାର କରିପାରିବେ, କିନ୍ତୁ ଆପଣଙ୍କ ସ୍କିନ୍‌ର ଯତ୍ନ ନେବାରେ ଦେଶୀ ଘିଅ ଏକ ଭଲ ଉପାୟ ହୋଇଥାଏ । ତେବେ ଦେଶୀ ଘିଅକୁ ହାଲୁକା ଗରମ କରି ମୁହଁରେ ଭଲ ଭାବରେ ଘଷନ୍ତୁ ଏବଂ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଆଖି ତଳେ ଘିଅ ଲଗାଇବା ଦ୍ୱାରା ଆଖିରୁ ଡାର୍କ ସର୍କଲର ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ରାତିରେ ଘିଅ ବ୍ୟବହାର କରି, ଆପଣ ନିଜ ସ୍କିନ୍‌ର ଏହି ସବୁ ସମସ୍ୟା ଦୂର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.