ଖରାଦିନେ ଦେଖାଦିଏ ଏହି ସବୁ ରୋଗ, ବେଳ ଥାଉ ଥାଉ ଟିକେ ସତର୍କ ହୋଇଯାନ୍ତୁ

ବର୍ତ୍ତମାନ ସମୟରେ ରାଜ୍ୟରେ ନାହିଁ ନଥିବା ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ସୂର୍ଯ୍ୟ ଉଇଁବା ମାତ୍ରେ ଆଉ ଯେମିତି ପଦାକୁ ଚାହିଁ ହେଉନି | ଏମିତିରେ ତ ଏହି ଦିନରେ ସାନସ୍ଟ୍ରୋକ ହେବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଥକ୍କା ଲାଗିବା ଭଳି ସମସ୍ୟା ମାନ ଦେଖାଦିଏ | ହେଲେ ଏହି ରୋଗ ଗୁଡିକ ସାଧାରଣ, କିନ୍ତୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଭୟଙ୍କର ହୋଇପାରେ । ଏହି ରୋଗ ଗୁଡିକର ଚିକିତ୍ସା ଘରେ ମଧ୍ୟ ସମ୍ଭବ ହୋଇପାରିବ। ତେବେ ଚାଲନ୍ତୁ ଗ୍ରୀଷ୍ମ ଦିନେ ଦେଖାଦେଉଥିବା କିଛି ରୋଗ ଓ ଏହାର ଚିକିତ୍ସା ବାବଦରେ ଜାଣିରଖିବା |

ହାର୍ଟ ଷ୍ଟ୍ରୋକ– ଏମିତିରେ ହାର୍ଟ ଷ୍ଟ୍ରୋକ୍ ହେଉଛି ସାଧାରଣ ରୋଗ | ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଏହି ରୋଗ ଅଧିକ ଦେଖାଦିଏ । କିନ୍ତୁ ଯଦି ଏହାର ସଠିକ ସମୟରେ ଚିକିତ୍ସା ନକରାଯାଏ ଏହା ମଣିଷର ଜୀବନ ମଧ୍ୟ ନେଇପାରେ । ଏହାଦ୍ୱାରା ରୋଗୀ ଶରୀରରେ ଫୁଡ ପଏଜନିଙ୍ଗ, ଜ୍ୱର, ପେଟ କାଟିବା ଏବଂ ବାନ୍ତି ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ବଞ୍ଚିବା ପାଇଁ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ସହ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ । ଦରକାର ବେଳେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ |

ହାର୍ଟ ଷ୍ଟ୍ରୋକକୁ ଏଡ଼ାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣଙ୍କ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା । ଶରୀରରେ ଜଳର ଅଭାବ ଗ୍ରୀଷ୍ମ ଋତୁରେ ଏହାକୁ ଦୁର୍ବଳ କରିଥାଏ । ଏହି କ୍ଷେତ୍ରରେ ରୋଗର ଆଶଙ୍କା ବଢିଯାଏ । ସେଥିପାଇଁ ଗ୍ରୀଷ୍ମ ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ ଅଟେ। ଜଳୀୟ ଅଂଶ ଠିକ ରହିବା ଦରକାର | ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ନିଶ୍ଚିତ ଭାବରେ ସବୁଜ ପନିପରିବା, ସାଲାଡ ଏବଂ ଫଳ ଖାଆନ୍ତୁ। ଏହି କାରଣରୁ ଶରୀରରେ ଜଳର ଅଭାବ ରହିବ ନାହିଁ, ଯାହା ହାର୍ଟଷ୍ଟ୍ରୋକର ଆଶଙ୍କା ମଧ୍ୟ ହ୍ରାସ କରିବ। ଗରମ ଦିନରେ ଶରୀର ଉପରେ ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ।

