ମଧୁମେହ ରୋଗୀ ଖାଆନ୍ତୁ ଏହି ଅଟାର ରୁଟି, ଜାଣନ୍ତୁ ଏହାର ଉପକାରିତା

ଆଜିର ଦିନରେ ଅଧିକ ବଢ଼ିବାରେ ଲାଗିଛି ମଧୁମେହ ରୋଗୀଙ୍କ ସଂଖ୍ୟା। ବର୍ତ୍ତମାନ ଏହି ରୋଗ ଅଧିକ ମାରାତ୍ମକ ହେବାରେ ଲାଗିଛି। କିନ୍ତୁ ଏହାକୁ ଆପଣ ନିଜର ଖାଦ୍ୟ ଶୈଳୀ ଦ୍ଵାରା ଠିକ୍ କରି ପାରିବେ। ଡାଇବେଟିସରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ମଧ୍ୟ ସନ୍ତୁଳିତ ଖାଦ୍ୟ ରହିଥାଏ। ଯେମିତିକି ତାଙ୍କୁ ମିଠା ଠାରୁ ଦୂରେଇ ରହିବା ଦରକାର।

ଆସନ୍ତୁ ଜାଣିବା ତାଙ୍କୁ କେଉଁ ଅଟାର ରୁଟି ଖାଇବା ଦରକାର୍। ମଧୁମେହ ରୋଗୀଙ୍କ ମଧ୍ୟରେ ସବୁଠାରୁ ବଡ ସମସ୍ୟା ହେଉଛି ଚିନି ଛାଡ଼ିବା ପରେ ମଧ୍ୟ ସେମାନଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇନଥାଏ। ତେଣୁ, ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ଭଲ ଅଟା ଖାଇବା ଉଚିତ୍। ମଧୁମେହ ରୋଗୀଙ୍କ ପାଇଁ ଅଟା: ଯଦି ମଧୁମେହ ରୋଗୀମାନେ ସେମାନଙ୍କର ଖାଦ୍ୟରେ ରୁଟି ଖାଉଛନ୍ତି ତେବେ ସେମାନେ ରକ୍ତରେ ଶର୍କରା ସ୍ତର ଏବଂ ମୋଟାପଣର ଉଭୟ ସମସ୍ୟାକୁ ଏଡାଇ ପାରିବେ। ବଜାରରେ ଉପଲବ୍ଧ ଅଟା ମଧ୍ୟ ଏହାର ସ୍ୱାଦ ପାଇଁ ଏଥିରେ କିଛି ମିଠା ଅଂଶ ମିଶାଇ ଥାଆନ୍ତି କିନ୍ତୁ ଯଦି ଜଣେ ଡାଇବେଟିସରେ ପୀଡ଼ିତ ଅଛନ୍ତି, ତେବେ ସେ ଘରେ ଅଟା ପ୍ରସ୍ତୁତ କରି ଖାଇପାରିବେ। ଯାହା ଦ୍ଵାରା ରକ୍ତରେ ଶର୍କରା ସ୍ତରକୁ କମାଯାଇପରିବ।

Atta
picture credit- zee news

ତେଣୁ ଆପଣ ଘରେ ମଧୁମେହ ରୋଗୀଙ୍କ ପାଇଁ ଅଟା ପ୍ରସ୍ତୁତ କରି ପାରିବେ। ଯାହା ପାଇଁ ଆପଣଙ୍କୁ ରାଜଗିରି ବା ଦଲିଆ, କାବୁଲି ବୁଟ,ମାଣ୍ଡିଆ ଗୁଣ୍ଡ, ଜ ଓ ବଜରା ଆଦିକୁ ପେଶି ଅଟା ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ଅଟାରୁ ପ୍ରସ୍ତୁତ ରୁଟି ଖାଇଲେ ମଧୁମେହ ନିୟନ୍ତ୍ରଣ ହୋଇଥାଏ। ଏହା ସହିତ ଆପଣ ସବୁଜ ପନିପରିବା ଖାଇପାରିବେ।

ମଧୁମେହ ରୋଗୀଙ୍କ ପାଇଁ ଏହି ଅଟାର ଉପକାରିତା:
୧. ଏହି ଅଟାରେ ପୁରା ଶସ୍ୟର ପୁଷ୍ଟିକର ପ୍ରୋଟିନ ଅଛି ଏବଂ ଭଲ ପରିମାଣର ଫାଇବର ମଧ୍ୟ ଅଛି।
୨. ଏହି ଅଟାରେ ଥିବା ଅନେକ ପ୍ରୋଟିନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରିତ ହେବ।
୩. ଏହି ଅଟାରେ ଆପଣ ମିଲେଟ ପାଇବେ ଯେଉଁଥିରେ ପ୍ରଚୁର ପରିମାଣର ଡାଏଟାରୀ ଫାଇବର ଅଛି ଏବଂ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ।
୪. ଏହି ଅଟାରେ ପ୍ରୋଟିନ୍, ମିନେରାଲ୍ସ, ଭିଟାମିନ୍ ର ଗୁଣ ରହିଛି, ଯେଉଁ କାରଣରୁ ଆପଣଙ୍କ ଶରୀର ଶକ୍ତି ପାଇବ ଏବଂ ଆପଣ ଦୁର୍ବଳ ଅନୁଭବ କରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.