ଏସିଡିଟି ଦେଖାଦେବା- ଖରାଦିନେ ଏସିଡିଟି ହେଉଛି ସବୁଠାରୁ ବଡ ସମସ୍ୟା ଏବଂ ଯଦି ଯାତ୍ରା ସମୟରେ ଅମ୍ଳତା ସମସ୍ୟା ଦେଖାଯାଏ। ତେବେ ଜୀବନ ଚାଲିଯିବା ପରି ମନେହୁଏ। ଅଧିକ ଏସିଡିଟି ହେଲେ ଛାତିରେ ଜଳାପୋଡା ଏବଂ ଯନ୍ତ୍ରଣା, ବାନ୍ତି ଭଳି ଅନୁଭବ କରିବା ଭଳି ଅନ୍ୟାନ୍ୟ ସମସ୍ୟା ଦେଖାଯାଏ। ଏପରି ପରିସ୍ଥିତିରେ, ଯେତେବେଳେ ଏହି ସମସ୍ୟା ବାରମ୍ବାର ଘଟିବା ଆରମ୍ଭ କରେ, ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇଥାଏ । ଏଭଳି ପରିସ୍ଥିତିରେ, ଏହାକୁ ଏଡାଇବା ପାଇଁ ଏବଂ ଖାଦ୍ୟ ଉପରେ ନିୟନ୍ତ୍ରଣ କରିବା ସତର୍କ ରହିବା ଆବଶ୍ୟକ। ଏସିଡିଟିକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଭଜା ଏବଂ ମସଲାଯୁକ୍ତ ଖାଦ୍ୟକୁ ଦୂରେଇ ରହିବା। କାରଣ ଏହା ଏସିଡିଟିର ସବୁଠାରୁ ବଡ କାରଣ।

ଜଣ୍ଡିସ୍– ଖରାଦିନେ ପିଲା କିମ୍ବା ବୟସ୍କ ମାନଙ୍କଠାରେ ଜଣ୍ଡିସର ଆଶଙ୍କା ବଢି ଯାଏ। ଜଣ୍ଡିସକୁ ହେପାଟାଇଟିସ୍ -ଏ ମଧ୍ୟ କୁହାଯାଏ। ଜଣ୍ଡିସର ସବୁଠାରୁ ବଡ କାରଣ ହେଉଛି ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ। ଜଣ୍ଡିସରେ ରୋଗୀର ଆଖି ଏବଂ ନଖ ହଳଦିଆ ହୋଇଯାଏ ଓ ପରିସ୍ରା ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ। ତେଣୁ ଜଣ୍ଡିସ୍ ହେବା ପୂର୍ବରୁ ସତର୍କ ରହିବା ଜରୁରୀ। ପାଣି ସହିତ ଖାଦ୍ୟ ଉପରେ ନଜର ରଖିବା ଆବଶ୍ୟକ |

ହାଡଫୁଟି-ଗରମ ଦିନରେ ଅଧିକାଂଶ ପିଲା ଠାରୁ ବୁଢା ସମସ୍ତଙ୍କ ଠାରେ ହାଡଫୁଟି ହେଉଥିବାର ଦେଖିବାକୁ ମିଳିଥାଏ । ଶରୀରରେ ଲାଲ ଦାଗ ପଡିଯିବା ସହିତ ମୁଣ୍ଡବ୍ୟଥା, ଜ୍ୱର ଏବଂ ଗଳାରେ ଯନ୍ତ୍ରରା ହାଡଫୁଟିର ଲକ୍ଷଣ ହୋଇଥାଏ । କାଶ କିମ୍ବା ଥଣ୍ଡା ହେବା ହାଡଫୁଟିର ସାଧାରଣ ଲକ୍ଷଣ ହୋଇଥାଏ । ଏହା ଏକ ଡିଆଁ ରୋଗ | ତେବେ ଏହାର ଉପଚାର ମଧ୍ୟ ରହିଛି । ଟୀକା ନେବା ସହ ସତର୍କ ରହିଲେ ଆମେ ଏହାକୁ ଆଡେଇ ଦେଇପାରିବା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.